ପ୍ରମୂଖ ଖବର
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ମହାକୁମ୍ଭର ତୃତୀୟ ସାହି ସ୍ନାନ, ଗାଡ଼ି ଏଣ୍ଟ୍ରି ବନ୍ଦ, ଭିଭିଆଇପି ପାସ୍‌ ରଦ୍ଦ

Published By : Krishna Priya | February 3, 2025 7:43 AM

ପ୍ରୟାଗରାଜ ୦୩/୦୨: ମହାକୁମ୍ଭର ୨୧ ଦିନରେ ରବିବାର ପ୍ରାୟ ୧ କୋଟି ଶ୍ରଦ୍ଧାଳୁ ସ୍ନାନ କରିଛନ୍ତି । ଜାନୁଆରୀ ୧୩ରୁ ଅଦ୍ୟାବଧି ପ୍ରାୟ ୩୫ କୋଟି ଲୋକ ସଙ୍ଗମରେ ବୁଡ଼ ପକାଇ ସାରିଛନ୍ତି । ଫେବ୍ରୁଆରୀ ୩ (ସୋମବାର) ବସନ୍ତ ପଞ୍ଚମୀ ସ୍ନାନ ବା ସାହି ସ୍ନାନକୁ ଦୃଷ୍ଟିରେ ରଖି ଫେବ୍ରୁଆରୀ ୨ରୁ ୪ ପର୍ଯ୍ୟନ୍ତ ପ୍ରୟାଗରାଜ ସହର ଏବଂ ମେଳା କ୍ଷେତ୍ରରେ ଯାନବାହନ ଏଣ୍ଟ୍ରି ବନ୍ଦ କରାଯାଇଛି । ଭିଭିଆଇପି ପାସ୍‌ ମଧ୍ୟ ରଦ୍ଦ କରାଯାଇଛି । ନିରୀକ୍ଷଣ ପାଇଁ ହେଲିକପ୍ଟର ମୁତୟନ କରାଯାଇଛି । ଏହା ମହାକୁମ୍ଭର ତୃତୀୟ ସାହି ସ୍ନାନ । 

ଫେବ୍ରୁଆରୀ ୪ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ନିଜ ଗାଡ଼ି ସହର ବାହାରେ ପାର୍କିଂ କରିବାକୁ ପଡ଼ିବ । ପାର୍କିଂରୁ ସେମାନେ ଶଟଲ ବସ୍‌ରେ କିମ୍ବା ଚାଲିଚାଲି ଘାଟ ପର୍ଯ୍ୟନ୍ତ ପହଞ୍ଚିପାରିବେ । ଛୋଡ଼ବଡ଼ ବାହନର ପାର୍କିଂ ଅଲଗା ଅଲଗା କରାଯାଇଛି । ପ୍ରୟାଗରାଜରେ ସମସ୍ତ ରେଳ ଷ୍ଟେଶନରେ ୱାନ-ୱେ ବ୍ୟବସ୍ଥା ଲାଗୁ କରାଯାଇଛି । ଗୋଟିଏ ସାଇଡ୍‌ରେ ଶ୍ରଦ୍ଧାଳୁ ଆସିବେ ଏବଂ ଅନ୍ୟ ସାଇଡ୍‌ରେ ବାହାରକୁ ବାହାରିବେ । ତେବେ ବସ୍‌ ନ ମିଳିଲେ ୧୨ କିମି ପର୍ଯ୍ୟନ୍ତ ଚାଲିବାକୁ ପଡ଼ିପାରେ । ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ମହାକୁମ୍ଭରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୨ଶହରୁ ଅଧିକ ଟ୍ରେନି ଆଇପିଏସ୍‌ ଅଧିକାରୀଙ୍କୁ ମୁତୟନ କରାଯାଇଛି । ସେମାନଙ୍କୁ ଭିଡ଼ ସମ୍ଭାଳିବା ତାଲିମ ଦିଆଯାଇଛି । ଉତ୍ତର ପ୍ରଦେଶର ଏଡିଜି (ଆଇନ ବ୍ୟବସ୍ଥା) ଏବଂ ଏସ୍‌ଟିଏଫ୍‌ ମୁଖ୍ୟ ଅମିତାଭ ୟଶ୍‌ ଭିଆଇପି ଘାଟର ସୁରକ୍ଷା ବ୍ୟବସ୍ଥା ଦେଖିଛନ୍ତି । ସେ ବୋଟ୍‌ରୁ ସଙ୍ଗମର ନିରୀକ୍ଷଣ କରିଛନ୍ତି । ବସନ୍ତ ପଞ୍ଚମୀ ଅବସରରେ ସାହି ସ୍ନାନ ପାଇଁ ମହାକୁମ୍ଭରେ ବହୁସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଛି । ଚାରିଆଡ଼େ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି ।

ବସନ୍ତ ପଞ୍ଚମୀରେ ସ୍ନାନ କରି ମହାକୁମ୍ଭରୁ ଫେରିବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ ରେଲୱେ ପକ୍ଷରୁ ଆଉ ୩ ସ୍ୱତନ୍ତ୍ର ରେଳ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଗରା, ମିରଟ, ହରିଦ୍ୱାର, ଦିଲ୍ଲୀ, ହରିଆଣା, ପଞ୍ଜାବ, ଜମ୍ମୁ, ରାଜସ୍ଥାନ ଯିବାକୁ ଥିବା ଶ୍ରଦ୍ଧାଳୁ ସୁବେଦାରଗଞ୍ଜ ଷ୍ଟେସନ ଯିବେ । ପ୍ରତ୍ୟେକ ସ୍ୱତନ୍ତ୍ର ଟ୍ରେନ୍‌ର ଷ୍ଟପେଜ ଫତେହପୁର, ବିନ୍ଦକି ରୋଡ୍‌, କାନପୁର ସେଣ୍ଟ୍ରାଲ, ଫଫୁନ୍ଦ, ଇଟାୱା, ହାଥରସ, ଅଲିଗଡ଼, ଖୁର୍ଜା, ଦାଦରି, ଟୁଣ୍ଡଲା ଷ୍ଟେଶନରେ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.