ଖଜୁରୀପଡ଼ା ୩୧।୮( ଆ ପ୍ର) : ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୂତିମେଣ୍ଡି ମଲ୍ଲିକ ସାହି ଠାରେ  ଦୁଇ ବାଇକ୍  ମଧ୍ୟରେ ମୁହାଁମୁହିଁ  ଧକ୍କା ହେବାରୁ ତିନି ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନେ ହେଲେ ଗଣ୍ଡାପାଜୁର  ମନୋଜ ବଗର୍ତ୍ତି ଓ କଲାଡିର  ଦମ୍ପତି ରୁଦ୍ର ପ୍ରଧାନ ଏବଂ ମମତା ପ୍ରଧାନ । 

ରୁଦ୍ର ଏବଂ ମମତା ଖଜୁରୀପଡ଼ାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଫୁଲବାଣୀ ପଟୁ ଆସୁଥିବା ମନୋଜ ବଗର୍ତ୍ତିଙ୍କ ସହିତ ମଲ୍ଲିକ ସାହିଠାରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସମସ୍ତେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଖଜୁରୀପଡ଼ା ମେଡିକାଲ ନେଇଥିଲେ । ସେଠାରେ ମନୋଜଙ୍କ ଚେତା ନ ଫେରିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।