PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ସିଭିଲ୍‌ ସର୍ଭିସେସ୍‌ରେ ଓଡ଼ିଶାରୁ ୨୬ ଜଣ କୃତକାର୍ଯ୍ୟ, ଟପ୍‌ ୧୦୦ ରାଙ୍କରେ ୮ ଓଡ଼ିଆ

ଭୁବନେଶ୍ୱର, ୨୪।୫: କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ପରିଚାଳିତ ସିଭିଲ ସର୍ଭିସେସ୍‌ ୨୦୨୨ ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ମୋଟ ୯୩୩ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସର୍ବଭାରତୀୟ ସ୍ତରରେ ଇଶିତା କିଶୋର ଟପର୍‌ ହୋଇଛନ୍ତି । ଦ୍ୱିତୀୟରେ ଗରିମା ଲୋହିଆ, ତୃତୀୟରେ ଏନ୍‌ ଉଫମା ହାରଥୀ ରହିଛନ୍ତି । ଚତୁର୍ଥ ରାଙ୍କରେ ସ୍ମୃତି ମିଶ୍ରା ରହିଛନ୍ତି । ଚଳିତ ବର୍ଷ ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷାରେ ଓଡ଼ିଶାର ୨୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ୮ ଜଣ ଓଡ଼ିଆ ଟପ୍‌ ୧୦୦ ରାଙ୍କରେ ଅଛନ୍ତି । ଅନୁପ ଦାସ ୩୮ ନମ୍ବର ରାଙ୍କରେ, ପ୍ରଣିତା ଦାଶ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କୃତିକା ମିଶ୍ର ୬୬, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩ ଏବଂ ପ୍ରଶାନ୍ତ ରାଜ ୯୭ ରାଙ୍କରେ ଅଛନ୍ତି । ୧୦୦ ରାଙ୍କରେ ମଧ୍ୟରେ ୫ ଜଣ ମହିଳା ଥିବା ବେଳେ ୪ଜଣ ପୁରୁଷ ବର୍ଗର ପରୀକ୍ଷାର୍ଥୀ ରହିଛନ୍ତି । ସେହିପରି ୧୦୬ ନମ୍ବର ରାଙ୍କରେ ସିଦ୍ଧାର୍ଥ ମିଶ୍ର, ସୌମ୍ୟରଞ୍ଜନ ଦାଶ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସୁଶ୍ରୀ ଶୁଭାଙ୍ଗୀ ଖୁଣ୍ଟିଆ ୨୪୮, ସତ୍ୟ ପ୍ରକାଶ ମିଶ୍ର ୨୬୧ ନମ୍ବର ରାଙ୍କରେ ଅଛନ୍ତି ।  

ସେହିପରି ଆୟୁଷି ପ୍ରଧାନ ୩୩୪, ହିମାଂଶୁ ସାମନ୍ତ ୩୪୮, କୃତିକା ମିଶ୍ର ୪୦୧, ରଶ୍ମୀ ପ୍ରଧାନ ୪୦୫, ତେଜସ୍ୱନୀ ବେହେରା ୫୧୬, ରାକେଶ କୁମାର ସାହୁ ୫୭୫, ପ୍ରଥମା ପ୍ରତୀକ୍ଷା ପ୍ରଧାନ ୬୭୦, ଶୁଭସ୍ନିଗ୍ଧା ସେଠୀ ୬୮୦, ଶୁଭମ ମିଶ୍ର ୬୮୮, ନିବେଦିତା ଦାସ ୮୪୮, ବିରେନ୍ଦ୍ର କୁମାର ଦାସ ୮୫୪ ଏବଂ ମାନସଜ୍ୟୋତି ଦାସ ୮୮୧ ନମ୍ବର ରାଙ୍କରେ ଅଛନ୍ତି । ସର୍ବଭାରତୀୟ ସ୍ତରରେ ୩୮ ନମ୍ବର ରାଙ୍କ ହାସଲ କରିଥିବା ଅନୁପ ଦାସଙ୍କ ଘର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ରେ । ଅନୁପ ଦାସ କହିଛନ୍ତି, ମୁଁ ଏବେ ଭାରତୀୟ ରାଜସ୍ୱ ସେବାରେ କାର୍ଯ୍ୟରତ । ୟୁପିଏସ୍‌ସି ପାଇବା ପରେ ବହୁତ ଖୁସି ଲାଗୁଛି । ମୁଁ ଭାରତୀୟ ବୈଦେଶିକ ସେବା ପାଇଁ ଚୟନ କରିବି । ୟୁପିଏସ୍‌ସି ପାଇବା ପାଇଁ କଠିନ ପରିଶ୍ରମ କରିଛି । ଏଥିପାଇଁ ସ୍ମାର୍ଟ ୱାର୍କକୁ ବି ଚୟନ କରିଥିଲି । ୪୨ ରାଙ୍କ ହାସଲ କରିଥିବା ବାରିପଦାର ଝିଅ ପ୍ରଣିତା ଦାଶ କହିଛନ୍ତି, ପ୍ରଥମ ଥର ଏହି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଛି । ୟୁପିଏସ୍‌ସି ପାଇବା ପାଇଁ ମୁଁ ଦୁଇ ବର୍ଷ କଠିନ ପରିଶ୍ରମ କରିଥିଲି । କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟ ପଢ଼ିବା ସହ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲି ।

ଚଳିତ ବର୍ଷ ୧୮୦ ଜଣ ଆଇଏଏସ୍‌, ୩୮ ଜଣ ଆଇଏଫ୍‌ଏସ୍‌, ୨୦୦ ଜଣ ଆଇପିଏସ୍‌, ୪୭୩ ଜଣ କେନ୍ଦ୍ରୀୟ ସର୍ଭିସ୍‌ ଗ୍ରୁପ୍‌ ‘ଏ’, ୧୩୧ ଜଣ ଗ୍ରୁପ୍‌ ‘ବି’ରେ ନିଯୁକ୍ତି ପାଇବେ । ସାଧାରଣ ବର୍ଗରୁ ୩୪୫ଜଣ, ଇଡବ୍ଲ୍ୟୁଏସ୍‌ରେ ୯୯ଜଣ, ଓବିସି ବର୍ଗରେ ୨୬୩ଜଣ, ଏସ୍‌ସି କ୍ୟାଟେଗୋରୀରେ ୧୫୪ଜଣ, ଏସ୍‌ଟି କ୍ୟାଟେଗୋରୀରେ ୭୨ ଜଣ ଅଛନ୍ତି । ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି । ଲୋକଙ୍କ ପାଇଁ ସମର୍ପିତ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୟୁପିଏସ୍‌ସି ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହିଳାମାନେ ଟପ୍‌ ର‌୍ୟାଙ୍କରେ ରହିବା ଖୁସିର ବିଷୟ ବୋଲି ଟୁଇଟ୍‌ କରିଛନ୍ତି ।

ସମ୍ବନ୍ଧିତ ଖବର