ଫିରିଙ୍ଗିଆ, ୦୮/୦୯ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ପୋଲିସ ଚଢାଉ କରି ୩୨୮ କିଲୋ ଗଞ୍ଜେଇ ସହ ୩ଟି ବାଇକ ଜବତ କରିଛି। ଏଥିସହ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଗୋଛାପଡା ଥାନା କୁମ୍ଭାରଖୋଲ ଅଂଚଳରୁ କିଛି ଗଞ୍ଜେଇ ମାଫିଆ ବୌଦ୍ଧ ଜିଲ୍ଲା କୁ ଗଞ୍ଜେଇ ଚାଲାଣ କରୁଥିବା ପୋଲିସ ସୂଚନା ମିଳିଥିଲା I ସୂଚନା ପାଇବା ପରେ ଥାନା ଅଧିକାରୀ ଚିରଞ୍ଜିବ ବେହେରା ଙ୍କ ସହ ଏକ ଟିମ ଗୋଛାପଡା ଥାନା କାଟ୍ରାମାଲା ନିକଟରେ ଛପି ରହିଥିଲେ I ପ୍ରଥମେ ଦୁଇଟି ବାଇକ ସହ ଦୁଇଜଣ ମାଫିଆ ଙ୍କୁ ଧରିବା ସହ ସେମାନଙ୍କ ପାଖରୁ ୧୨୦ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଥିଲେ I ତେବେ ଏହି ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଦୁଇଜଣ ଗୋଛାପଡା ଥାନା ଅଧୀନରେ ଥିବା ବାଲନ୍ଦାପଡ଼ା ପଞ୍ଚାୟତ ବାଘଡୁଙ୍ଗୁରି ଗାଁ ର ଗଣେଶ ନାଏକ ଓ ପରମା ନାଏକ ବୋଲି ଜଣାପଡିଛି I ଅନୁରୂପ ଭାବରେ ଏହି ଘଟଣା ର କିଛି ସମୟ ପରେ ଗଞ୍ଜେଇ ଚାଲାଣ ପାଇଁ ସେହି କାଟ୍ରାମାଳା ଗାଁ ନିକଟରେ ଜଗି ରହିଥିବା ବେଳେ ପୋଲିସ ଅତର୍କିତ ଚଡାଉ କରି ପାଞ୍ଚ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଥିଲା। ସେମାନଙ୍କ ପାଖରୁ ପୋଲିସ ୨୦୮ କିଲୋ ଗଞ୍ଜେଇ ଜବତ କରିଛି I ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଏରେଡା ଗାଁ ର ବିଜୁ ବେହେରା, ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଉତ୍ସମେଲିକା ଗାଁ ର ବିବେକାନନ୍ଦ ତଣ୍ଡାଇ, ଗୋଛାପଡା ଥାନା ପିଡିଆପାଙ୍ଗା ଗାଁର ଗୁପନ ଭୋଇ ଓ ବିକାରୁ ଚରଣ ସାହୁ , ଗୋଛାପଡା ଥାନା କୁମ୍ଭାରଖୋଲ ଗାଁ ର ମଗର କହଁର । ସୋମବାର ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି I