PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ମାଉସୀଙ୍କୁ ଧକ୍କାମାରି ଝିଆରୀକୁ ଉଠାଇନେଲେ ୩ ଯୁବକ, ଦୁଷ୍କର୍ମ ଉଦ୍ୟମ

source:www.deccanchronicle.com

ଭୁବନେଶ୍ୱର,୩୧ ।୧(ବ୍ୟୁରୋ): ମାଉସୀଙ୍କୁ ଧକ୍କା ମାରି ଝିଆରୀକୁ ବାଇକ୍‌ରେ ଉଠାଇ ନେଇ ୩ ଦୁର୍ବୃତ୍ତ ଦୁଷ୍କର୍ମ ଉଦ୍ୟମ କରିଛନ୍ତି । ହେଲେ କୌଶଳ କରି ସଂପୃକ୍ତ ଯୁବତୀ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ଜୀବନ ବଞ୍ଚାଇଛନ୍ତି । ଏଭଳି ଘଟଣା ଘଟିଛି ଚନ୍ଦକା ଥାନା ଅଞ୍ଚଳରେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ଚନ୍ଦକା ଥାନା ପୁଲିସ ଏକ ମାମଲା ରୁଜୁ କରିଛି । ମାମଲାରେ ସଂପୃକ୍ତ ଅଭିଯୋଗରେ ଜଣେ ଯୁବକକୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି । ଅପହରଣରେ ବ୍ୟବହୃତ ଏକ ବାଇକ୍‌କୁ ପୁଲିସ ଜବତ କରିଛି । ଚନ୍ଦକା ଥାନା ପୁଲିସ ସୂଚନା ଅନୁଯାୟୀ, ଖଣ୍ଡଗିରି ଭରତପୁର ଅଞ୍ଚଳର ମିତାଲି(ଛଦ୍ମନାମ, ୪୦) ତାଙ୍କ ଝିଆରୀ ରୂପା(ଛଦ୍ମନାମ, ୨୪)ଙ୍କୁ ସାଙ୍ଗରେ ନେଇ ମଙ୍ଗଳବାର ରାତିରେ ଚନ୍ଦକା ପଥରଗାଡ଼ିଆ ଅଞ୍ଚଳକୁ ଯାଇଥିଲେ । ସେଠାରେ ସେମାନେ ଅଟୋକୁ ଅପେକ୍ଷା କରିଥିବାବେଳେ ଦୁଇଟି ବାଇକ୍‌ରେ ୩ ଜଣ ଯୁବକ ପହଞ୍ଚି ରୂପାଙ୍କୁ ଟଣାଓଟରା କରିଥିଲେ । ମିତାଲି ପ୍ରତିବାଦ କରିବାରୁ ସେମାନେ ତାଙ୍କୁ ଧକ୍କାମାରି ରୂପାଙ୍କୁ ବାଇକ୍‌ରେ ଉଠାଇ ନେଇଥିଲେ । ମିତାଲି ସଙ୍ଗେ ସଙ୍ଗେ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କରିଥିଲେ । ୩ ଦୁର୍ବୃତ୍ତ ରୂପାଙ୍କୁ ଅପହରଣ କରି ଏକ ଜଙ୍ଗଲ ଭତିରକୁ ନେଇଥେିଲ । ସେଠାରେ ରୂପାଙ୍କୁ ବଳାତ୍କାର ଉଦ୍ୟମ କରବିା ବେଳେ ସେ ସେମାନଙ୍କ କବଳରୁ ଖସି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ସେପଟେ ଅପହରଣ ଖବରପାଇ ଇନ୍‌ଫୋସିଟି ଥାନା ପୁଲିସ, ଚନ୍ଦକା ଥାନା ପୁଲିସ ପିସିଆର ଭ୍ୟାନ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ମିତାଲିଙ୍କଠାରୁ ଘଟଣା ବିଷୟରେ ବୁଝିବା ପରେ ଚାରିଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ରୂପାଙ୍କୁ ପାଇ ନଥିଲେ । ରୂପା ଅଳସୁଆ ଗ୍ରାମ ନିକଟରେ ଥିବା ମୁଣ୍ଡା ସାହିରେ ଏକ ଘର ଭିତରେ ପଶି ଯାଇଥିଲେ । ପୁଲିସ ବିଳମ୍ବିତ ରାତିରେ ଜଣଙ୍କୁ ଉକ୍ତ ରାସ୍ତାରୁ ବାଇକ୍‌ ସହ ଉଠାଇ ଆଣି ଅଟକ ରଖିଛି । ସେପଟେ ଆଜି ସକାଳେ ରୂପାଙ୍କୁ ପୁଲିସ ମୁଣ୍ଡା ସାହିରୁ ଉଦ୍ଧାର କରିଛି । ଘଟଣା ଚନ୍ଦକା ଥାନା ଅଞ୍ଚଳରେ ଘଟିଥିବାରୁ ଇନ୍‌ଫୋସିଟି ଥାନା ପୁଲିସ ମାମଲାକୁ ଚନ୍ଦକା ଥାନା ପୁଲିସକୁ ହସ୍ତାନ୍ତର କରିଛି । ଚନ୍ଦକା ଥାନା ପୁଲିସ ରୂପାଙ୍କ ଅଭିଯୋଗକୁ ଭତ୍ତିକରି ଏକ ମାମଲା ରୁଜୁ କରିଛି । ଅଟକ ରଖଥିବିା ଯୁବକକୁ ପୁଲସି ପଚରାଉଚରା କରି ଅନ୍ୟ ୨ଜଣଙ୍କୁ ଗିରଫ କରିବା ପାଇଁ ତନାଘନା ଚଳାଇଛି ।