ବଡ଼ଚଣା,୬/୬ : ଜଣେ ନାବାଳିକା ଝିଅକୁ ଅନ୍ୟ ଜଣେ ନାବାଳକ ଦୁଷ୍କର୍ମ କରିଥିବାବେଳେ ପୁଲିସ ନାବାଳକକୁ ପଚରାଉଚରା କରୁଥିବା ସୂଚନା ଦେଇଛି l ସୂଚନା ଅନୁସାରେ ବୈରୀ ଥାନା ଅନ୍ତର୍ଗତ ଏକ ଗାଁର ଜନୈକ ନାବାଳକ ସେହି ଗାଁର ଜଣେ ୩ବର୍ଷର ଶିଶୁକୁ ଅପରାହ୍ନ ୪ଟା ସମୟରେ ଦାଣ୍ଡରେ ଖେଳୁଥିବାବେଳେ ଏକୁଟିଆର ସୁଯୋଗ ନେଇ ତାକୁ ମାଡ଼ି ବସିଥିଲା l
ନାବାଳିକାଟି ଖୁବ୍ ଜୋରରେ ପାଟି କରିଥିଲା । ଫଳରେ ତାର ଭାଇ ଘରେ ଥିବାରୁ କିଏ ପାଟି କରୁଛି ଭାବି ଘର ବାହାରକୁ ପଳାଇ ଆସିଥିଲା । ପରେ ସମ୍ପୃକ୍ତ ନାବାଳକକୁ କାବୁ କରି ବୈରୀ ପୁଲିସକୁ ଅବଗତ କରିଥିଲେ l ଖବରପାଇ ବୈରୀ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାବାଳକକୁ ପଚରାଉଚରା କରାଯାଉଛି ।