ସାନଖେମୁଣ୍ଡି, ୨୦।୧୧ : ଦିଗପହଣ୍ଡି ଆସିକା ମୂଖ୍ୟ ରାସ୍ତା ରେ ଜଣେ ବ୍ୟକ୍ତି ପୋଖରୀରେ ଗାଧୋଇ ନିଜ ଘର କୁ ଫେରୁଥିବା ବେଳେ ପଛ ପଟରୁ ଏକ ବାଇକ ଧକ୍କା ଦେଇଥିଲା। ତେବେ ବାଇକଟି ଦୁର୍ଘଟଣା ଘଟାଇ ଦ୍ରୁତ ଗତିରେ ଯାଉଥିବା ବେଳେ ପୁଣି ଥରେ ଦୁର୍ଘଟଣାର ଶିକାର ହୋଇ ୨ ବାଇକ ଆରୋହୀ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ।
ତ୍ରିନାଥ ରାସ୍ତା ରେ ଯାଉଥିବା ବେଳେ ଦିଗପହଣ୍ଡି ପଟ ରୁ ପାଟପୁର ଯାଉଥିବା ଏକ ବାଇକ୍ ଧକ୍କା ଦେଇ ଥିଲା । ଯାହା ଫଳରେ ଆଖ ପାଖ ଲୋକ ଜମା ହୋଇଯାଇଥିଲେ। ସେମାନଙ୍କୁ ଦେଖି ପୁଣି ବାଇକ୍ ଚାଳକ ଗାଡ଼ି ଫେରାଇ ଦୁର୍ଘଟଣା ସ୍ଥାନ ରୁ ଚମ୍ପଟ ମାରିବାକୁ ଉଦ୍ୟମ କରିବା ବେଳେ ବାଇକ୍ ଚାଳକ ଙ୍କ ଗାଡ଼ି ଦୁର୍ଘଟଣା ଶିକାର ହୋଇ ଦୁଇ ଜଣ ବାଇକ ଆରୋହୀ ଆହତ ହୋଇଥିଲେ। ସେମାନଙ୍କ ମୁଣ୍ଡ ଫାଟି ରକ୍ତ ସ୍ରାବ ହେଉଥିବା ଦେଖି ସ୍ଥାନୀୟ ଲୋକଙ୍କ ଅଗ୍ନିଶମ ବିଭାଗ ଜଣାଇ ଥିଲେ। ଅଗ୍ନିଶମ ବିଭାଗ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲ ରେ ଭର୍ତ୍ତି କରିଥିଲା। ଦୁଇ ବାଇକ ଚାଳକ ହେଲେ ସାହସପୁର ଗ୍ରାମର ସାପୁଆ, ପାଟପୁରର ସନ୍ତୋଷ ବେହେରା। ପୋଲିସ ପହଞ୍ଚି ଗାଡ଼ି ଜବତ କରି ତଦନ୍ତ ଜାରି ଜାରୀ ରଖିଛି।