ଭୁବନେଶ୍ୱର, ୩୦/୧୦ : କାଳୀ ପୂଜା ଏବଂ ଛଟ୍ ପୂଜା ସମୟରେ ଯାତ୍ରୀଙ୍କ ଚାହିଦାକୁ ପୂରଣ କରିବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୂଜା ସ୍ପେଶାଲ ୨୭ଟି ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରୁଛି। ତନ୍ମଧ୍ୟରୁ ୧୮ଟି ଯୋଡ଼ା ଟ୍ରେନ୍ ନଭେମ୍ୱର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବାକୁ ଥିବାବେଳେ ୨ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ନଭେମ୍ୱର ପ୍ରଥମ ସପ୍ତାହ ଏବଂ ୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଡିସେମ୍ୱର ପର୍ଯ୍ୟନ୍ତ ଚଳାଚଳ କରିବ। ଏହା ବ୍ୟତୀତ ଦୁଇ ଯୋଡା ସ୍ୱତନ୍ତ୍ର ଟ୍ରେନ୍ ବିହାରର ଦାନାପୁର (ପାଟନା) ଏବଂ ଜୟନଗରକୁ ଗଡ଼ିବ। ଯାତ୍ରୀମାନଙ୍କୁ ଜାତୀୟ ଟ୍ରେନ୍ ଇନକ୍ୱାରୀ ସିଷ୍ଟମ୍, ପୂର୍ବତଟ ରେଳପଥ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ସ୍ୱତନ୍ତ୍ର ଟ୍ରେନର କାର୍ଯ୍ୟସୂଚୀ ଏବଂ ଉପଲବ୍ଧତା ସୂଚନା ପାଇବା ପାଇଁ କୁହାଯାଇଛି।
ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱରରୁ ଧାନବାଦ୍ ଏବଂ ଯଶୋବନ୍ତପୁରକୁ ଚଳାଚଳ କରୁଥିବାବେଳେ ପୁରୀରୁ ପାଟନା, ନିଜାମୁଦ୍ଦିନ, ଉଧନା (ସୁରଟ), କୋଲକାତା, ଗ୍ୱାଲିଅର, ସାନ୍ତ୍ରାଗାଛି, ଶାଲିମାର ଏବଂ ଭଞ୍ଜପୁର (ବାରିପଦା) ପର୍ଯ୍ୟନ୍ତ ଚଳାଚଳ କରୁଛି । ସେହିଭଳି ସମ୍ୱଲପୁରରୁ ଏରୋଡ୍, ବିଶାଖାପାଟନମ୍ ଠାରୁ ସିକନ୍ଦରାବାଦ, ବେଙ୍ଗାଲୁରୁ, ତିରୁପତି, ଚେନ୍ନାଇ, କୋଲାମ, ଶାଲିମାର ଏବଂ ଆରାକୁ ପର୍ଯ୍ୟନ୍ତ ବିଶେଷ ଟ୍ରେନ ଚଳାଚଳ କରୁଛି । ବ୍ରହ୍ମପୁରରୁ ନନ୍ଦେଡ, ସିକନ୍ଦରାବାଦ, ସୁରଟ ଏବଂ ତିରୁପତିକୁ ବିଶେଷ ଟ୍ରେନ ଚଳାଚଳ କରୁଛି ।