ନୀଳଗିରି,୧୨।୭ : କେନାଲରେ କାମ କରୁଥିଲେ, ହଠାତ  ବଜ୍ରପାତ ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ରାଇପାଳରେ ଥିବା ଋଷିଆ କେନାଲରେ  ଅଘଟଣ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଜେସିବି ଅପରେଟର ଓ ଦୁଇ ଶ୍ରମିକ ଅଛନ୍ତି। ଖବର ପାଇ ନୀଳଗିରି ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।