PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ପରଲୋକ , ଗୁଳିମାଡ଼ ପରେ ତାଙ୍କୁ ଭୁବନେଶ୍ୱରରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା
  • ||
  • ମାଲକାନଗିରି : ମାଓଗଡ଼ରେ ସରକାରଙ୍କ ପକ୍ଷରୁ ୨୦୦ ଗରିବ ଆଦିବାସୀଙ୍କୁ ମୋବାଇଲ ଫୋନ ବଣ୍ଟନ
  • ||
  • ପାକିସ୍ତାନରେ ପୁଣି ମହଙ୍ଗା ମାଡ଼, ପେଟ୍ରୋଲ-ଡିଜେଲ ଦାମରେ ୩୫ ଟଙ୍କା ବୃଦ୍ଧି
  • ||
  • ଝାରସୁଗୁଡ଼ା: ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼: ଛାତିରେ ବାଜିଛି ଗୁଳି, ଗୁରୁତର ଅବସ୍ଥାରେ ନିଆଯାଉଛି ହସ୍ପିଟାଲ
  • ||
  • ହକି ବିଶ୍ୱକପ୍‌: ସୁପର ସଣ୍ଡେରେ ଫାଇନାଲ୍ ଫାଇଟ୍, ବେଲଜିୟମ-ଜର୍ମାନୀ ମଧ୍ୟରେ ଟାଇଟଲ ଟକ୍କର
  • ||
  • ଭୂକମ୍ପରେ ଥରିଲା ଇରାନ୍, ୭ ମୃତ, ୪୦୦ରୁ ଅଧିକ ଆହତ
  • ||
  • ମୟୂରଭଞ୍ଜ: ହାତୀମୃତ ଦେହ ମିଳିବା ଘଟଣାରେ ୪ ଶିକାରୀ ଗିରଫ, ୨ ହାତୀଦାନ୍ତ ଜବତ…
  • ||
  • ଆଜି ଦ୍ୱିତୀୟ ଟି-ଟ୍ୱେଣ୍ଟି: ଭାରତ ପାଇଁ ‘କର ବା ମର’, ସିରିଜ ଜିତି ସ୍ୱଦେଶ ଫେରିବା ଲକ୍ଷ୍ୟରେ ନ୍ୟୁଜିଲାଣ୍ଡ
  • ||
  • ଭୁବନେଶ୍ୱର: ଫେବ୍ରୁଆରୀ ୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ! ସଜେଇ ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ
  • ||
  • ଭୁବନେଶ୍ୱର: ଚିନାବାଦାମ ଚାଷର ନୂତନ ଜ୍ଞାନକୌଶଳ ଶିଖିବେ ଓଡ଼ିଆ କୃଷକ, ୮୦ ଚାଷୀଙ୍କୁ ଗୁଜରାଟ ପଠାଇଲା ସୋଆ
  • ||

ମନରେଗାରେ ୩୧୭୧ କୋଟି କେନ୍ଦ୍ରୀୟ ଅନୁଦାନ ବାକି

ଭୁବନେଶ୍ୱର,୫ା୨(ବ୍ୟୁରୋ): ୨୦୧୩-୧୪ରୁ ଏଯାବତ୍‌ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା)ରେ ଓଡ଼ିଶାକୁ ମିଳିବା କଥା ୧୨ ହଜାର ୬୩୧ କୋଟି ୯୫ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ । ହେଲେ କେନ୍ଦ୍ର ଦେଇଛି ୯୪୬୦ କୋଟି ୩୭ ଲକ୍ଷ ଟଙ୍କା । ଏବେ ବି ୩୧୭୧ କୋଟି ୫୮ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ବକେୟା ରହିଛି । ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଏଭଳି ତଥ୍ୟ ଦେଇଛନ୍ତି ।
ବିଧାୟକ ଅଂଶୁମାନ ମହାନ୍ତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମାଝୀ ଜଣାଇଛନ୍ତି, ୨୦୧୮-୧୯ ବର୍ଷ (ବର୍ତ୍ତମାନ ସୁଦ୍ଧା) ମନରେଗାରେ ଓଡ଼ିଶାକୁ ୨୭୬୬ କୋଟି ୩୮ଲକ୍ଷ ଟଙ୍କା କେନ୍ଦ୍ର ଦେବା କଥା । ହେଲେ ମିଳିଛି ୨୦୯୪ କୋଟି ୩୯ ଲକ୍ଷ ଟଙ୍କା । ଆହୁରି ୬୭୧ କୋଟି ୯୯ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ବକେୟା ଅଛି । ସେହିପରି ୨୦୧୩-୧୪ରେ କେନ୍ଦ୍ରରୁ ୭୫୭ କୋଟି ୫୨ ଲକ୍ଷ ଟଙ୍କା ମିଳିଥିବାବେଳେ ୬୦୬ କୋଟି ୬୮ ଲକ୍ଷ ଟଙ୍କା ବକେୟା ଅଛି । ୨୦୧୪-୧୫ରେ ୧୦୩୫ କୋଟି ୩୦ ଲକ୍ଷ ଟଙ୍କା ମିଳିଛି । ବାକି ପଡ଼ିଛି ୬୧୫ କୋଟି ୬୩ ଲକ୍ଷ । ୨୦୧୫-୧୬ରେ ୧୪୭୯ କୋଟି ୪୧ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିଥିବାବେଳେ ୬୨୩ କୋଟି ୩୭ ଲକ୍ଷ ବକେୟା ଅଛି । ୨୦୧୬-୧୭ରେ ୧୮୯୫ କୋଟି ୨୬ ଲକ୍ଷ ଟଙ୍କା ମିଳିଛି । ଆହୁରି ୩୧୮ କୋଟି ୨ ଲକ୍ଷ ବାକି ଅଛି । ୨୦୧୭-୧୮ରେ ମିଳିବା କଥା ୨୫୩୪ କୋଟି ୩୮ ଲକ୍ଷ ଟଙ୍କା । ହେଲେ ମିଳିଛି ୨୧୯୮ କୋଟି ୪୯ ଲକ୍ଷ ଟଙ୍କା । ବକେୟା ଅଛି ୩୩୫ କୋଟି ୮୯ ଲକ୍ଷ ଟଙ୍କା ।
ଧାର୍ଯ୍ୟ ହିସାବ ଅନୁଯାୟୀ ୨୦୧୩-୧୪ରୁ ୨୦୧୮-୧୯ (ବର୍ତ୍ତମାନ ସୁଦ୍ଧା) ପର୍ଯ୍ୟନ୍ତ ମନରେଗାରେ ମୋଟ ୧୨ ହଜାର ୬୩୧ କୋଟି ୯୫ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିବା କଥା । ମିଳିଛି ୯୪୬୦ କୋଟି ୩୭ ଲକ୍ଷ ଟଙ୍କା । ୩୧୭୧ କୋଟି ୫୮ ଲକ୍ଷ ଟଙ୍କାର କେନ୍ଦ୍ରୀୟ ଅନୁଦାନ ବକେୟା ଅଛି ।
ରାଜ୍ୟ ସରକାର ପ୍ରତ୍ୟେକ ଅନୁଦାନଗୁଡ଼ିକର ବିନିଯୋଗପତ୍ର ଦାଖଲ କରିଛନ୍ତି । କେନ୍ଦ୍ର ସରକାରଙ୍କଠାରୁ ବକେୟା ପାଇବା ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟକୁ ରାଜ୍ୟ ସରକାର ଚିଠି ଲେଖି ଅନୁରୋଧ କରିଛନ୍ତି । ଏହାବାଦ୍‌ ୨୦୧୫-୧୬ରେ ରାଜ୍ୟ ସରକାର ନିଜ ବଜେଟରୁ ୫୯୬ କୋଟି ୮୧ ଲକ୍ଷ ଟଙ୍କା ପ୍ରଦାନ କରି ମରୁଡ଼ି ପ୍ରଭାବିତ ୨୧୫ ବ୍ଲକରେ ଅତିରିକ୍ତ ୫୦ ଦିନର କାର୍ଯ୍ୟ ଯୋଗାଇ ଦେଇଛନ୍ତି । ଏହାବ୍ୟତୀତ ୫୨ ଟଙ୍କାର ଅତିରିକ୍ତ ମଜୁରି ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଥିଲା । ୨୦୧୭-୧୮ରେ କେନ୍ଦ୍ର ସରକାରଙ୍କ ବକେୟା ଅର୍ଥ ଯୋଗୁ ନିର୍ଦ୍ଧାରିତ ସମୟରେ ମଜୁରି ପାଇନଥିବା ହିତାଧିକାରୀଙ୍କୁ ଠିକ୍‌ ସମୟରେ ମଜୁରି ପ୍ରଦାନ ପାଇଁ ରାଜ୍ୟ ସରକାର ମନରେଗା ଯୋଜନା ଅଧୀନରେ ସୃଷ୍ଟି ହୋଇଥିବା ଆବର୍ତ୍ତନ ପାଣ୍ଠିରୁ ୩୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ।