ନୂଆଦିଲ୍ଲୀ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଅନେକ ବର୍ଷରୁ ଇରାନ ଯୁଦ୍ଧର ଯୋଜନା ପ୍ରସ୍ତୁତ କରୁଥିଲେ। ଏକ ରିପୋର୍ଟରେ ଏହାକୁ ନେଇ ବଡ଼ ଖୁଲାସା ହୋଇଛି। ଦାବି ମୁତାବିକ , ନେତନ୍ୟାହୁଙ୍କର ଇରାନ ଉପରେ ଆକ୍ରମଣ କରିବା ଦୀର୍ଘ ଦିନରୁ ଚାଲିଥିବା ପ୍ରୟାସକୁ ଆମେରିକାର ତିନି ଜଣ ପୂର୍ବତନ ରାଷ୍ଟ୍ରପତି ଖାରଜ କରିଦେଇ ଥିଲେ, କିନ୍ତୁ ଡୋନାଲ୍ଡ ଟ୍ରମ୍ପ ଏହାକୁ ମଞ୍ଜୁରୀ ଦେଇ ଥିଲେ। ଏହି ଦାବି ଆମେରିକାର ପୂର୍ବତନ ବିୈଦେଶିକ ମନ୍ତ୍ରୀ ଜନ୍ କେରୀ କରିଛନ୍ତି। ସେ କହିଛନ୍ତି ଯେ, ଟ୍ରମ୍ପଙ୍କ ପୂର୍ବରୁ ଏହି ପ୍ଲାନ୍ ଜର୍ଜ ଡବ୍ଲୁ ବୁଷ୍ , ବାରାକା ଓବାମା ଓ ଜୋ ବାଇଡେନଙ୍କ ପାଖରେ ମଧ୍ୟ ଉପସ୍ଥାପିତ କରାଯାଇ ଥିଲା ,କିନ୍ତୁ ତିନି ଜଣ ଯାକ ଏହାକୁ ଏଡ଼େଇ ଦେଇଥିଲେ।

ଜନ୍ କେରୀ ନିକଟରେ ‘ ଦ ଲେଟ୍ ଶେ ୱିଦ୍ ଷ୍ଟିଫନ କୋଲବର୍ଟ’ ନାମକ ଏକ ଟିଭି ଶୋ’ରେ ଏହି ଦାବି କରିଛନ୍ତି। ସେ ଏକ ବିବୃତ୍ତିରେ କହିଛନ୍ତି , ଓବାମା ଖାରଜ କଲେ , ବୁଶ୍ ଖାରଜ କଲେ , ରାଷ୍ଟ୍ରପତି ବାଇଡେଟ୍ ମଧ୍ୟ ଖାରଜ କରିଥିଲେ । ମୁଁ ନିଜେ ଏହି ଆଲୋଚନାର ସଦସ୍ୟ ରହିଥିଲି। ସେ କହିଛନ୍ତି କି ପୂର୍ବୁର ଆମେରିକୀୟ ପ୍ରଶାସନ ଏହି ଯୁଦ୍ଧକୁ ସହମତି ଏଥିପାଇଁ ଦେଇ ନଥିଲେ , କାରଣ ସେ ଦ୍ୱିତୀୟ ବିକଳ୍ପର ତଲାସରେ ଥିଲେ।

କେରୀ ଏହା ମଧ୍ୟ କହିଥିଲେ ଯେ, ପୂର୍ବର ୩ ଆମେରିକୀୟ ରାଷ୍ଟ୍ରପତି ଭିଏତନାମ ଓ ଇରାକ୍ ଯୁଦ୍ଧର ଅଭିଜ୍ଞତାକୁ ଦେଖି ଯୁଦ୍ଧ ଆରମ୍ଭ ନକରିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଥିଲେ , ଭିଏତନାମ ଯୁଦ୍ଧରେ ଆମକୁ ମିଛ କୁହାଯାଇ ଥିଲା। ସେହି ଯୁଦ୍ଧ ଓ ଇରାକରୁ ଏହି ଶିକ୍ଷା ମିଳେ ଯେ, ଲୋକଙ୍କୁ ମିଛ କହି ତାଙ୍କ ପିଲାଙ୍କୁ ଲଢେଇରେ ପଠାଇବା ଠିକ୍ ନୁହେଁ।

ହେଲେ ଟ୍ରମ୍ପ ଯୁଦ୍ଧର ରାସ୍ତା ବାଛି ଥିଲେ। କେରୀ କହିଛନ୍ତି ଯେ, ଟ୍ରମ୍ପ ପ୍ରଶାସନର ୨୦୧୫ର ପରମାଣୁ ଚୁକ୍ତି ( ଜେସିପିଓ ଏ) ରୁ ବାହାରିବା ପରେ ଯୁଦ୍ଧ ପ୍ରାୟ ସ୍ଥିର ହୋଇ ଯାଇଥିଲା। କେରୀ ବର୍ତ୍ତମାନର ଯୁଦ୍ଧର ରଣନୀତି ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ, ଏଥିରେ ଇରାନ ସହ ଚୁକ୍ତିର ସମ୍ଭାବନା ଦୁର୍ବଳ ହୋଇଛି। ସେ କହିଛନ୍ତି ଯେ, ସ୍ଥିତି ସେତେବେଳେ ଭଲ ହେବ , ଯେବେ ଇରାନ ଉପରେ ବୋମା ପଡ଼ିବ ନାହିଁ କି ଅନ୍ୟ କୌଣସି ବିବାଦୀୟ ପଦକ୍ଷେପ ନିଆଯିବ ନାହିଁ।

ଉଲ୍ଲେଖନୀୟ ଯେ, ନେତନ୍ୟାହୁ ଗତ ତିନି ଦଶକରୁ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ନେଇ ଲଗାତାର ଚେତାବନୀ ଦେଉଛନ୍ତି। ୧୯୯୦ ଦଶନ୍ଧିରେ ସେ କହିଥିଲେ ଯେ,ଇରାନ ୩ରୁ ୫ ବର୍ଷରେ ପରମାଣୁ ଅସ୍ତ୍ର ତିଆରି କରିପାରେ,ଯାହାକୁ ସେ ପରବର୍ତ୍ତୀ ବର୍ଷ ଗୁଡ଼ିକରେ ସେ ଦାବି କରିଥିଲେ ଯେ, ଇପାନ କିଛି ସପ୍ତାହ କିମ୍ୱା କିଛି ମାସ ମଧ୍ୟରେ ବୋମା ତିଆରି କରିପାରେ। ହେଲେ , ଅନ୍ତର୍ଜାତୀୟ ପରମାଣୁ ଏଜେନ୍ସି( ଆଇଏଇଏ) ଓ ସଂଯୁକ୍ତ ରାଷ୍ଟ୍ରର ନିରୀକ୍ଷକଙ୍କୁ ଏବେ ସୁଦ୍ଧା ଏମିତି କୌଣସି ପ୍ରମୁଖ ପ୍ରମାଣ ମିଳିନାହିଁ ଯେ,ଇରାନ ପରମାଣୁ ଅସ୍ତ୍ର ତିଆରି କରିଛି କିମ୍ୱା ହାସଲ କରିଛି।

ଆହୁରି ମଧ୍ୟ ପଢନ୍ତୁ : ଯୁଦ୍ଧବିରତି ପରେ ବି ଖୋଲିବନି ହୋର୍ମୁଜ ! ସମୁଦ୍ର ମଝିରେ ବିଛା ହୋଇଛି ମରଣଯନ୍ତା, ଆକାଶଛୁଆଁ ହେବ ପେଟ୍ରୋଲ-ଡିଜେଲ ଦର