ଫିରିଙ୍ଗିଆ,୧୫/୦୧ : ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଫିରିଙ୍ଗିଆ ପୁଲିସ ଚଢାଉ କରି ୨୨ କିଲୋ ଗଞ୍ଜେଇ ସହ ଅଟୋ ଜବତ କରିଛି। ତେବେ ଅଟୋ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ପୁଲିସ ଜଣଙ୍କୁ ଗିରଫ କରିଛି। ଗତ ଦୁଇଦିନ ତଳେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଦୁଇଟି ଦାମୀ ଗାଡି ସହ ଚାରିଜଣ ଯୁବକ ଙ୍କୁ ଫିରିଙ୍ଗିଆ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।
ଗୁରୁବାର ଏକ ଅଟୋରେ ଫିରିଙ୍ଗିଆ ଅଂଚଳରୁ ବ୍ରହ୍ମହପୁରକୁ ଗଞ୍ଜେଇ ଚାଲାଣ ହେଇଥିବା କୌଣସି ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା I ଥାନା ଅଧିକାରୀ ମୁରଲୀଧର ସାହୁଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏସଆଇ ଦିପକ ରାଉତଙ୍କ ନେତୃତ୍ୱରେ ଏକ ଟିମ ଫୁଲବାଣୀ ଫିରିଙ୍ଗିଆ ମୁଖ୍ୟ ରାସ୍ତାର ଡିଣ୍ଡିରାଗାଁ ଆଦର୍ଶ ବିଦ୍ୟାଳୟ ନିକଟରେ ଛକିରହି ଅଟୋକୁ ଧରିବାରେ ସଫଳ ହୋଉଥିଲେ I ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଗାଡ଼ିରୁ ଏକ ବସ୍ତାରୁ ବାଇଶି କିଲୋ ଗଞ୍ଜେଇ କୁ ଜବତ କରିଥିବା ବେଳେ ଘଟଣା ସ୍ଥଳରୁ ଅଟୋ ଡ୍ରାଇଭର ପୋଲିସ କୁ ଚକମା ଦେଇ ଫେରାର ହୋଇ ଯାଇଥିଲା । ଅଟୋରେ ବସିଥିବା ଅନ୍ୟଏକ ବ୍ୟକ୍ତି ଙ୍କୁ ପୋଲିସ ଗିରଫ କରି ଥିଲା I ତେବେ ଗିରଫ ଅଭିଯୁକ୍ତ ଜଣକ ଫିରିଙ୍ଗିଆ ର ମୁଖି ସାହି ର ପ୍ରଶାନ୍ତ କୁମାର ସାହୁ ବୋଲି ଜଣାପଡିଥିବା ବେଳେ ଫେରାର ଡ୍ରାଇଭର ଜଣକ ସେହି ମୁଖି ସାହିର ସୁଶାନ୍ତ ଦିଗାଲ ବୋଲି ଜଣାପଡିଛି I ସେପଟେ ଏହି ଘଟଣା ସଂକ୍ରାନ୍ତରେ ଫିରିଙ୍ଗିଆ ଥାନାରେ ଏକ ମାମଲା ରୁଜୁ କରି ଜବତ ଅଟୋ ଓ ଗଞ୍ଜେଇ ସହ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଡ୍ରାଇଭର କୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ଥାନା ଅଧିକାରୀ ମୁରଲୀଧର ସାହୁ ସୂଚନା ଦେଇଛନ୍ତି I