ମନମୁଣ୍ଡା ୧୬।୧୧ ମନମୁଣ୍ଡା ଥାନା ଖଟଖଟିଆ ପଞ୍ଚାୟତ ରୁଗୁଡ଼ିପାଲି ଗ୍ରାମରେ ନିଆଁ ଲାଗି ଏକ ଧାନ ଖରି ପୋଡ଼ି ପାଉଁଶ ହୋଇଯାଇଛି। ଖଟଖଟିଆ ଗ୍ରାମର ସାର୍ଦୁଳ ଭୋଇ ଧାନ ଖରୀ କରି ରଖିଥିଲେ। ତାଙ୍କ ଖରୀକୁ ଲାଗି ତାଙ୍କ ଗ୍ରାମର ସୁରୁ ମହାକୁଡଙ୍କ ୧୨ ଭରା ଧାନ ମଧ୍ୟ ରହିଥିଲା। ରବିବାର ସକାଳ ପ୍ରାୟ ୮ ଟା ସମୟ ରେ ସାର୍ଦୂଳ ଙ୍କ ଧାନ ଖରୀରେ କୌଣସି ପ୍ରକାରେ ନିଆଁ ଲାଗି ଯାଇଥିଲା। କଣ୍ଟାମାଳ ଦମକଳ ବାହିନୀ ଆସି ନିଆଁ ଲିଭାଇଥିଲେ । ପ୍ରାୟ ୩୫ କ୍ୟୁଣ୍ଟାଲ ଧାନ ପୋଡ଼ି ଭସ୍ମୀଭୂତ ହୋଇଯାଇଥିଲା।
ଗ୍ରୁପ ଋଣ ସହ ଖୋଲା ବଜାର ରୁ ଋଣ କରି ଚାଷ କରିଥିବା ସାର୍ଦୂଳ ଏହି ଘଟଣା ପରେ ସର୍ବସ୍ବାନ୍ତ ହୋଇଯାଇଛନ୍ତି। ସେ କିପରି ବର୍ଷେ ଚଳିବେ, ଋଣ କିପରି ପରିଶୋଧ କରିବେ ଇତ୍ୟାଦି ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି। ପ୍ରଶାସନ ତରଫରୁ ତାଙ୍କୁ ଏନେଇ କିଛି ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ଦାବି ହୋଇଛି।