ସୋରଡା, ୧୯।୩ : ମୟାଙ୍ଗି ଛକ ନିକଟରେ ଲକ୍ଷ୍ମୀ ବସ୍ ଓ ବୁଲେଟ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ହେଲେ ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ମାଣିଆକାଠି ଗ୍ରାମର ଟିଲୁ ଗୌଡ଼, ଶଙ୍କର ଗୌଡ଼, ସିଲୁ ମୂଳି।
ସୋରଡ଼ା ବ୍ଲକ ଅସୁରବନ୍ଧ ପଞ୍ଚାୟତ ମାଣିଆକାଠି ଗ୍ରାମର ଶଙ୍କର ଗୌଡ଼ ୭ ଦିନ ତଳେ ନୂତନ ଭାବେ ବୁଲେଟ କିଣିଥିଲେ। ଗୁରୁବାର ବୁଲେଟରେ ସୋରଡ଼ା ଆସି ମାଣିଆକାଠି ଗ୍ରାମକୁ ଫେରୁଥିଲେ I ତେବେ ଜାତୀୟ ରାଜପଥର ମୟାଙ୍ଗି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଲଷ୍ମୀ ବସର ପାର୍ଶ୍ଵରେ ମୁହାଁମୁହିଁ ଧକ୍କା ହୋଇଥିଲା I ଫଳରେ ଶଙ୍କର ସମେତ ଅନ୍ୟ ୨ ଜଣ ଙ୍କ ମୁଣ୍ଡରେ ଚକା ଚଢି ଯାଇଥିଲା Iଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ସୋରଡ଼ା ମେଡିକାଲରେ ଭର୍ତ୍ତି କରିଛି। ପୁଲିସ ଘଟଣାର ତଦନ୍ତ କରୁଛି। ମୃତ୍ୟୁ ପରେ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।