ପ୍ରମୂଖ ଖବର
  • ସୁନ୍ଦରଗଡ଼ : ବ୍ରାହ୍ମଣୀ ନଦୀରେ ବୁଡ଼ି ନାବାଳକ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି
  • ||
  • ଇଂଲଣ୍ଡ ଗସ୍ତ ପୂର୍ବରୁ ଭାରତକୁ ଲାଗିପାରେ ବଡ଼ ଝଟକା; ସାମି-ବୁମରାଙ୍କ ଖେଳିବାକୁ ନେଇ ସନ୍ଦେହ
  • ||
  • ସମ୍ୱଲପୁର : କଫ୍‌ ସିରପ୍‌ ଭର୍ତ୍ତି ବକ୍ସ ଚୋରି କରିବା ପଡ଼ିଲା ମହଙ୍ଗା, ସମ୍ବଲପୁର ଟାଉନ୍ ଥାନା ଏଏସ୍‌ଆଇ ନିଲମ୍ବିତ
  • ||
  • ରେକର୍ଡ ଭାଙ୍ଗିଲା ଶ୍ରୀନଗର ତାତି ; ୫୪ ବର୍ଷ ପରେ ୩୪ ଡିଗ୍ରୀ ପାର୍‌, ୧୩୩ ବର୍ଷ ପରେ ଜଳିଲା ମେ'
  • ||
  • ଭୁବନେଶ୍ୱର : ବିଦେଶରେ ଚାକିରି ଲୋଭ ଦେଖାଇ କୋଟି କୋଟି ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ
  • ||
  • ମେ ୨୭ ନୁହେଁ, ୨୬ରେ ସାବିତ୍ରୀ ଛୁଟି ଘୋଷଣା କଲେ ସରକାର, ୨୭ରେ ଖୋଲା ରହିବ ସରକାରୀ ଅଫିସ୍
  • ||
  • ବିଳିବିଳଉଛି ପାକିସ୍ତାନ; 'ପାଣି ବନ୍ଦ କଲେ ଆମେ ତୁମ ନିଶ୍ୱାସ ବନ୍ଦ କରିଦେବୁ', ପୁରୁଣା ଡଇଲଗ ଦୋହରାଇଲେ ପାକ୍‌ ଜେନେରାଲ
  • ||
  • ସମ୍ବଲପୁର: ମାଲଖାନାରୁ କଫ୍‌ ସିରପ୍ ଚୋରି କରିଟାଉନ୍‌ ଥାନାରେ କାର୍ଯ୍ୟରତ ASI ବିଦ୍ୟୁତ୍ ପଣ୍ଡା ନିଲମ୍ବିତ
  • ||
  • ଭିଜିଲାନ୍ସ ଜାଲରେ R&B ଡିଭିଜନ୍‌ର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ସେଠୀ, ଏକକାଳୀନ ୮ ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ର ଚଢ଼ାଉ
  • ||
  • ୨୭ ଯାଏ ଘୁଞ୍ଚିଲା ସ୍ପେସାଲ୍‌ ଓଟିଇଟି ଆବେଦନ, ଫର୍ମ ପୂରଣର ଅବଧିକୁ ବଢ଼ାଇଲା ବୋର୍ଡ
  • ||
  • କେନ୍ଦୁଝର : ବେଆଇନ ବାଲି ଚୋରା ଚାଲାଣ ବେଳେ ୩ ହାଇୱା ଜବତ, ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଜରିମାନା ଆଦାୟ
  • ||
  • ଏବେ ୭୮୮ ଭାରତୀୟ ଛାତ୍ରଙ୍କର କଣ ହେବ ? ହାର୍ଭାର୍ଡରେ ବିଦେଶୀ ଛାତ୍ରଙ୍କ ନାମଲେଖା ଉପରେ ରୋକ୍ ଲଗାଇଲେ ଟ୍ରମ୍ପ
  • ||
  • ବାଂଲାଦେଶରେ କିଛି ଠିକ୍ ନାହିଁ ; ବିପଦରେ ୟୁନୁସଙ୍କ ଗାଦି, ସେନାମୁଖ୍ୟ ଦେଲେ ଅଲଟିମେଟ୍
  • ||
  • ନେପାଳରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୪.୭ ରେକର୍ଡ
  • ||
  • ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି : ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା, ୬ ମନ୍ତ୍ରୀ ପଦ ପାଇଁ ଆଶାୟୀଙ୍କ ଲବି ଭୁବନେଶ୍ୱରରୁ ଦିଲ୍ଲୀ
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ
  • ||
  • ଦେଶ ସମ୍ଭାଳିପାରୁ ନାହାନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମହମ୍ମଦ ୟୁନୁସ, ଇସ୍ତଫା ଦେବାକୁ ବଳାଇଲେ ମନ
  • ||
  • ରାଜ୍ୟରେ ବଦଳିଲା ପାଗର ମିଜାଜ୍, ଖସିଲା ତାତି : ଏ ମାସ ଶେଷ ସୁଦ୍ଧା ମୌସୁମୀ, ୨୭ରେ ଲଘୁଚାପ ସମ୍ଭାବନା
  • ||

ହସ୍ପିଟାଲ୍‌ ଅଗ୍ନି ନିରାପତ୍ତା ପାଇଁ ୩୦୦ କୋଟି

Published By : Prameya | May 7, 2025 1:15 PM

ଭୁବନେଶ୍ୱର, ୦୭/୦୫ : ରୋଗୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ସର୍ବୋତ୍ତମ ଗୁରୁତ୍ୱ ଦିଆଯିବ । ସରକାରୀ ଡାକ୍ତରଖାନାରେ ଅଗ୍ନି-ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯିବ । ସେଥିପାଇଁ ରାଜ୍ୟ ସରକାର ୨୦୨୫-୨୬ ଆର୍ଥିକ ବର୍ଷରେ ୩୦୦ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ସବୁ ଜିଲ୍ଲାମାନଙ୍କୁ ସେମାନଙ୍କ କାର୍ଯ୍ୟ-ଯୋଜନା ଆକଳନ ଅନୁସାରେ ପାଣ୍ଠି ଯୋଗାଇ ଦିଆଯିବ । ଅଗ୍ନି-ନିରାପତ୍ତା ପାଇଁ ସଂଶୋଧନାତ୍ମକ ବ୍ୟବସ୍ଥାପନ କାର୍ଯ୍ୟ ସମୟାନୁବନ୍ଧିତ ଭାବେ ପୂର୍ଣ୍ଣାଙ୍ଗ କରାଯିବ । ପ୍ରତିଜିଲ୍ଲାରେ ମୁଖ୍ୟ ଚିକିତ୍ସାଧିକାରୀ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ବିଦ୍ୟୁତ୍‌ ନିରୀକ୍ଷକ, ରାସ୍ତା ଓ କୋଠାବାଡ଼ି ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନେଇ ମିଳିତ କମିଟି ଗଠନ କରାଯାଇଛି । 

ଆସନ୍ତା ୧୫ ଦିନରେ କ୍ଷେତ୍ରସ୍ତରୀୟ ଯାଞ୍ଚ କରାଯିବ । ସେଥିପାଇଁ ଆବଶ୍ୟକୀୟ କାର୍ଯ୍ୟ- ଯୋଜନା ଓ ଖର୍ଚ୍ଚ ଆକଳନ କରି ବିଭାଗକୁ ପଠେଇବା ପାଇଁ ସ୍ୱାସ୍ଥ୍ୟ ଶାସନ ସଚିବ ଅଶ୍ୱତୀ ଏସ୍‌ ମିଳିତ କମିଟିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ସରକାରୀ ହସ୍ପିଟାଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନେଇ ସ୍ୱାସ୍ଥ୍ୟ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ୍‌ ଲୋକସେବା ଭବନରେ ସ୍ଥିତି ସମୀକ୍ଷା କରିଛନ୍ତି । ସମୟାନୁବନ୍ଧିତ ଭାବେ ସରକାରୀ ହସ୍ପିଟାଲରେ ଅଗ୍ନି-ନିରାପତ୍ତା ନିଶ୍ଚିତ କରାଇବା ପାଇଁ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଓ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀମତୀ ଅସ୍ୱତୀ କହିଛନ୍ତି, ବିଶେଷତଃ ହସ୍ପିଟାଲ୍‌ ଅସ୍ତ୍ରାପେଚାର କକ୍ଷ, ଆଇସିୟୁ, ନବଜାତଙ୍କ ସ୍ୱତନ୍ତ୍ର ଯତ୍ନ ୟୁନିଟ୍‌, ସିଟିସ୍କାନ୍‌ ଓ ଏମ୍‌ଆରଆଇ ଯନ୍ତ୍ର ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ । ସେହି ଉଚ୍ଚ ବିଦ୍ୟୁତ୍‌ ଶକ୍ତି ସମ୍ପନ୍ନ ଉପକରଣ ଲାଗିଥିବା ସ୍ଥାନରେ ଅଗ୍ରାଧିକାର ଭିତ୍ତିରେ ଅଗ୍ନି ନିରାପତ୍ତା ଦୃଢ଼ କରାଯିବ । ହସ୍ପିଟାଲ୍‌ ବିଦ୍ୟୁତ ୱେରିଂ ସହ ଜେନେରେଟର ସଂଯୋଗୀକରଣ ସ୍ଥାନରେ ବୈଦ୍ୟୁତିକ ଓ ଅଗ୍ନି-ନିରାପତ୍ତାକୁ ସଠିକ୍‌ ଯାଞ୍ଚ କରାଯିବ । 

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ମେଡିକାଲ କଲେଜ ହସ୍ପିଟାଲ ପର୍ଯ୍ୟନ୍ତ ଡାକ୍ତରଖାନାରେ ଅଗ୍ନି- ନିରାପତ୍ତା କ୍ଷେତ୍ରରେ ଥିବା ଶୂନ୍ୟସ୍ଥାନର ସଠିକ୍‌ ଚିହ୍ନଟ ଓ ସେଗୁଡ଼ିକ ସଂଶୋଧନ ପାଇଁ ଆବଶ୍ୟକୀୟ କାର୍ଯ୍ୟ-ଯୋଜନା ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ସ୍ତରରେ ମିଳିତ କମିଟି ମାନ ଗଠନ କରାଯାଇଛି । ଏବେଠାରୁ ହସ୍ପିଟାଲ ବିଲ୍ଡିଂ-ପ୍ଲାନ୍‌ଗୁଡ଼ିକ ପ୍ରଥମରୁ ଅଗ୍ନି ନିରାପତ୍ତା ଅନୁକୂଳ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ମକ୍‌ଡ୍ରିଲ ଚାଲୁ ରଖିବା, ଅଗ୍ନି ନିରାପତ୍ତା ସହ ସମ୍ପର୍କିତ ସମସ୍ତ ଅଂଶୀଦାରଙ୍କ ସହ ନିୟମିତ ସମୀକ୍ଷା ବୈଠକ, ବୈଦ୍ୟୁତିକ ଯନ୍ତ୍ରପାତି ଓ ଅଗ୍ନି-ନିର୍ବାପକ ଉପକରଣର ଉପଯୁକ୍ତ ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ନିୟମିତ ଚାଲୁ ରଖିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । ଏହି ସବୁ କାର୍ଯ୍ୟକୁ ତଦାରଖ ଓ ପରିଚାଳନା କରିବା ପାଇଁ ରାଜ୍ୟସ୍ତରୀୟ ମିଳିତ କମିଟିକୁ କୁହାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.