ଅଳତୀ,୧୦/୪(ଆପ୍ର) : ଧରାପଡିଲେ ଗଞ୍ଜେଇ ମାଫିଆ । ୩୫ କେଜି ଗଞ୍ଜେଇ ଜବତ ସହ ୨ଜଣ ଙ୍କୁ ଗିରଫ କଲା ପୋଲିସ୍  । ଖସିଯାଇଥିବା ଅନ୍ୟ ୪ ଅଭିଯୁକ୍ତଙ୍କୁ ମଧ୍ୟ ଧରି ପଚରାଉଚରା ଚଳାଇଛି ପୋଲିସ୍ ।  ଗିରଫ ୨ ଜଣ ହେଲେ  ରାମଚନ୍ଦ୍ରପୁର ଥାନା ନୁଆଗାଁର ରଶ୍ମିରଞ୍ଜନ ମାଝୀ  ଓ ଘସିପୁରା ଥାନା ପାଇକଚାଟରା ଗାଁର ସମିର ରାଉତ ।

ରାମଚନ୍ଦ୍ରପୁର ଥାନା ଅଧିନ ୨୦ ନଂ ଜାତୀୟ ରାଜପଥ ପାର୍ଶ୍ୱ  ସୁଆଁପଦା ଠାରେ ଥିବା ଏକ  ପରିତ୍ୟକ୍ତ ଘିଅ ଫ୍ଯାକ୍ଟ୍ରି ଠାରେ ଗଞ୍ଜେଇ ଚାଲାଣ ହେଉଥିଲା। ଏହି ସମୟରେ ଅଚାନକ ଚଢାଉ କରିଥିଲା ପୋଲିସ୍ । ପୋଲିସକୁ ଦେଖି ସେଠାରେ ଥିବା ୬ଜଣଙ୍କ ମଧ୍ୟରୁ ୪ଜଣ ଫେରାର ହୋଇଯାଇ  ଥଲେ।  ୨ଜଣଙ୍କୁ କାବୁ କରିବା ସହ ୩୫କେଜି  ଗଞ୍ଜେଇ ଜବତ କରିଥିଲା ପୋଲିସ୍ । ପରେ ଅଟକ ୨ଜଣଙ୍କ ବୟାନ ଆଧାରରେ ଅନ୍ୟ ୪ଜଣଙ୍କୁ ଧରିଥିଲା ପୋଲିସ୍ । ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ରାମଚନ୍ଦ୍ରପୁର ଥାନା ନୁଆଗାଁର ରଶ୍ମିରଞ୍ଜନ ମାଝୀ  ଓ ଘସିପୁରା ଥାନା ପାଇକଚାଟରା ଗାଁର ସମିର ରାଉତଙ୍କୁ ଗିରଫ କରିଛି ପୋଲିସ୍ । ଅନ୍ୟ ଅଭିଯୁକ୍ତଙ୍କୁ ପଚରା ଉଚୁରା କରୁଛି ପୋଲିସ । ତେବେ ଏମାନେ ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଆଣି ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଛୋଟ ବ୍ୟବସାୟୀଙ୍କୁ ଦେଉଥିବା ପୋଲିସ୍ ନିକଟରେ ସ୍ବୀକାର କରିଛନ୍ତି ।