PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ବିହାରରେ ଶପଥ ନେଲେ ୩୧ ଜଣିଆ ମନ୍ତ୍ରିମଣ୍ଡଳ: ନିଜ ପାଖରେ ୫ଟି ବିଭାଗ ରଖିଲେ ସିଏମ୍‌ ନୀତିଶ କୁମାର, ତେଜସ୍ବୀଙ୍କୁ ସ୍ବାସ୍ଥ୍ୟ…

ପାଟନା ୧୬/ ୦୮: ବିହାର ରାଜନୀତିରେ ମାତ୍ର କିଛିଦିନ ମଧ୍ୟରେ ବିରାଟ ପରିବର୍ତ୍ତନ ହୋଇଛି । ବିଜେପି ଠାରୁ ଅଲଗା ହୋଇ ପ୍ରଥମେ ସରକାର ଭାଙ୍ଗିବା ପରେ ପୁଣି ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଏବଂ କଂଗ୍ରେସ ସହ ମେଣ୍ଟ କରି ସରକାର ଗଠନ କରିଛନ୍ତି ନୀତିଶ କୁମାର । ପ୍ରଥମେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନୀତିଶ ଏବଂ ଉପମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ ତେଜସ୍ବୀ ଯାଦବ । କିନ୍ତୁ ମନ୍ତ୍ରୀମଣ୍ଡଳ ଗଠନ କରାଯାଇନଥିଲା । ମଙ୍ଗଳବାର ରାଜଭବନରେ ନୀତିଶ କୁମାରଙ୍କ ୩୧ ଜଣିଆ ଟିମ୍‌ ଶପଥ ନେଇଛନ୍ତି ।

ରାଷ୍ଟ୍ରୀୟ ଜନତା ଦଳରୁ ମୋଟ ୧୬ ଜଣ ମନ୍ତ୍ରୀପଦର ଶପଥ ନେଇଥିବା ବେଳେ ନୀତିଶ କୁମାରଙ୍କ ଜେଡିୟୁରୁ ୧୧ଜଣ, କଂଗ୍ରେସରୁ ୨ଜଣ, ହମ୍‌ ଏବଂ ନିର୍ଦ୍ଦଳୀୟ ଜଣେ ବିଧାୟକ ମନ୍ତ୍ରୀ ହୋଇଛନ୍ତି । କ୍ୟାବିନେଟ୍‌ ଗଠନ ହେବା ସହିତ ବିଭାଗ ମଧ୍ୟ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପାଖରେ ଗୃହ ବିଭାଗ ରଖିଛନ୍ତି । ନୀତିଶ ତାଙ୍କ ପାଖରେ ମୋଟ ୫ଟି ମନ୍ତ୍ରାଳୟ ନିଜ ପାଖରେ ରଖିଛନ୍ତି । ସେହିଭଳି ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ନିକଟରେ ସ୍ବାସ୍ଥ୍ୟ ଏବଂ ସଡକ ନିର୍ମାଣ ସମେତ ମୋଟ ୪ଟି ମନ୍ତ୍ରାଳୟ ରହିଛି ।

କାହାକୁ କେଉଁ ମନ୍ତ୍ରାଳୟ:

  • ବିଜୟ କୁମାର ଚୌଧୁରୀ: ଅର୍ଥ, ବାଣିଜ୍ୟ କର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ
  • ବିଜେନ୍ଦ୍ର ଯାଦବ: ଉର୍ଜା, ଯୋଜନା ଏବଂ ବିକାଶ ବିଭାଗ
  • ଆଲୋକ ମେହେଟ୍ଟା: ରାଜସ୍ବ ଏବଂ ଭୂମି ସୁଧାର ବିଭାଗ
  • ତେଜ ପ୍ରତାପ ଯାଦବ: ପର୍ଯ୍ୟାବରଣ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ
  • ଆଫାକ ଆଲମ: ପଶୁ ଏବଂ ମତ୍ସ୍ୟ ସଂପଦ ବିଭାଗ
  • ଅଶୋକ ଚୌଧୁରୀ: ଗୃହ ନିର୍ମାଣ
  • ଶ୍ରବଣ କୁମାର: ଗ୍ରାମୀଣ ବିକାଶ
  • ସୁରେନ୍ଦ୍ର କୁମାର: ସହଭାଗିତା ବିଭାଗ
  • ରମାନନ୍ଦ ଯାଦବ: ଖଣି ଏବଂ ଭୂତତ୍ତ୍ବ ବିଭାଗ
  • ଲେସୀ ସିଂହ: ଖାଦ୍ୟ ଏବଂ ଉପଭୋକ୍ତା ସଂରକ୍ଷଣ
  • ମଦନ ସହନୀ: ସମାଜ କଲ୍ୟାଣ
  • କୁମାର ସର୍ବଜୀତ: ପର୍ଯ୍ୟଟନ ବିଭାଗ
  • ଲଳିତ ଯାଦବ: ଲୋକ ସ୍ବାସ୍ଥ୍ୟ ବିଭାଗ
  • ସନ୍ତୋଷ ସିଂହ ସୁମନ: ଅନୂସୁଚିତ ଜାତି ଏବଂ ଜନଜାତି କଲ୍ୟାଣ
  • ସଞ୍ଜୟ କୁମାର ଝା: ଜଳ ସଂସାଧନ, ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ
  • ଶିଲା କୁମାର: ପରିବହନ ବିଭାଗ
  • ସମୀର କୁମାର ମହାସେଠ: ଉଦ୍ୟୋ ବିଭାଗ
  • ଚନ୍ଦ୍ରଶେଖର: ଶିକ୍ଷା ବିଭାଗ
  • ସୁମିତ କୁମାର ସିଂହ: ବିଜ୍ଞାନ ଏବଂ ପ୍ରବୌଧିକ ବିଭାଗ
  • ସୁନୀଲ କୁମାର?: ମଦ୍ୟ ନିଷେଧ, ଉତ୍ପାଦ ଏବଂ ନିବନ୍ଧନ
  • ଅନୀତା ଦେବୀ: ପଛୁଆ ବର୍ଗ ଏବଂ ଅତି ପଛୁଆ ବର୍ଗ କଲ୍ୟାଣ
  • ଜିତେନ୍ଦ୍ର କୁମାର ରା: କଳା, ସଂସ୍କୃତ ଏବଂ ଯୁବ ବର୍ଗ
  • ଜୟନ୍ତ ରାଜ: ଲଘୁ ଜଳ ସଂଶୋଧନ ବିଭାଗ
  • ସୁଧାକର ସିଂହ: କୃଷି ବିଭାଗ
  • ଜମା ଖାନ: ସଂଖ୍ୟାଲଘୁ କଲ୍ୟାଣ ବିଭାଗ
  • କାର୍ତ୍ତିକ କୁମାର: ବିଧି କଲ୍ୟାଣ ବିଭାଗ
  • ଶମୀମ ଅହମଦ: ଗହମ ଉଦ୍ୟାଗ ବିଭାଗ
  • ଶାହାନଓ୍ବାଜ: ବିପର୍ଯ୍ୟୟ ପରିଚାଳନା ବିଭାଗ
  • ସୁରେନ୍ଦ୍ର ରାମ: ଶ୍ରମ ସଂଶୋଧନ
  • ମହମ୍ମଦ ଇସରାଇଲ ମନସୁରୀ: ସୂଚନା ପ୍ରସାରଣ ବିଭାଗ

ସମ୍ବନ୍ଧିତ ଖବର