ପୁରୀ, ୨୯।୪ : ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ । ମୁଖ୍ୟ ଅଭିଯୁକ୍ତ ପ୍ରସନ୍ନ ପୃଷ୍ଟିଙ୍କ ସହ ୪ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୨୫.୩୫ ଲକ୍ଷ ଟଙ୍କା ଜବତ ହୋଇଛି। ଏଥିସହ ୧୦ ଟି ବ୍ୟାଙ୍କ୍ ଆକାଉଣ୍ଟରେ ଥିବା ୩୧ ଲକ୍ଷରୁ ଅଧିକ ଟଙ୍କାକୁ ପୋଲିସ ଫ୍ରିଜ କରିଥିବା ବେଳେ ୬ ଟି ମୋବାଇଲ ଫୋନ୍ ଜବତ କରିଛି। ଏକ ଆପ ମାଧ୍ୟମରେ ଚାଲିଥିଲା ଏହି ରାକେଟ। ଗିରଫ ଅନ୍ୟ ଅଭିଯୁକ୍ତ ହେଉଛନ୍ତି ବି. ନାଗେଶ୍ୱର ରାଓ, ବିଶ୍ଵନାଥ ଲେଙ୍କା ଏବଂ ରାମାକାନ୍ତ ସାହୁ ବୋଲି ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ଆପ୍ ମାଧ୍ୟମରେ ଲୋକ ମାନେ ଟଙ୍କା ଜମା କରୁଥିଲେ ଏବଂ ପଏଣ୍ଟ ପାଉଥିଲେ । ଏହି ପଏଣ୍ଟ ଗୁଡ଼ିକୁ ବ୍ୟବହାର କରି ଆଇପିଏଲ ମ୍ୟାଚରେ ବେଟିଂ କରାଯାଉଥିଲା। ଏହି ନେଟୱାର୍କରେ ସ୍ଥାନୀୟ ଅର୍ଗାନାଇଜର ମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଏହି ଅର୍ଗାନାଇଜର ଲୋକଙ୍କୁ ନେଟୱାର୍କରେ ସାମିଲ କରିବା ପାଇଁ ମାସିକ ୨୨,୦୦୦ ଦିଆଯାଉଥିଲା। ଏହି ଘଟଣା ସମ୍ପର୍କରେ ପୁରୀ ସାଇବର କ୍ରାଇମ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି।
ଆହୁରି ପଢନ୍ତୁ : ପ୍ଲଟ୍ ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲା, ଏଫଏମ୍ଟି ରିପୋର୍ଟରୁ ମିଳିଲା ସାଂଘାତିକ ତଥ୍ୟ