ପ୍ରମୂଖ ଖବର
  • ଭୁବନେଶ୍ୱର : ଘର ଭିତରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବାଲେଶ୍ୱର : ହୋଲିରେ ଚାଲିଥିଲା ଚୋରାମଦ ବେପାର, ମାଡ଼ି ବସିଲା ନୀଳଗିରି ପୋଲିସ
  • ||
  • ଗଜପତି : ନିଜ ବନ୍ଧୁକରୁ ଗୁଳି ଫୁଟି ଶିକାରୀ ମୃତ
  • ||
  • ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ମୟୂରଭଞ୍ଜ : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ନିଷ୍ଠୁର ସ୍ୱାମୀ, ଅଭିଯୁକ୍ତ ଅଟକ
  • ||
  • କେନ୍ଦୁଝର : ଜ୍ଵାଇଁ ଘର ସାମ୍ନାରେ ଚଢିଗଲା ଟ୍ରକ୍, ଚାଲିଗଲା ଶାଶୁ, ଶ୍ଵଶୁର ଏବଂ ଶାଳକଙ୍କ ଜୀବନ
  • ||
  • ଶ୍ରୀକ୍ଷେତ୍ରରେ ଡ୍ରିମ୍‌ଗାର୍ଲ୍, ଦେଶର ମଙ୍ଗଳ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା
  • ||
  • କଟକ : ସାଇକେଲ୍‌ ଆରୋହୀଙ୍କୁ ପଛପଟୁ ଧକ୍କା ଦେଲା ଟ୍ରକ୍‌, ଚାଲିଗଲା ଜୀବନ
  • ||
  • ଢେଙ୍କାନାଳ : ଟ୍ରକ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
  • ||

ଅଶାନ୍ତ ବାଂଲାଦେଶରେ ୫ ମାସରେ ୩୨ ହିନ୍ଦୁଙ୍କୁ ହତ୍ୟା, ୧୩ ବଳାତ୍କାର... ୧୩୩ ମନ୍ଦିରକୁ ଆକ୍ରମଣ

Published By : Prameya | February 19, 2025 8:38 AM

ନୂଆଦିଲ୍ଲୀ,୧୯/୦୨ : ବାଂଲାଦେଶରେ ଦୀର୍ଘଦିନର ଛାତ୍ର ଆନ୍ଦୋଳନ ପରେ ଶେଖ ହସିନା ସରକାରର ପତନ ଘଟିଥିଲା । ହସିନାଙ୍କୁ ଶେଷରେ ଦେଶ ଛାଡ଼ିବାକୁ ପଡ଼ିଥିଲା । ଏହାପରେ ସେଠାକାର ସ୍ଥିତି ବିଗିଡ଼ି ଯାଇଛି । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି । ମୁସ୍‌ଲିମବହୁଳ ଦେଶ ବାଂଲାଦେଶରେ ହିନ୍ଦୁବିରୋଧୀ ହିଂସା ବୃଦ୍ଧି ପାଇବାରେ ଲାଗିଛି । ବାଂଲାଦେଶ ହିନ୍ଦୁ ବୁଦ୍ଧିଷ୍ଟ ଖ୍ରୀଷ୍ଟିୟାନ ୟୁନିଟ କାଉନସିଲ୍‌ର ରିପୋର୍ଟ ମୁତାବକ, ଦେଶରେ ସାମ୍ପ୍ରଦାୟିକ ହିଂସା ଯୋଗୁ ୫ ମାସରେ ୩୨ ହିନ୍ଦୁଙ୍କୁ ହତ୍ୟା କରାଗଲାଣି । ମହିଳାଙ୍କୁ ବଳାତ୍କାର ଓ ଯୌନ ଉତ୍ପୀଡ଼ନ ନେଇ ୧୩ଟି ମାମଲା ସାମ୍ନାକୁ ଆସିଲାଣି । ପ୍ରାୟ ୧୩୩ ମନ୍ଦିର ଉପରେ ଆକ୍ରମଣ ହୋଇଛି । ୨୦୨୪ ଅଗଷ୍ଟ ୪ରୁ ଡିସେମ୍ବର ୩୧ ଅର୍ଥାତ ୫ ମାସ ମଧ୍ୟରେ ଏହିସବୁ ଘଟଣା ଘଟିଛି । 

କାଉନସିଲ୍‌ ମୁତାବକ, ହସିନା କ୍ଷମତାଚ୍ୟୁତ ହେବାର ମାତ୍ର ୧୫ ଦିନ ମଧ୍ୟରେ ସଂଖ୍ୟାଲଘୁଙ୍କ ବିରୋଧରେ ୨୦୧୦ଟି ହିଂସା ଘଟଣା ଘଟିଥିଲା । ୨୦୨୫ ଫେବ୍ରୁଆରୀ ୧୧ରେ ବାଂଲାଦେଶ ସରକାର ତନ୍ମଧ୍ୟରୁ ୧୭୬୯ ମାମଲା ନେଇ ସ୍ପଷ୍ଟ କରିଥିଲେ । ଏଥିରୁ ୧୪୧୫ ମାମଲାରେ ତଦନ୍ତ ଶେଷ ହୋଇଛି । ୩୫୪ ମାମଲାର ଆଉଥରେ ସମୀକ୍ଷା କରାଯାଉଛି । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଂଲାଦେଶର ୟୁନୁସ ସରକାର ଏହିସବୁ ମାମଲାରେ ଡିସେମ୍ବର ୧୦ ସୁଦ୍ଧା ୭୦ ଲୋକଙ୍କୁ ଗିରଫ କରିଛି । ମୋଟ ୮୮ଟି ମାମଲା ଦାୟର କରାଯାଇଛି । 

କାଉନସିଲର ରିପୋର୍ଟରୁ ଆହୁରି ଜଣାପଡ଼ିଛି ଯେ ହସିନା ସରକାର ପତନର ମାତ୍ର ୧୫ ଦିନରେ ୯ଟି ହତ୍ୟା ଘଟଣା ଘଟିଥିଲା । ୪ଟି ବଳାତ୍କାର ଓ ୯୫୩ ଘର ଉପରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଥିଲା । ପୂଜାସ୍ଥଳ ଉପରେ ଆକ୍ରମଣ ଘଟଣା ସଂଖ୍ୟା ୬୯ ଛୁଇଁଥିଲା । ଏହି ୧୫ ଦିନ ଭିତରେ ପ୍ରାୟ ୫୦ ହଜାର ଲୋକ ପ୍ରଭାବିତ ହୋଇଥିଲେ । ଭୟରେ ସେମାନେ ଘରୁ ବାହାରିବାକୁ ସାହସ କରି ନ ଥିଲେ । ଖୁଲନା ଡିଭିଜନ ସର୍ବାଧିକ ପ୍ରଭାବିତ ହୋଇଥିଲା ।

ଏହି ଖବରଟିକୁ ପଢନ୍ତୁ-ବାଂଲାଦେଶରେ ଛାତ୍ର ଆନ୍ଦୋଳନ ସମୟରେ ହୋଇଥିଲା ଅତ୍ୟାଚାର, ୪୧ ଜଣ ପୂର୍ବତନ ପୋଲିସ ଅଧିକାରୀ ଗିରଫ...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.