ଇସ୍ତଫା ଦେଲେ ୩ ରାଜ୍ଯସଭା ସାଂସଦ

ଭୁବନେଶ୍ୱର ୧୦/୬: ଇସ୍ତଫା ଦେଲେ ୩ ରାଜ୍ଯସଭା ସାଂସଦ । ପ୍ରତାପ ଦେବ, ସୌମ୍ଯ ରଞ୍ଜନ ପଟ୍ଟନାୟକ ଓ ଡ. ଅଚ୍ଯୁତ ସାମନ୍ତ ରାଜ୍ଯସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ଗତ ସାଧାରଣ ନିର୍ବାଚନରେ ଏହି ୩ ନେତା ବିଜୟୀ ହୋଇଛନ୍ତି । ତେଣୁ ସେମାନେ ରାଜ୍ଯସଭା ସଦସ୍ଯତା ତ୍ଯାଗ କରିଛନ୍ତି । ସୌମ୍ଯ ରଞ୍ଜନ ପଟ୍ଟନାୟକ ଓ ପ୍ରତାପ ଦେବ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଅଚ୍ଯୁତ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି ।
ଖଣ୍ଡପଡାରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସୌମ୍ଯ ରଞ୍ଜନ । ସେହିଭଳି ପ୍ରତାପ ଦେବ ଆଳିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟପଟେ ଡ. ସାମନ୍ତ କନ୍ଧମାଳ ଲୋକସଭା ଆସନରୁ ବିଜୟ ଲାଭ କରିଛନ୍ତି । ନିଜ ନୂଆ ପଦବୀ ସମ୍ଭାଳିବା ପାଇଁ ରାଜ୍ଯସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ଏହି ୩ ନେତା ।