ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ, ଗୋଟିଏ ପରିବାରର ୩ ଗୁରୁତର

ଭୁବନ,୨୨।୬ : ଭୁବନ ଥାନା ସୁରପ୍ରତାପପୁର ଗାଁରେ ଫାୟାରିଂ ସହ ବୋମାମାଡରେ ଗୋଟିଏ ପରିବାରର ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନେ ହେଲେ ଜୟପ୍ରକାଶ ରାଉତ (୫୧), ଜିତେନ୍ଦ୍ର ରାଉତ (୫୩) ଓ ଶୁଭଙ୍କର ପ୍ରିୟଦର୍ଶୀ ରାଉତ (୨୨) । ଗୁରୁତରମାନେ ଭୁବନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ ସହ ଗୁଳିମାଡ ଓ ବୋମାମାଡ କରାଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।