ମାଲକାନଗିରି,୯/୨ (ଆପ୍ର );  ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ସ୍ୱାଭିମାନ ଅଞ୍ଚଳରେ ଗଞ୍ଜେଇ ତେଲ ପ୍ରସ୍ତୁତି କାରଖାନା,୩୦ କେଜି ଗଞ୍ଜେଇ କଲି ଓ ୨୫ଲକ୍ଷ ଟଙ୍କାର ଗଞ୍ଜେଇ ତେଲ ଜବତ କରିବା ସହ ୪ ଜଣ ଗଞ୍ଜେଇ ତେଲ ପ୍ରସ୍ତୁତିକାରୀଙ୍କୁ ଗିରଫ କରିଛି।   ଜବତ ୨ ଲିଟର ଗଞ୍ଜେଇ ତେଲର ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ। ଗତ ୪ ମାସରେ ମାଲକାନଗିରି ଜିଲ୍ଲା ପୋଲିସ ଦ୍ୱାରା ୭.୫ କୋଟି ଟଙ୍କାର ଗଞ୍ଜେଇ ତେଲ ଜବତ କରା ଯାଇଛି।  ମାଲକାନଗିରି ଏସପି ବିନୋଦ ପାଟିଲ ମାଲକାନଗିରି ଜିଲ୍ଲା ପୁଲିସ କାର୍ଯ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।

ମାଲକାନଗିରି ଜିଲ୍ଲା ବଦପଦର ଜଙ୍ଗଲ ଉପରେ ଚଢ଼ାଉ କରି କରା ଯାଇ ଘଞ୍ଚ ଜଙ୍ଗଲ ପାହାଡ଼ ଉହାଡ ରେ ଗଞ୍ଜେଇ ତେଲ ପ୍ରସ୍ତୁତି କାରଖାନା କୁ ପୁଲିସ ଠାବ କରିଥିଲେ। ସେଠାରୁ ତେଲ ପ୍ରସ୍ତୁତି ମେସିନ, ୩୦ କେଜି ଗଞ୍ଜେଇ କଲି, ୨ଲିଟର ଗଞ୍ଜେଇ ତେଲ, ତିନି ଡ୍ରମ ତେଲ ପ୍ରସ୍ତୁତି ପାଇଁ ବ୍ୟବହୃତ କେମିକାଲ ସହ ଅନ୍ୟାନ ସାମଗ୍ରୀ ପୁଲିସ ଜବତ କରିଛି।  ଗଞ୍ଜେଇ ତେଲ ପ୍ରସ୍ତୁତି କରି ବାହାର ରାଜ୍ୟ କୁ ଚାଲାଣ କରୁଥିବା ଗଞ୍ଜେଇ ମାଫିଆ  ୪ ଜଣ ଙ୍କୁ ଗିରଫ କରା ଯାଇଛି। , ଦୁଇଜଣ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳ ର ହୋଇ ଥିବା ବେଳେ ଅନ୍ୟ ଦୁଇଜଣ  ଆନ୍ତଃରାଜ୍ୟ ନିଶା ଚାଲାଣକାରୀ ଆନ୍ଦ୍ରପ୍ରଦେଶ ଅଞ୍ଚଳ ର ବୋଲି ଏସପି ଶ୍ରୀ ପାଟିଲ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ  ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଏସପି ରାଜକିଶୋର ଦାଶ, ଅତିରିକ୍ତ ଏସପି ରଶ୍ମିରଞ୍ଜନ ସେନାପତି ପ୍ରମୁଖ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।