ନୂଆଦିଲ୍ଲୀ, ୧୧।୯: ଯଦି ଆପଣ ୧୫ ସେପ୍ଟେମ୍ବର ୨୦୨୫ରେ ଆୟକର ରିଟର୍ଣ୍ଣ (ITR) ଶେଷ ତାରିଖ ଭିତରେ ଫାଇଲ୍ ନ କରନ୍ତି, ତେବେ ଆୟକର ବିଭାଗ ଆପଣଙ୍କୁ ଦଣ୍ଡିତ କରିପାରେ । ତେବେ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ "ବିଲ୍ଡେଟ୍ ରିଟର୍ଣ୍ଣ" ଫାଇଲ କରିପାରିବେ, କିନ୍ତୁ ଏଥିପାଇଁ ଆପଣଙ୍କୁ ଜରିମାନା ଦେବାକୁ ପଡ଼ିବ ।
କେତେ ଜରିମାନା ଦେବାକୁ ପଡ଼ିବ ?
ସିଏ ସନ୍ତୋଷ ମିଶ୍ର କହିଛନ୍ତି ଯେ, ଜରିମାନା ଆପଣଙ୍କ ଆୟ ଉପରେ ନିର୍ଭର କରେ । ଯଦି ଆପଣଙ୍କର ମୋଟ୍ ଆୟ ୫ ଲକ୍ଷରୁ ଅଧିକ, ତେବେ ଆପଣଙ୍କୁ ୫ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଯଦି ଆପଣଙ୍କର ମୋଟ୍ ଆୟ ୫ ଲକ୍ଷ କିମ୍ବା ତା'ଠାରୁ କମ୍, ତେବେ ହଜାର ଟଙ୍କା ଜରିମାନା ଦେବାକୁ ହେବ । ଯଦି ଆପଣଙ୍କର ଆୟ କରମୁକ୍ତ ସୀମାଠାରୁ କମ୍ ଏବଂ ଆପଣ କେବଳ ରିଫଣ୍ଡ ପାଇବା ପାଇଁ ଆଇଟିଆର ଫାଇଲ୍ କରୁଛନ୍ତି, ତେବେ କୌଣସି ଜରିମାନା ଲାଗିବ ନାହିଁ । ସିଏ ଅଭିନନ୍ଦନ ପାଣ୍ଡେ କହିଛନ୍ତି, "ଯଦି ଆପଣ ଠିକ୍ ସମୟରେ ଆପଣଙ୍କର ଟିକସ ଦେଇନାହାଁନ୍ତି, ତେବେ ଆପଣଙ୍କୁ ପ୍ରତି ମାସରେ ୧% ହାରରେ ସୁଧ ମଧ୍ୟ ଦେବାକୁ ପଡ଼ିବ । ଏହି ସୁଧ ବକେୟା ଟିକସ ଉପରେ ନିଆଯିବ ଏବଂ ଆପଣ ଟିକସ ଦେବା ଦିନ ପର୍ଯ୍ୟନ୍ତ ଯୋଡ଼ାଯିବ ।" ଯଦି ଆପଣ ବିଳମ୍ବରେ ଆଇଟିଆର ଫାଇଲ୍ କରନ୍ତି, ତେବେ ଆପଣ ପରବର୍ତ୍ତୀ ବର୍ଷଗୁଡ଼ିକୁ ପୁଞ୍ଜି କ୍ଷତି କିମ୍ବା ବ୍ୟବସାୟିକ କ୍ଷତିକୁ ଆଗକୁ ବଢ଼ାପାରିବେ ନାହିଁ । ଏହା ଭବିଷ୍ୟତରେ ଟିକସ ସଞ୍ଚୟ କରିବାର ସୁଯୋଗ ହରାଇପାରେ । ତଥାପି, ଘର ସମ୍ପତ୍ତିର କ୍ଷତିକୁ ଆଗକୁ ବଢ଼ାଯିବା ପାଇଁ ଛାଡ଼ ରହିଛି । ବିଲ୍ଡେଟ୍ ରିଟର୍ଣ୍ଣ ଫାଇଲ୍ କରିବାର ପଦ୍ଧତି ସାଧାରଣ ରିଟର୍ଣ୍ଣ ପରି ସମାନ । ଆସନ୍ତୁ ଜାଣିବା ଏ ବିଷୟରେ...
1.ଆୟକର ଇ-ଫାଇଲିଂ ପୋର୍ଟାଲ୍ (incometax.gov.in) ରେ ଲଗ୍ ଇନ୍ କରନ୍ତୁ ।
2.ଇ-ଫାଇଲ, ପରେ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଓ ଏହା ପରେ ଫାଇଲ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଉପରେ କ୍ଲିକ୍ କରନ୍ତୁ ।
3.ସଠିକ୍ ମୂଲ୍ୟାୟନ ବର୍ଷ (AY 2025-26) ଚୟନ କରନ୍ତୁ ।
4.ଆଇଟିଆର୍ ଫର୍ମ ପୂରଣ କରିବା ସମୟରେ, 'ରିଟର୍ଣ୍ଣ ଫାଇଲିଂ ଟାଇପ୍ରେ' ରେ 'ବିଲେଟେଡ୍ ରିଟର୍ଣ୍ଣ (u/s 139(4))' ବିକଳ୍ପ ଚୟନ କରନ୍ତୁ ।
5.ସମସ୍ତ ସୂଚନା ପୂରଣ କରିବା ପରେ, ଟିକସ ଏବଂ ଜରିମାନା ଦିଅନ୍ତୁ ।
ସମୟସୀମାରେ ଆଇଟିଆର୍ ଫାଇଲ୍ ନ କରିବାରେ କେଉଁ କେଉଁ ଅସୁବିଧା:
-ଯଦି ଆପଣଙ୍କୁ ରିଫଣ୍ଡ ପାଇବାର ଅଛି, ତେବେ ଏଥିରେ ବିଳମ୍ବ ହୋଇପାରେ ।
-କର ବିଭାଗରୁ ଯାଞ୍ଚ କିମ୍ବା ନୋଟିସ୍ ଆସିପାରେ ।
-ଗମ୍ଭୀର ମାମଲାରେ, ଆପଣଙ୍କୁ ଆୟକର ଆଇନର ଧାରା ୨୭୬ସିସି ଅନୁଯାୟୀ ଜେଲ୍ ମଧ୍ୟ ହୋଇପାରେ ।
୨୦୨୫ ଡିସେମ୍ୱର ୩୧ ବିଲ୍ଡେଟ୍ ରିଟର୍ଣ୍ଣର ଶେଷ ତାରିଖ:
ସିଏ ଅଜୟ ବାଗାଡ଼ିଆ କହିଛନ୍ତି, ବିଲ୍ଡେଟ୍ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ୱର ୨୦୨୫ । ଏହାପରେ ଆଇଟିଆର ଫାଇଲ କରିବା କଷ୍ଟକର ହୋଇଯାଏ । ଯଦିଓ କିଛି ସର୍ତ୍ତରେ ଅପଡେଟେଡ୍ ରିଟର୍ଣ୍ଣ ଫାଇଲ କରାଯାଇପାରିବ । ସେ କହିଛନ୍ତି, ଯେ ଯଦି ଆପଣ ଆଇଟିଆର ଫାଇଲ କରିବାର ଶେଷ ତାରିଖ ହରାଇଛନ୍ତି, ତେବେ ଭୟ କରନ୍ତୁ ନାହିଁ । ବିଲ୍ଡେଟ୍ ରିଟର୍ଣ୍ଣ ସମୟ ସାମୀରେ ଫାଇଲ କରନ୍ତୁ ଏବଂ ଜରିମାନା ଦିଅନ୍ତୁ । ଏହା ଆପଣଙ୍କୁ ଆଇନଗତ ଅସୁବିଧାରୁ ରକ୍ଷା କରିବ ଏବଂ ଭବିଷ୍ୟତରେ କ୍ଷତିକୁ ମଧ୍ୟ ରୋକିବ । କିନ୍ତୁ, ପରବର୍ତ୍ତୀ ସମୟରେ ଟିକସ ସମୟସୀମାକୁ ମନେ ରଖନ୍ତୁ ।