PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ସ୍ୱାସ୍ଥ୍ୟ ବିଭାଗର ବଡ଼ ଘୋଷଣା: ନୂଆ ପଦବିରେ ନିଯୁକ୍ତି ପାଇବେ ୨ ହଜାର ଡାକ୍ତର

ଭୁବନେଶ୍ୱର,୨୦/୧୧: ସ୍ୱାସ୍ଥ୍ୟ ବିଭାଗର ବଡ଼ ଘୋଷଣା । ନିଯୁକ୍ତି ପାଇବେ ୨ ହଜାର ଡାକ୍ତର । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗରେ ନୂଆ ପଦବି ସୃଷ୍ଟି କରାଯିବ । ଏହା ଅଧୀନରେ ୨ ହଜାର ଡାକ୍ତରଙ୍କୁ ନିଯୁକ୍ତି ମିଳିବ । ଏଲ୍‌ଟିଆର୍‌ଏମ୍‌ଓ (ଲିଭ୍‌ ଟ୍ରେନି ରିଜର୍ଭ ମେଡିକାଲ ଅଫିସର) ପଦବି ସୃଷ୍ଟି କରି ନିଯୁକ୍ତି ଦିଆଯିବ । ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ଜଣ ଲେଖାଏଁ ଏଲ୍‌ଟିଆର୍‌ଏମ୍‌ଓ ରହିବେ ।

ସେହିଭଳି ରାଉରକେଲା ଆରଜିଏଚ୍‌ରେ ୨୦ ଏଲ୍‌ଟିଆରଏମ୍‌ଓ ରହିବେ । ବାକି ୩୨ ଉପଖଣ୍ଡ ହସ୍ପିଟାଲରେ ୧୫ଜଣ ଲେଖାଏଁ ଏଲ୍‌ଟିଆରଏମଓଙ୍କୁ ନିଯୁକ୍ତି ଦିଆଯିବ । ରାଜ୍ୟ ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ୟାଡରର ଗ୍ରୁପ୍‌-ଏ ଜୁନିଅର ବ୍ରାଞ୍ଚ ର‌୍ୟାଙ୍କ୍‌ ଥିବା ଡାକ୍ତରଙ୍କୁ ଏଥିରେ ନିଯୁକ୍ତି ମିଳିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର