ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ତୁର୍କିରେ ୪୦ ଘଣ୍ଟା ଧରି ଫସି ରହିଛନ୍ତି ୨୦୦ ଭାରତୀୟ , ଥଣ୍ଡା-ଭୋକରେ ଯାତ୍ରୀଙ୍କ ସ୍ଥିତି ସଙ୍ଗୀନ

Published By : Prameya | April 4, 2025 4:42 PM

ନୂଆଦିଲ୍ଲୀ : ତୁର୍କୀର ଦିୟାରବାକିର ଏୟାରପୋର୍ଟରେ ଭାରତୀୟ ଯାତ୍ରୀଙ୍କ ସ୍ଥିତି ସଙ୍ଗୀନ। ଗତ ୪୧ ଘଣ୍ଟାରୁ ଅଧିକ ସମୟ ହେବ ୨୦୦ରୁ ଅଧିକ ଭାରତୀୟ ଯାତ୍ରୀ ସେଠାରେ ଫସି ରହିଛନ୍ତି। ସୂଚନା ଆଧାରରେ, ଏହିସବୁ ଯାତ୍ରୀ ଭର୍ଜିନ ଆଟଲାଣ୍ଟିକ ଏୟାରଲାଇନ୍ସର ଫ୍ଲାଇଟ୍‌ରେ ଲଣ୍ଡନରୁ ମୁମ୍ୱାଇ ଫେରୁ ଥିଲେ, କିନ୍ତୁ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ହଠାତ୍‌ ବିଗିଡ଼ି ଯିବାରୁ ଫ୍ଲାଇଟ୍‌କୁ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିବାକୁ ପଡ଼ିଲା। ଏହାପରେ ବିମାନରେ ଟେକ୍ନିକାଲ ଖରାପ ଦେଖା ଦେଇ ଥିଲା ଏବଂ ଏଥିରେ ବସି ଥିବା ଯାତ୍ରୀଙ୍କ ମୁସ୍କିଲ୍‌ ଆରମ୍ଭ ହୋଇଗଲା। 

ମିଳିଥିବା ସୂଚନା ମୁତାବିକ, ଫ୍ଲାଇଟ୍‌ରେ ୨୫୦ରୁ ଅଧିକ ଯାତ୍ରୀ ଥିଲେ, ଯେଉଁଥିରେ ଅଧିକାଂଶ ଭାରତୀୟ ନାଗରିକ ଅଛନ୍ତି। ଯେମିତି ବିମାନଟି ଦିୟାରବାକିରରେ ଅବତରଣ କଲା , ଟେକ୍ନିକାଲ ଯାଞ୍ଚ ବେଳେ ଜଣାପଡ଼ିଲା ଯେ, ବିମାନରେ ଯାନ୍ତ୍ରିକ ତ୍ରୁଟି ଅଛି। ଏହି ବିମାନରେ ବସି ଥିବା ଯାତ୍ରୀ ଥଣ୍ଡା, ଭୋକ ଓ ମୌଳିକ ଆବଶ୍ୟକତା ଅଭାବରେ ଚିନ୍ତାରେ ଅଛନ୍ତି।

ସୋସିଆଲ ମିଡ଼ିଆରେ ଅସନ୍ତୁଷ୍ଟ ଯାତ୍ରୀମାନେ କହିଛନ୍ତି ଯେ, ଏୟାରପୋର୍ଟରେ ନା ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ପେୟର ବନ୍ଦୋବସ୍ତ ଅଛି , ନା ହିଁ ଆବଶ୍ୟକ ମାତ୍ରାରେ ଟୟଲେଟ୍‌ର ସୁବିଧା ଅଛି। ଜଣେ ଯାତ୍ରୀ ଦାବି କରିଛନ୍ତି ଯେ, ପାଖାପାଖି ୨୫୦ ଜଣ ଲୋକଙ୍କ ପାଇଁ କେବଳ ଗୋଟିଏ ଶୌଚାଳୟ (ଟୟଲେଟ୍‌) ଅଛି। କିଛି ଯାତ୍ରୀଙ୍କୁ ବିମାନର ଚଟାଣରେ ଓ ବେଞ୍ଚରେ ହିଁ ରାତି ବିତାଇବାକୁ ପଡିଛି। ଥଣ୍ଡାରେ କମ୍ୱଳ ମଧ୍ୟ ଯୋଗାଇ ଦିଆ ଯାଇ ନାହିଁ। ସୋସିଆଲ ମିଡ଼ିଆରେ ଯାତ୍ରୀଙ୍କ ସଙ୍ଗୀନ ସ୍ଥିତିର ଫଟୋ ଭାଇରାଲ ହେଉଛି, ହେଲେ ଏହାର ସୁନିଶ୍ଚିତ ସ୍ୱତନ୍ତ୍ର ରୂପେ କରାଯାଇ ନାହିଁ।

ଏହି ପୂରା ମାମଲାରେ ଭର୍ଜିନ ଆଟଲାଣ୍ଟିକ ଏୟାରଲାଇନ୍ସର ସଫେଇ ଆସିଛି। କମ୍ପାନୀ କହିଛି କି, ଯାତ୍ରୀଙ୍କୁ ବୈକଳ୍ପିକ ହୋଟେଲ ଗୁଡିକରେ ରଖା ଯାଇଛି ଏବଂ ତାଙ୍କର ସୁରକ୍ଷା ଆମର ପ୍ରାଥମିକତା। ସେ କ୍ଷମା ମାଗି ସୂଚନା ଦେଇଛି ଯେ, ଯଦି ଟେକ୍ନିକାଲ ସମସ୍ୟା ଶୁକ୍ରବାର ୪ ଅପ୍ରେଲର ରାତି ୧୨ଟା ସୁଦ୍ଧା (ଭାରତୀୟ ସମୟାନୁସାରେ ପାଖାପାଖି ୧୪: ୩୦) ଠିକ୍‌ ହୋଇ ଯାଇଯାଏ ,ତ ବିମାନ ମୁମ୍ୱାଇ ପାଇଁ ଉଡ଼ାଣ ଭରିବ। ନୁହେଁ ତ ଯାତ୍ରୀଙ୍କୁ ବସ୍‌ରୁ ତୁର୍କିର କୌଣସି ଅନ୍ୟ ଏୟାରପୋର୍ଟ ନିଆଯିବ , ଯେଉଁଠାରୁ ଶନିବାର ବିକଳ୍ପ ଫ୍ଲାଇଟ୍‌ରେ ମୁମ୍ୱାଇ ପଠାଯିବ। 

ଏପଟେ , ଯାତ୍ରୀଙ୍କ ସମସ୍ୟାକୁ ଦେଖି ମହାରାଷ୍ଟ୍ର ସରକାର ମଧ୍ୟ ଅଡ଼ୁଆରେ ପଡ଼ି ଯାଇଛନ୍ତି। କୁହାଯାଉଛି ଯେ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ ଜଣେ ଯାତ୍ରୀଙ୍କୁ ସଂପର୍କ କରି ସାହାଯ୍ୟ ନେଇ ଆଶ୍ୱାସନା ଦେଇଛନ୍ତି। ଏହା ବ୍ୟତୀତ ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସ୍ଥିତି ଉପରେ ନଜର ରଖିବା ଓ ଯାତ୍ରୀଙ୍କ ସାହାଯ୍ୟ ପାଇଁ ଜଣେ ନୋଡାଲ ଅଧିକାରୀଙ୍କ ନିଯୁକ୍ତ ମଧ୍ୟ କରି ଦେଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.