ବସ୍ ଦୁର୍ଘଟଣାରେ ୨୦ ଆହତ, ଡ୍ରାଇଭର ଓ କଣ୍ଡକ୍ଟର ଗୁରୁତର

ମାଲକାନଗିରି, ୧୦/୧୨: ମାଲକାନଗିରିରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଓଏସଆରଟି ଏସି ବସ ଦୁର୍ଘଟଣାଗସ୍ତ । ଶୁକ୍ରବାର ରାତି ୧୨ ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ବସରେ ମୋଟ ୨୩ଜଣ ଯାତ୍ରୀ ଥିବାବେଳେ ଏମାନଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଥିବା ସୂଚନା । ଡ୍ରାଇଭର ଓ କଣ୍ଡକ୍ଟର ଗୁରୁତର ଆହତ । ସମସ୍ତ ଆହତମାନଙ୍କୁ ନିକଟସ୍ଥ ଶ୍ରୀକାକୂଳମ ଡାକ୍ତରଖାନା ପଠାଯାଇଛି ।
ସୂଚନାଯୋଗ୍ୟ, ଗତକାଲି ରାତିରେ ପ୍ରବଳ ବେଗରେ ବର୍ଷା ହେଉଥିବା କାରଣରୁ ଶ୍ରୀକାକୁଲମପୁରର ଏକ ବୁଲାଣି ରାସ୍ତାରେ ବସ ଟର୍ଣ୍ଣି କାଟୁଥିବା ସମୟରେ ସେଠାରେ ରହିଥିବା ଏକ ଟ୍ରକ୍ ପଛପଟେ ବସଟି ପିଟି ହୋଇଯାଇଥିଲା । ରାତରେ ପ୍ରବଳ ବର୍ଷା ହେଉଥିବା ବେଳେ ୱାଇପର କାମ କରୁ ନଥିବାରୁ ଓ ହେଡଲାଇଟଟି ଠିକ୍ ଭାବେ ଜଳୁନଥିବାରୁରୁ ଅନ୍ଧାରରେ ବସଟି ଟ୍ରକ କୁ ଧକ୍କା ଦେଇଥିଲା ।
ଦୁର୍ଘଟଣାରେ ବସ ଡ୍ରାଇଭର ଏସ.କେ.ଇଦ୍ରୀ ସ ଓ କଣ୍ଡକ୍ଟର ସି.ଜି.ଗାଈଗୋରୀୟ ଗୁରୁତର ହୋଇଥିବା ବେଳେ ୨୦ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଥିବା ର ଜଣା ପଡ଼ିଛି। ଘଟଣାସ୍ଥଳରେ ଶ୍ରୀକାକୁଲମ ପୁଲିସ ପହଞ୍ଚି ବସ ଜବତ କରି ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ରାଜ୍ୟର ଶେଷସୀମା ଦୂରତମ ରୁଟ୍ ହେଉଛି ମାଲକାନଗିରି ମୋଟୁ ହୋଇଥିଲେ ମଧ୍ୟ ରାଜ୍ୟସରକାର କିମ୍ବା ବିଭାଗୀୟ ଅଧିକାରୀ ମାଲକାନଗିରି ପ୍ରତି ଗୁତୁତ୍ୱ ଦେଉ ନଥିବାରୁ କେତେ ସରକାରୀ ବସ ଗୁଡ଼ିକ ଭାଙ୍ଗି ଗଲାଣି ତ କାହାର ଚକ ଫାଟିଗଲାଣି, ମାଲକାନଗିରିକୁ ଚାଲୁଥିବା ବସଗୁଡ଼ିକ ମରାମତି ପ୍ରତି ଗୁରୁତ୍ୱ ନଦେବା ଓ ଡ୍ରାଇଭରମାନଙ୍କୁ ଛୁଟି ନ ଦେଇ ମାସ ତମାମ ଗାଡ଼ି ଚଳାଇବା ଦାଇତ୍ୱ ଦେଉଥିବାରୁ ସରକାରୀ ବସଗୁଡ଼ିକ ଏପରି ବାରମ୍ବାର ଦୁର୍ଘଟଣା ଘଟି ଅନେକ ଜୀବନ ହାନି ଘଟୁଛି ।