ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୩୫ କେଜି ଗଞ୍ଜେଇ ଜବତ : ୨ଗିରଫ, ୪ ଅଟକ

Published By : Suraj Kumar | April 10, 2025 7:58 PM

ଅଳତୀ,୧୦/୪(ଆପ୍ର) : ଧରାପଡିଲେ ଗଞ୍ଜେଇ ମାଫିଆ । ୩୫ କେଜି ଗଞ୍ଜେଇ ଜବତ ସହ ୨ଜଣ ଙ୍କୁ ଗିରଫ କଲା ପୋଲିସ୍  । ଖସିଯାଇଥିବା ଅନ୍ୟ ୪ ଅଭିଯୁକ୍ତଙ୍କୁ ମଧ୍ୟ ଧରି ପଚରାଉଚରା ଚଳାଇଛି ପୋଲିସ୍ ।  ଗିରଫ ୨ ଜଣ ହେଲେ  ରାମଚନ୍ଦ୍ରପୁର ଥାନା ନୁଆଗାଁର ରଶ୍ମିରଞ୍ଜନ ମାଝୀ  ଓ ଘସିପୁରା ଥାନା ପାଇକଚାଟରା ଗାଁର ସମିର ରାଉତ ।

ରାମଚନ୍ଦ୍ରପୁର ଥାନା ଅଧିନ ୨୦ ନଂ ଜାତୀୟ ରାଜପଥ ପାର୍ଶ୍ୱ  ସୁଆଁପଦା ଠାରେ ଥିବା ଏକ  ପରିତ୍ୟକ୍ତ ଘିଅ ଫ୍ଯାକ୍ଟ୍ରି ଠାରେ ଗଞ୍ଜେଇ ଚାଲାଣ ହେଉଥିଲା। ଏହି ସମୟରେ ଅଚାନକ ଚଢାଉ କରିଥିଲା ପୋଲିସ୍ । ପୋଲିସକୁ ଦେଖି ସେଠାରେ ଥିବା ୬ଜଣଙ୍କ ମଧ୍ୟରୁ ୪ଜଣ ଫେରାର ହୋଇଯାଇ  ଥଲେ।  ୨ଜଣଙ୍କୁ କାବୁ କରିବା ସହ ୩୫କେଜି  ଗଞ୍ଜେଇ ଜବତ କରିଥିଲା ପୋଲିସ୍ । ପରେ ଅଟକ ୨ଜଣଙ୍କ ବୟାନ ଆଧାରରେ ଅନ୍ୟ ୪ଜଣଙ୍କୁ ଧରିଥିଲା ପୋଲିସ୍ । ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ରାମଚନ୍ଦ୍ରପୁର ଥାନା ନୁଆଗାଁର ରଶ୍ମିରଞ୍ଜନ ମାଝୀ  ଓ ଘସିପୁରା ଥାନା ପାଇକଚାଟରା ଗାଁର ସମିର ରାଉତଙ୍କୁ ଗିରଫ କରିଛି ପୋଲିସ୍ । ଅନ୍ୟ ଅଭିଯୁକ୍ତଙ୍କୁ ପଚରା ଉଚୁରା କରୁଛି ପୋଲିସ । ତେବେ ଏମାନେ ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଆଣି ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଛୋଟ ବ୍ୟବସାୟୀଙ୍କୁ ଦେଉଥିବା ପୋଲିସ୍ ନିକଟରେ ସ୍ବୀକାର କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.