PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

୨୧ରେ ଖୋଲିବ ଦ୍ୱିତୀୟ ଏସ୍‌ଡିଜେଏମ୍‌ କୋର୍ଟ, ଉଦ୍‌ଘାଟନ କରିବେ ହାଇକୋର୍ଟ ମୁଖ୍ୟ ବିଚାରପତ

ବ୍ରହ୍ମପୁର,୨୦/୧୧: ଜିଲ୍ଲା କୋର୍ଟ ପରିସରରେ ଆସନ୍ତା ୨୧ ତାରିଖରେ ଦ୍ୱତୀୟ ଏସ୍‌ଡିଜେଏମ୍‌ କୋର୍ଟ ଖୋଲିବ । ହାଇକୋର୍ଟ ମୁଖ୍ୟ ବିଚାରପତି ଜେ.ମୂରଲିଧର ଏହାକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରିବେ ।

ସାରା ଓଡ଼ିଶାରେ ୨୭ଟି କୋର୍ଟ ଖୋଲିବ । ବ୍ରହ୍ମପୁର ପୁଲିସ ଜିଲ୍ଲାର ୪ଟି ଥାନା ଗୋଳନ୍ଥରା, ସଦର, ଗୋପାଳପୁର ଓ ସୋନପୁର ଥାନାର ମାମଲା ଏଠାରେ ବିଚାରଣା ହେବ । ବର୍ତ୍ତମାନ ଏହି କୋର୍ଟରେ ପ୍ରାୟ ୫ହଜାର ମାମଲା ବିଚାରଣା ହେବାକୁ ରହିଛି । ଗ୍ରାମାଞ୍ଚଳ ମାମଲା ତୁରନ୍ତ ଫଇସଲାରେ ଏହା ସହାୟକ ହେବ । ଏହି କୋର୍ଟରେ ଛତ୍ରପୁରଠାରେ ବର୍ତ୍ତମାନ ଜେଏମ୍‌ଏଫସି ଭାବେ କାର୍ଯ୍ୟ କରୁଥିବା ଜୁଏଲ୍‌ ପଟ୍ଟନାୟକ ଦ୍ୱିତୀୟ ଏସ୍‌ଡିଜେଏମ୍‌ କୋର୍ଟରେ ଦାୟିତ୍ୱ ନେବେ ବୋଲି ଜଣାପଡିଛି ।

ଏହି କୋର୍ଟରେ କ୍ୟାଡର ଏପିପି ମାନାଲି ରାଇତା କାର୍ଯ୍ୟ କରିବେ ବୋଲି ପିପି ତ୍ରିଲୋଚନ ପରିଡା ସୂଚନା ଦେଇଛନ୍ତି । ଏ ନେଇ ଜିଲ୍ଲା ଜଜ୍‌ ଓ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ବିଭିନ୍ନ ସ୍ଥାନରେ ଗୋଟିଏ ଲେଖାଏଁ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ରହିଥିବା ବେଳେ ସେହି କୋର୍ଟଗୁଡିକ ଉପରେ କାର୍ଯ୍ୟଭାର ଚାପ ରହୁଥିଲା । ଏ ନେଇ ଜିଲ୍ଲା ଜଜ୍‌ ସମ୍ମିଳନୀରେ ଦାବି ଉଠିଥିଲା । ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏହି ପଦକ୍ଷେପ ନେବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ୨୭ଟି କୋର୍ଟ ଖୋଲିବେ ବୋଲି ନିଷ୍ପତ୍ତି ନେଇଥିଲେ ।

ସମ୍ବନ୍ଧିତ ଖବର