PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ବନ୍ଧୁକ ଦେଖାଇ ୩ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ସୋର, ୨୩।୧: ସୋର ଥାନା ଅନନ୍ତପୁର ଫାଣ୍ଡି ଅନ୍ତର୍ଗତ ଘଡ଼େଇ ସାହି ଛକରେ ଲୁଟିନେଲେ ଦୁର୍ବୁତ୍ତ । ଜଣେ ମିନି ବ୍ୟାଙ୍କ ମାଲିକଙ୍କ ନିକଟରୁ ବନ୍ଧୁକ ଦେଖାଇ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ଅନନ୍ତପୁର ଫାଣ୍ଡିରେ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ଅଇଁରୀ ଗ୍ରାମର ମନୋରଞ୍ଜନ ନାୟକ ବାଲିଛନ୍ଦା ଘାଟ ନିକଟରେ କିଓସ୍କ ବ୍ୟାଙ୍କ କରିଛନ୍ତି ।

ଆଜି ସକାଳେ ମନୋରଞ୍ଜନ ଗ୍ରାହକମାନଙ୍କ ପାଇଁ ଉଦ୍ଦିଷ୍ଟ ୩ ଲକ୍ଷ ଟଙ୍କା ଏବଂ ଅନ୍ୟ କାଗଜପତ୍ର ଧରି ବ୍ୟାଙ୍କକୁ ଯାଉଥିଲେ । ଠିକ୍ ଏତିକି ବେଳେ ଘଡ଼େଇସାହି ଛକ ନିକଟରେ ୩ ଜଣ ଦୁର୍ବୁତ୍ତ ଏକ ପଲସର ବାଇକ ଯୋଗେ ଆସି ତାଙ୍କୁ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରିଥିଲେ । ଏଥିସହ ତାଙ୍କ ପାଖରେ ଥିବା ଟଙ୍କା ଏବଂ କାଗଜପତ୍ର ଥିବା ବ୍ୟାଗଟିକୁ ନେଇ ଦ୍ରୁତ ଗତିରେ ସୋର ଅଭିମୁଖେ ପଳାଇ ଯାଇଥିଲେ । ଅଭିଯୋଗ ପାଇ ଅନନ୍ତପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।