ପ୍ରମୂଖ ଖବର
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ସୁରକ୍ଷାବାହିନୀକୁ ବଡ଼ ସଫଳତା, ଚିନ୍ତଲନାଡ଼ ଜଙ୍ଗଲରୁ ୩ ହାର୍ଡକୋର୍ ମାଓବାଦୀ ଗିରଫ

Published By : Rasmita Pradhan | April 11, 2025 10:35 AM

ଭୁବନେଶ୍ଵର, ୧୧/୦୪ : ଛତିଶଗଡ଼ ସୁକୁମା ଜିଲ୍ଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା। ଚିନ୍ତଲନାଡ଼ ଜଙ୍ଗଲରେ ସିଆରପିଏଫ ଯବାନଙ୍କ କମ୍ଵିଂ ଅପରେସନ ବେଳେ ୩ ଜଣ ହାର୍ଡକୋର୍ ମାଓବାଦୀ ଧରା ପଡିଛନ୍ତି। ସେମାନଙ୍କ ମୁଣ୍ଡ ଉପରେ ଛତିଶଗଡ଼ ସରକାର ପୁରସ୍କାର ରାଶି ଘୋଷଣା କରିଥିଲେ। 

ସୂଚନାନୁଯାୟୀ, ଚିନ୍ତଲନାଡ ଜଙ୍ଗଲରେ ସିଆରପିଏଫ ଯବାନ କମ୍ଵିଂ ଅପରେସନ କରୁଥିବା ବେଳେ ୩ ଜଣ ମାଓବାଦୀ ଦୌଡ଼ି ପଳାଉଥିଲେ। ସେମାନଙ୍କୁ ପିଛା କରି ଯବାନମାନେ କାବୁ କରିବାରେ ସଫଳ ହୋଇଥିଲେ। ଉକ୍ତ ୩ ଜଣଙ୍କୁ ସୁକୁମା ଏସପି କିରଣ ଚୌହାନଙ୍କୁ ହସ୍ତାନ୍ତର କରାଯାଇଛି। 

DKMS ଅଧ୍ୟକ୍ଷ ମାଡକାମ ଭିମାଙ୍କ ମୁଣ୍ଡ ଉପରେ ପୂର୍ବରୁ ଛତିଶଗଡ ସରକାର ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିବା ବେଳେ ମିଲିସିଆ କମାଣ୍ଡର ମାଡକାମ ଲକ୍ଷ୍ମା ଓ ହେମଲା ନନ୍ଦାଙ୍କ ମୁଣ୍ଡ ଉପରେ ଏକ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ସାଧାରଣ ଆଦିବାସୀ ଲୋକଙ୍କୁ ହତ୍ୟା କରିବା ସହ ବିଭିନ୍ନ ହିଂସା କାଣ୍ଡରେ ଜଡିତ ଥିବା ଏହି ତିନି ଜଣ ମାଓବାଦୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ସୁକୁମା ଏସପି କହିଛନ୍ତି।

ଏହି ଖବରଟିକୁ ପଢନ୍ତୁ-ସର୍ଚ୍ଚ ଅପରେସନ ବେଳେ ୪ ବୋତଲ ବୋମା ଠାବ, ନିଷ୍କ୍ରିୟ କଲା ସୁରକ୍ଷାବାହିନୀ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.