PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଲାତୁରପେଟରୁ ୨୨୮ ବେଆଇନ ଗ୍ୟାସ ସିଲିଣ୍ଡର ଜବତ

ବୀରମହାରାଜପୁର,୨୪/୦୩: ବୀରମହାରାଜପୁର ଉପକଣ୍ଠ ଲାତୁରପେଟ ଗ୍ରାମରୁ ଶୁକ୍ରବାର ବେଆଇନ ଭାବେ ରଖାଯାଇଥିବା ଗ୍ୟାସିଲିଣ୍ଡର ଜବତ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଗ୍ରାମର ରୁଦ୍ର ନାରାୟଣ ମହାକୁରଙ୍କ ଘରେ ଚଢାଉ କରାଯାଇଥିଲା। ଖାଉଟି ଓ ଯୋଗାଣ ବିଭାଗ ତରଫରୁ ଉକ୍ତ ଚଢାଉ କରାଯାଇଥିଲା। ନିଜ ଘରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ରଖୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ଶୁକ୍ରବାର ଉକ୍ତ ଚଢାଉ କରାଯାଇଥିଲା।

ଜିଲ୍ଲା ଯୋଗାଣ ଅଧିକାରୀ ଲଳିତ ମୋହନ ପଟ୍ଟନାୟକଙ୍କ ନେତୃତ୍ବରେ ହୋଇଥିବା ଉକ୍ତ ଚଢାଉରେ ସୋନପୁର ଯୋଗାଣ ନିରିକ୍ଷକ ଦେବାଶିଷ ତ୍ରୀପାଠୀ,ଉଲୁଣ୍ଡା ଯୋଗାଣ ନିରିକ୍ଷକ  ରାଜ କିଶୋର ନାଏକ , ବୀରମହାରାଜପୁର ଯୋଗାଣ ନିରିକ୍ଷକ ପିଙ୍କୁ ଭୁଏ ଓ ସ୍ଥନୀୟ ପୁଲିସ ସାମିଲ ଥିଲେ। ରୁଦ୍ରନାରାୟଣଙ୍କ ଘରୁ  ୧୬୩ ଟି ଗ୍ୟାସ ଥିବା ସିଲିଣ୍ଡର ଓ ୬୫ଟି ଖାଲି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ଏନେଇ ଯୋଗାଣ ବିଭାଗ ପକ୍ଷରୁ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ବୀରମହାରାଜପୁର ଯୋଗାଣ ନିରିକ୍ଷକ ସୁଚନା ଦେଇଛନ୍ତି। ସୁଚନାଯୋଗ୍ୟ ରୁଦ୍ରନାରାୟଣ ମହାକୁରଙ୍କ ସ୍ତ୍ରୀ ଝରଣା ମହାକୁରଙ୍କ ସ୍ବତ୍ତାଧିକାରେ  ଉଲୁଣ୍ଡ ବ୍ଲକ ଅନ୍ତର୍ଗତ କୋଟସମଲାଇ ଠାରେ ନିଗମ ଏଚପି ଗ୍ୟାସ ନାମକ ଏକ ଗ୍ରାମୀଣ ବିତରଣ କେନ୍ଦ୍ର ରହିଛି।