ଏହି ବାହାଘର ଖର୍ଚ୍ଚ ଶୁଣିଲେ ହେବେ ଆଶ୍ଚର୍ଯ୍ୟ,ଅତିଥିଙ୍କ ପାଇଁ ବୁକ୍ କରାଗଲା ୨୦୦ ହେଲିକପ୍ଟର

ନୂଆଦିଲ୍ଲୀ,୮।୬: ଉତ୍ତରାଖଣ୍ଡ ଓ ଓଲି ଅଞ୍ଚଳର ଲୋକ ଏକ ଭବ୍ୟ ବିବାହରେ ଯୋଗଦେବାକୁ ଯାଉଛନ୍ତି। ଏହି ଐତିହାସିକ ବିବାହ ସମାରୋହରେ ଲୋକଙ୍କର ଯିବା ପାଇଁ ହେଉଥିବା ଖର୍ଚ୍ଚ ପ୍ରତ୍ୟେକଙ୍କୁ ଆଶ୍ଚର୍ଯ୍ୟ କରିଛି। ସମାରୋହର ଭବ୍ୟତାର ଅନ୍ଦାଜ ଏଥିରେ ଜଣାପଡିଯିବ। ବିବାହରେ ଡେରାଡୁନ-ଦିଲ୍ଲୀରୁ ଆସୁଥିବା ଅତୀଥିଙ୍କୁ ଓଲି ଆଣିବା ଓ ନେବା ପାଇଁ ୨୦୦ ହେଲିକପ୍ଟର ବୁକ୍ କରାଯାଇଛି। ଏହି ହେଲିକପ୍ଟର ବିଶେଷ ଭାବରେ ଅତିଥିଙ୍କୁ ହିମାଳୟ ଦର୍ଶନ କରାଯିବ। ରାଜ୍ୟର ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାଓ୍ବତଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବ।
ତେବେ ଆପଣମାନେ ଭାବୁଥିବେ ଏହି ଚର୍ଚ୍ଚିତ ବିବାହ କାହାର? ଯାହା ପାଇଁ ଏତେ ସବୁ ପ୍ରକାର ବନ୍ଦୋବସ୍ତ କରାଯାଉଛି। ଏହି ବିବାହ ଦକ୍ଷିଣ ଆଫ୍ରିକାର ଚର୍ଚ୍ଚିତ ବ୍ୟବସାୟୀ ଗୁପ୍ତା ବନ୍ଧୁଙ୍କ ପରିବାରର ଦୁଇ ପୁଅଙ୍କର। ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିଙ୍କ ସହ ସମ୍ପର୍କକୁ ନେଇ ଏହା ଖୁବ୍ ଚର୍ଚ୍ଚାରେ ଥିଲେ। ଏହି ବିବାହରେ ହଲିଉଡ ଓ ବଲିଉଡର ବହୁ ଫିଲ୍ମଷ୍ଟାରଙ୍କୁ ଦେଖିବାକୁ ମିଳିବ। ବିବାହ ସମାରୋହରେ ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ସୂଚନା ଅନୁସାରେ, ଓଲି ଓ ଜୋଶିମଟର ଆଖପାଖର ସମସ୍ତ ଦୋକାନ ଭଡାରେ ରଖାଯାଇଥିଲା। ପାହାଡ ଦୋକାନକୁ ଷ୍ଟଲର ରୂପ ଦିଆଯିବ। ବିବାହରେ ଯୋଗ ଦେଇଥିବା ଅତିଥିମାନେ ବୁଲାବୁଲି କରିବା ସମୟରେ ଏଠାରେ ଭୋଜନର ସ୍ବାଦ ନେଇପାରିବେ।
ଏହି ବିବାହରେ ପ୍ରାୟ ୨୦୦ କୋଟି ଟଙ୍କାର ଖର୍ଚ୍ଚ ହୋଇପାରେ। ବିବାହ ସମାରୋହ ଆସନ୍ତା ୧୮ରୁ ୨୨ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ବିବାହ ଅଜୟ ଗୁପ୍ତାଙ୍କ ପୁଅ ସୂର୍ଯ୍ୟକାନ୍ତଙ୍କର ହେବ ଓ ଏହାପରେ ଅତୁଲ ଗୁପ୍ତାଙ୍କ ପୁଅ ଶଶାଙ୍କ ବିବାହ ଶେଷ ହେବ। ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ବିବାହରେ ସାମିଲ ହେବା ପାଇଁ ଦେଶ-ବିଦେଶର ବହୁ ପ୍ରସିଦ୍ଧ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି ଓ ତାଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ବିବାହ ପାଇଁ ସ୍ବିଜରଲ୍ୟାଣ୍ଡରୁ ୫ କୋଟି ଟଙ୍କାର ଫୁଲ ମଗାଯାଇଛି।