୩୦ କେଜି ଗଞ୍ଜେଇ ସହ କାର ଜବତ, ଜଣେ ଗିରଫ

ଖଲ୍ଲିକୋଟ,୭/୨–ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ର ଗୁରାପଲ୍ଲୀ ଟୋଲ ଗେଟ ଠାରେ ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ ର ଏକ ଟିମ ଚଢ଼ାଉ କରି ୩୦ କେଜି ଗଞ୍ଜେଇ ସହ ଗୋଟିଏ ଟାଟା ଇଣ୍ଡିଗୋ କାର କୁ ଜବତ କରିଛି । ଏଥିସହ ଜଣଙ୍କୁ ଗିରଫ କରିଛି।
ବ୍ରହ୍ମପୁର ଠାରୁ କୋଲକାତା ଏକ କାର ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଖବର ପାଇ ଅବକାରୀ କମିଶନର ଆଶିଷ କୁମାର ସିଂହ ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଫ୍ଲାଇଙ୍ଗ ସ୍କ୍ବାର୍ଡ ର ଏକ ଟିମ ଗୁରାପଲ୍ଲୀ ଟୋଲ ଗେଟ ଠାରେ ଗାଡ଼ି ଗୁଡିକ ଯାଞ୍ଚ କରୁଥିଲେ ।ଏହି ସମୟରେ ଏକ ଟାଟା ଇଣ୍ଡିଗୋ କାର ( ନଂ ଡବ୍ଲ୍ୟୁ ବି ୨୫ ଏଫ ୩୫୯୩) କୁ ଯାଞ୍ଚ କରିବା ପରେ ସେଥିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଥିଲା ।ସେଥିରେ ଥିବା ୩୦ କେଜି ଗଞ୍ଜେଇ ସହ ଟାଟା ଇଣ୍ଡିଗୋ କାର କୁ ଜବତ କରାଯାଇଥିଲା । ଡ୍ରାଇଭର ପଶ୍ଚିମବଙ୍ଗ ର ନୁର ଇସଲାମ ଦଫାଦର(୪୮) ଙ୍କୁ ଗିରଫ କରାଯାଇଥିଲା । ଏ ନେଇ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ କହିଛନ୍ତି। ଶ୍ରୀ ସ୍ୱାଇଁଙ୍କ ନେତୃତ୍ୱରେ ଏଏସଆଇ ସେକ ସାକୀର ଉଲ୍ଲା, ବ୍ରଜକିଶୋର ବିନ୍ଧାଣି, କନେଷ୍ଟବଳ ଦିଲଜିତ ଦାସ, ଗୌରାଙ୍ଗ ନାୟକ, ଶିବାନନ୍ଦ ଷଡଙ୍ଗୀ, ସୌମ୍ୟ ରଞ୍ଜନ ରାଉତ ପ୍ରମୁଖ ଏହି ଚଢ଼ାଉ ରେ ସାମିଲ ଥିଲେ ।