ଆନନ୍ଦପୁର,୨୩।୨ - ମଦ ପିଇବାକୁ ଟଙ୍କା ନଦେବାରୁ ଠିକାଦାରଙ୍କୁ ସଂଘବଦ୍ଧ ଆକ୍ରମଣକରି ହତ୍ୟା ଘଟଣାରେ ୩ ଜଣ ଅଭିଯୁ୍କ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଡିହସାହି ଗାଁର । ସେମାନେ ସମ୍ପର୍କରେ ମାମୁଁ ଓ ୨ ଭଣଜା ବୋଲି ସାମ୍ବାଦିକ ସମ୍ମିଳନୀରେ ଆନନ୍ଦପୁର ଏସଡିପିଓ ସୂଚନା ଦେଇଛନ୍ତି ।
ଗତ ୨୦ ତାରିଖ ରାତିରେ ଘଷିପୁରା ଥାନା ଡିହସାହି ଗାଁର ଠିକାଦାର ବିପିନ ପରିଡାଙ୍କୁ ହତ୍ୟା କରାଯାଇଥିଲା। ଡିହସାହି ଗାଁର କିଛି ଲୋକ ଉକ୍ତ ରାତିରେ ଆସି ବିପିନଙ୍କ ଘର ନିକଟରେ ମଦ ପିଇବାକୁ ଟଙ୍କା ମାଗିଥିଲେ । ଟଙ୍କା ନଦେବାରୁ ସଂଘବଦ୍ଧ ହୋଇ ବିପିନଙ୍କୁ ମାଡ ମାରିବା ସହ ଠେଙ୍ଗାରେ ଆକ୍ରମଣ କରିଥିଲେ । ଆକ୍ରମଣ ଯୋଗଁ ବିପିନଙ୍କ ମୃତ୍ୟୁ ଘଟିଥିଲା । ହତ୍ୟା ଘଟଣା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାବେଳେ ବିପିନଙ୍କ ପୁଅ ଖଗେଶ୍ବରର ଏତଲା ଆଧାରରେ ଘଷିପୁରା ପୁଲିସ ତଦନ୍ତ ଆରମ୍ଭ କରିଥିଲା । ୨ ଅଭିଯୁକ୍ତଙ୍କୁ ବାଲେଶ୍ବର ଜିଲ୍ଲାରୁ ଓ ଜଣଙ୍କୁ ଯାଜପୁର ଅଞ୍ଚଳରୁ ଗିରଫ କରିଛି ପୁଲିସ। ଗିରଫ ଅଭୁକ୍ତ ମାନେ ଡିହସାହି ଗାଁର ହୋଇଥିବାବେଳେ ସେମାନେ ସମ୍ପର୍କରେ ମାମୁଁ ଓ ୨ ଭଣଜା ହୋଇଥିବା ସୂଚନା ଦେଇଛି ପୋଲିସ୍ ।
ଆହୁରି ପଢନ୍ତୁ : ମାର୍ଚ୍ଚ ୩୧ ସୁଦ୍ଧା ଦାଖଲ କର ସମ୍ପତ୍ତି ତାଲିକା , ନଚେତ କାର୍ଯ୍ୟାନୁଷ୍ଠାନ