PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାବୁଲ ସ୍ଥିତ ଏକ ମସଜିଦ୍‌ରେ ଭୟଙ୍କର ବିସ୍ଫୋରଣ , ବିସ୍ଫୋରଣରେ ୨୦ ମୃତ , ୪୦ ଆହତ , ଆହତଙ୍କୁ ନିଆଯାଉଛି ହସ୍ପିଟାଲ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୪ ଦିନ ଏଭଳି ବନ୍ୟା ସ୍ଥିତି ରହିବ, ଆଗାମୀ ୨୪ ଘଣ୍ଟା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଏସଆରସିଙ୍କ ସୂଚନା
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ଭେଜିଗୋରା ଗ୍ରାମରେ ପାଣି ଘେରରେ ଥିବା ଗର୍ଭବତୀ ମହିଳା ଓ ଅନ୍ୟ ଜଣେ ମହିଳାଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ
  • ||
  • ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ହେମେନ୍ଦ୍ର ନାଥ ହାଇସ୍କୁଲରେ କ୍ଲାସ ରୁମ୍‌ରେ ପଶିଲା ବନ୍ୟା ପାଣି, ବାତିଲ ହେଲା ପରୀକ୍ଷା
  • ||
  • ସୋର : ବାଲେଶ୍ବର ଜିଲ୍ଲା ନୀଳଗିରି ଅଧିନ ଔପଦା ବ୍ଲକର ବିଡ଼ିଓ ଅଭିଷେକ ଦାସଙ୍କର ବଦଳିକୁ ନେଇ ବୁଧବାର ଔପଦା ବ୍ଲକ୍ ସମ୍ମୁଖରେ ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବୁଦ୍ଧିଜୀବୀ, ଔପଦାର ଜନସାଧାରଣଙ୍କ ଧାରଣା
  • ||
  • ଜଗତସିଂହପୁର : ତିର୍ତ୍ତୋଲ ବ୍ଲକର ଗୋତିଆକୁଦ ଗାଁରେ ହଠାତ ପାଣି ବଢିଯିବାରୁ ଗୋଟିଏ ପରିବାରର ୩ ଜଣ ଫଶି ରହିଥିଲେ, ବୁଧବାର ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରିଛି
  • ||
  • କଟକ : ମୁଣ୍ଡଳୀରେ କମୁଛି ଜଳସ୍ତର, ତଥାପି ଵିପଦ ସଙ୍କେତ ଉପରେ ମହାନଦୀ
  • ||
  • ବାଲିପାଟଣା : ଧନୁଆ ନଦୀରେ ବନ୍ୟା, ବାଲିପାଟଣା ବ୍ଲକ୍‌ର ୫ଟି ପଞ୍ଚାୟତର ବିଭିନ୍ନ ଗାଁ ଜଳମଗ୍ନ
  • ||
  • ବାରିପଦା : ଆଇଟିଆଇ କଲେଜରେ ଆଦିବାସୀ ଛାତ୍ରଙ୍କୁ ମାଡ ଘଟଣା, ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା
  • ||
  • କଣାସ : ମକରା ନଦୀରେ ୫୦ ଫୁଟର ଘାଇ, ୨୦ ରୁ ଅଧିକ ଗାଁରେ ପଶିଲା ବନ୍ୟାଜଳ
  • ||
  • ଜଳେଶ୍ବର : ତ୍ରୀର୍ଥଯାତ୍ରୀ ବସ୍‌କୁ ପିଟିଲା ମାଲବାହୀ ଟ୍ରକ୍, ଜଣେ ମୃତ ଓ ୪ ଗୁରୁତର
  • ||

ବହୁ ପ୍ରତୀକ୍ଷାର ଘଟିବ ଅନ୍ତ : ଜୁଲାଇ ପହିଲାରୁ ଖୋଲିବ ୨ୟ ବ୍ରାହ୍ମଣୀ ସେତୁ !

ରାଉରକେଲା, ୩୦/୦୬: ଦୀର୍ଘଦିନର ଦାବି ପୂରଣ ହେବା ସହ ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । ଜୁଲାଇ ପହିଲାରୁ ୨ୟ ବ୍ରାହ୍ମଣୀ ସେତୁ ଖୋଲିବ ବୋଲି ସହରରେ ଆଲୋଚନା ଜୋର ଧରିଛି । ଏ ନେଇ ବିଭିନ୍ନ ମହଲରୁ ସରକାର ଓ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ମାତ୍ର ଏ ସମ୍ପର୍କରେ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ବର୍ତ୍ତମାନ ସେତୁର ଗୋଟିଏ ଲେନ୍‌ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଛୋଟମୋଟ କାମ ଜାରି ରହିଛି । ତେବେ ଏହି ଲେନ୍‌ରେ ଗତ କିଛିଦିନ ହେଲା ବାଇକ୍‌ ସମେତ ହାଲୁକା ଯାନ ନିୟମିତ ଚଳାଚଳ କରୁଛି । ତେବେ ବିଧିବଦ୍ଧ ଭାବେ ଆଗାମୀ ୧୫ ଦିନ ପରେ ସମ୍ପୃକ୍ତ ଲେନ୍‌କୁ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଖୋଲାଯିବ ବୋଲି କହିଛନ୍ତି ।

ପ୍ରକାଶଯୋଗ୍ୟ ଯେ, ବିଳମ୍ବରେ ହେଲେ ମଧ୍ୟ ରାଉରକେଲା ତଥା ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଛି । ରାଉରକେଲାର ଲାଇଫ୍‌ ଲାଇନ୍‌ କୁହାଯାଉଥିବା ବ୍ରାହ୍ମଣୀ ସେତୁର ଅବସ୍ଥା ଏବଂ ନିୟମିତ ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ଦୀର୍ଘବର୍ଷରୁ ଦ୍ୱିତୀୟ ସେତୁ ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲା । ଏହିକ୍ରମରେ ଗତ ୨୦୧୭ ମସିହା ଜୁଲାଇ ୨୧ ତାରିଖରେ କେନ୍ଦ୍ର ସଡ଼କ ଓ ପରିବହନ ତଥା ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଜୟରାମ ଗଡ଼କରୀଙ୍କ ଦ୍ୱାରା ପାନପୋଷ ନିକଟସ୍ଥ ବାଲୁଘାଟଠାରେ ଭୂମିପୂଜା ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ୮୭ କୋଟି ୨୧ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ୬ ଲେନ୍‌ ବିଶିଷ୍ଟ ସେତୁ ୨୦୧୯ ମସିହା ଅର୍ଥାତ୍‌ ଦୁଇବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା ।

ମାତ୍ର ଇତିମଧ୍ୟରେ ୫ ବର୍ଷ ପୁରିବାକୁ ବସିଥିବାବେଳେ ଏହି ସମୟ ସୀମାକୁ ବାରମ୍ବାର ବୃଦ୍ଧି କରାଯାଇଥିବା ସହ ଶେଷ ଅବଧି ୨୦୨୨ ମସିହା ମାର୍ଚ୍ଚ ମାସ ଶେଷ ସୁଦ୍ଧା ରଖାଯାଇଥିଲା । ତାହା ମଧ୍ୟ ପରବର୍ତ୍ତୀ କାଳରେ ପରିବର୍ତ୍ତନ କରାଯାଇ ଜୁନ୍‌ ମାସକୁ ଘୁଞ୍ଚାଇ ଦିଆଯାଇଥିଲା । ଅନ୍ୟପକ୍ଷରେ ବ୍ରାହ୍ମଣୀ ସେତୁର ବିକଳ୍ପ ଦ୍ୱିତୀୟ ସେତୁ ଖୋଲିବା ନେଇ ସମସ୍ତେ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ଗତ କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ସହରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ସହ ସମୀକ୍ଷା କରିଥିଲେ । ଏହି ଅବସରରେ ବ୍ରାହ୍ମଣୀ ସେତୁର ସ୍ଥିତି ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ତଥା ଲୋକଙ୍କ ସୁବିଧା ପାଇଁ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଗୋଟିଏ ପାଶ୍ୱର୍କୁ ମେ’ ମାସ ଶେଷ ସୁଦ୍ଧା ଯାତାୟାତ ଉପଯୋଗୀ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଗାମୀ ସମ୍ପୃକ୍ତ ଠିକା କମ୍ପାନିକୁ କାର୍ଯ୍ୟ ଧାର୍ଯ୍ୟ ଅବଧି ମଧ୍ୟରେ ସାରିବା ସହ ମାସ ଶେଷ ସୁଦ୍ଧା ସେତୁକୁ ଯାତାୟାତ ଉପଯୋଗୀ କରିବା ପାଇଁ ତାଗିଦ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ବି ଚାଲିଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ସବୁକିଛି ଫସର ଫାଟି ଯାଇଥିଲା । ମାତ୍ର ବର୍ତ୍ତମାନ ସେତୁର ଗୋଟିଏ ଲେନ୍‌ର ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇନଥିଲେ ହେଁ ହାଲୁକା ଯାନଗୁଡ଼ିକ ଯାତାୟାତ କରୁଛି । ତେବେ ଆଗାମୀ ପ୍ରାୟ ୧୫ ଦିନ ପରେ ସେତୁର ଗୋଟିଏ ଲେନ୍‌କୁ ବିଧିବଦ୍ଧ ଭାବେ ଖୋଲାଯିବା ପରେ ଏଥିରେ ଭାରୀଯାନ ଚଳାଚଳ କରିବ ବୋଲି ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି ସେତୁର ଅନ୍ୟ ଲେନ୍‌ର ପ୍ରାୟ ୯୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିବାବେଳେ ଏହାକୁ ସଂଯୋଗ କରୁଥିବା ଆପ୍ରୋଚ୍‌ ରୋଡ଼୍‌ ନିର୍ମାଣ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ଏହା ମଧ୍ୟ ଖୁବ୍‌ଶୀଘ୍ର ଜନସାଧାରଣଙ୍କ ଯାତାୟାତ ଉପଯୋଗୀ କରାଯିବ ବୋଲି କହିଛନ୍ତି ।