PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନସିପ୍‌ ପାଇଁ ୨୨ ଜଣିଆ ଭାରତୀୟ ଆଥଲେଟିକ୍‌ ଦଳ ଘୋଷଣା: ନୀରଜଙ୍କଠୁ ବଡ଼ ପଦକ ଆଶା

ନୂଆଦିଲ୍ଲୀ, ୦୨/୦୭: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା ଗତ ବୁଧବାର ଦିନ ଷ୍ଟକହୋମ ଡାଏମଣ୍ଡ ଲିଗ୍‌ରେ ଚମତ୍କାର ପ୍ରଦର୍ଶନ କରି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ । ସେ ୮୯.୯୪ ମିଟର ଥ୍ରୋ କରି ନିଜର ପୂର୍ବ ଜାତୀୟ ରେକର୍ଡ ଭଙ୍ଗ କରିଥିଲେ ।

ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନସିପ୍‌ । ଏଥିପାଇଁ ଭାରତୀୟ ୨୨ ଜଣିଆ ଆଥଲେଟିକ୍‌ ଦଳ ଘୋଷଣା ହୋଇଛି । ନୀରଜ ଏହି ଦଳର ନେତୃତ୍ୱ ନେବେ । ତାଙ୍କଠୁ ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ବଡ଼ ପଦକ ଆଶା ରହିଛି । କ୍ରମାନ୍ୱୟରେ ନୀରଜ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବାରେ ସଫଳ ହୋଇଛନ୍ତି । ୯୦ ମିଟର ଅତିକ୍ରମ କରିବା ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ଭାରତୀୟ ଦଳ: (ପୁରୁଷ) ଅଭିନାଶ ସାବଲେ, ଏମ୍‌ପି ଜବିର, ଏମ୍‌. ଶ୍ରୀଶଙ୍କର, ମହମ୍ମଦ ଅନୀସ ୟାହିଆ, ଅବଦୁଲ୍ଲା ଅବୁବେକର, ପ୍ରବୀଣ ଚିଥ୍‌ରଭେଲ, ଏଲଦୋସ ପଲ, ତଜିନ୍ଦର ପାଲ ସିଂ ତୁର, ନୀରଜ ଚୋପ୍ରା, ରୋହିତ ଯାଦବ, ସନ୍ଦୀପ କୁମାର, ଅମୋଜ ଜାକୋବ, ନୋହା ନିର୍ମଳ ତୁମ, ମହମ୍ମଦ ଆଜମଲ, ନାଗାନାଥ ପାଣ୍ଡି, ରାଜେଶ ରମେଶ, ମହମ୍ମଦ ଆନସ । ମହିଳା-ଏସ୍‌.ଧନଲକ୍ଷ୍ମୀ, ଐଶର୍ଯ୍ୟା ମିଶ୍ର, ପାରୁଲ ଚୌଧୁରୀ, ଅନୁ ରାଣୀ ଓ ପ୍ରିୟଙ୍କା ଗୋସ୍ୱାମୀ ।

ସମ୍ବନ୍ଧିତ ଖବର