PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ମାୟାବିନୀ ଅର୍ଚ୍ଚନା ନାଗ ମାମଲା: ପୁଣି ହାଜର ହେଲେ ଠିକାଦାର, ପଦାକୁ ଆସିଲା ରଣଜୀ ଖେଳାଳିଙ୍କ ଲିଙ୍କ୍‌
  • ||
  • ଭୁବନେଶ୍ୱର: ଆଜିଠୁ ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’, ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ଭୁବନେଶ୍ୱର: ଶୀତ ସାମାନ୍ୟ କମିବ, ଦକ୍ଷିଣ ଓଡ଼ିଶାରେ କାଁ ଭାଁ ହାଲୁକା ବର୍ଷା ସମ୍ଭାବନା: ୮ଟି ସ୍ଥାନରେ ରାତି ତାପମାତ୍ରା ୧୧ ଡିଗ୍ରୀ ତଳେ
  • ||

ଦିଲ୍ଲୀରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା, ଥରେ କି ଦୁଇଥର ନୁହେଁ ୬୦ ଥର ଛୁରୀରେ କରିଛନ୍ତି ଆକ୍ରମଣ…

ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଭୟଙ୍କର ହତ୍ୟା ଘଟଣା ସାମ୍ନାକୁ ଆସିଛି । ସୁନ୍ଦର ନଗରୀ ଅଞ୍ଚଳରେ ରହୁଥିବା ୨୫ ବର୍ଷିୟ ଯୁବକଙ୍କୁ ଛୁରୀରେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଫୁଟେଜରେ ଆପଣ ଏହି ଭୟଙ୍କର ଦୃଶ୍ୟ ଦେଖିପାରିବେ, ଯେଉଁଥିରେ ଅଭିଯୁକ୍ତମାନେ ଯୁବକଙ୍କୁ ବାରମ୍ବାର ଅତି ନିର୍ଦ୍ଦୟ ଭାବେ ଛୁରୀରେ ଆକ୍ରମଣ କରି ଚାଲିଛନ୍ତି । ଅଭିଯୁକ୍ତ ମାନେ ଯୁବକଙ୍କୁ ଛୁରୀରେ ୬୦ ଥର ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ଅତି ନକଟରୁ ଲୋକମାନେ ଦେଖୁଥିଲେ ମଧ୍ୟ କୌଣସି ବ୍ୟକ୍ତି ଏହାକୁ ଅଟକାଇ ନଥିଲେ । ଏହି ମାମଲାରେ ତିନି ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।

ଦିଲ୍ଲୀ ପୋଲିସର ସୂଚନାନୁସାରେ, ନନ୍ଦ ନଗରୀ ଥାନା ଅନ୍ତର୍ଗତ ସୁନ୍ଦର ନଗରୀରେ ଜଣେ ଯୁବକଙ୍କୁ ୨-୩ ଜଣ ଲୋକ ଛୁରୀରେ ଆକ୍ରମଣ କରିଥିଲେ । ଏନେଇ ଶନିବାର ସନ୍ଧ୍ୟାରେ ୭.୪୦ ସମୟରେ ପିସିଆର୍‌କୁ ଫୋନ୍ କଲ୍ ଆସିଥିଲା । ଏହା ପରେ ପୀଡିତଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ମୃତକ ଜଣକ ସୁନ୍ଦର ନଗରୀ ନିବାସୀ ୨୫ ବର୍ଷିୟ ମନୀଷ ବୋଲି ଜଣାପଡିଛି । ପୋଲିସ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସମ୍ବନ୍ଧିତ ଖବର