PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଗଣବଳାତ୍କାର ମାମଲା : ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ନୂଆପଡ଼ା,୨୧।୧(ଆପ୍ର):   ଜଣେ ମହିଳାଙ୍କୁ ଗଣବଳାତ୍କାର କରିବା ମାମଲାର ବିଚାର କରି ଜିଲ୍ଲା ଦୌର ଓ ଦେଓ୍ବାନୀ ଜଜ ସଂଗ୍ରାମ କେଶରୀ ପଟ୍ଟନାୟକ ୨ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।  ଏଥିସହ ୫ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ଅନାଦେୟ ପୁଣି ୩ ମାସ ଆହୁରି ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଦର୍ଶାଇଛନ୍ତି।

ନୂଆପଡ଼ା ଜିଲ୍ଲା ସିନାପାଲି ଥାନା  ଅଧୀନ ଏକ  ଗାଁର ଜଣେ  ମହିଳା ଗତ ୨୦୨୧ ଅଗଷ୍ଟ ୧୦ ତାରିଖରେ ଗାଁ ନିକଟ ପୋଖରୀକୁ ଏକାକୀ ଗାଧୋଇବାକୁ ଆସିଥିଲେ ।  ଗାଧୋଇବା ବେଳେ ଗାଁର ବିଶ୍ବବିହାରିସିଂ ମାଝି ଓ ବରୁଣ ମାଝି ମହିଳାଙ୍କୁ  ମାଡ଼ ମାରି ନିକଟ ଜଙ୍ଗଲକୁ ଟେକି ନେଇଥିଲେ । ସେଠାରେ ଉଭୟ ଯୁବକ ମହିଳାଙ୍କୁ ଗଣ ବଳାତ୍କାର କରିବା ସହ ଚେତାଶୂନ୍ୟ ଅବସ୍ଥାରେ ଛାଡି ଦେଇ ଚାଲି ଯାଇଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ  ମହିଳାଙ୍କ ସ୍ବାମୀ ଗାଁ ପୋଖରୀକୁ ଖୋଜିବାକୁ ଯାଇଥିଲେ । ଏହି ପୋଖରୀ ନିକଟ ଜଙ୍ଗଲରେ ମହିଳା ଜଣକ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ । ଗୁରୁତର ଅବସ୍ଥାରେ  ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରିଥିଲେ । ଏନେଇ ମହିଳା ଜଣକ  ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସିନାପାଲି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ବିଶ୍ବବିହାରୀ ଓ ବରୁଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏନେଇ ଜିଲ୍ଲା ଦେଓ୍ବାନୀ ଓ ଦୌରା ଜଜଙ୍କ ନିକଟରେ ମାମଲା ବିଚାରାଧୀନ ରହିଥିଲା । ଏହି ମାମଲାରେ ୧୮ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି ଜିଲ୍ଲା ଦୌରା ଓ ଦେଓ୍ବାନୀ ଜଜ ସଂଗ୍ରାମ କେଶରୀ ପଟ୍ଟନାୟକ ଉପରୋକ୍ତ ରାୟ ଦେଇଛନ୍ତି ବୋଲି କ୍ୟାଡର ପିପି ବେଣୁଲାଲ ପ୍ରଧାନ ସୂଚନା ଦେଇଛନ୍ତି ।