ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଆନନ୍ଦପୁରରେ ୪ ଗୋରୁ ଗାଡ଼ି ଜବତ, ୧୧ ଅଟକ

Published By : Harapriya Sethi | November 8, 2024 9:40 AM

ଆନନ୍ଦପୁର, ୦୮/୧୧: ବେଆଇନ ଗୋଚାଲାଣ ବେଳେ ମାଡ଼ି ବସିଲା ପୋଲିସ । ଏହି ଘଟଣାରେ ୨ଟି ଟ୍ରକ୍ ଓ ୨ଟି ପିକଅପ୍ ଗାଡ଼ିକୁ ଜବତ କରିବା ସହ ୧୧ ଜଣଙ୍କୁ ଅଟକ ରଖାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଲୋକ ଭଦ୍ରକ ଜିଲ୍ଲାର ଓ ଅନ୍ୟ କେତେକ ଆନନ୍ଦପୁର ଥାନା ଫକୀରପୁର ଗାଁର ହୋଇଥିବା ସୂଚନା ମିଳିଛି । ଚାରିଟି ଗାଡ଼ିରୁ ମୋଟ ୧୧୫ ଗୋରୁଙ୍କୁ ଉଦ୍ଧାର କରାଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଆନନ୍ଦପୁର ଦେଇ ଗୋଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇଥିଲା ପୋଲିସ । ଖବର ପାଇ ଗୁରୁବାର ରାତିରେ ଜଗି ରହିଥିଲା । ୨ଟି ଟ୍ରକ୍‌ କଟକ କଣ୍ଟେନମେଣ୍ଟ ଥାନା ଅଞ୍ଚଳରୁ ଗୋରୁ ବୋଝେଇ କରି ମୟୁରଭଞ୍ଜ  ଅଞ୍ଚଳକୁ ଯାଉଥିବା ବେଳେ କୋଡପାଡା ନିକଟରେ ଜବତ କରିଥିଲା ପୋଲିସ । ଏହା ସହ ୨ ଟି ପିକଅପ୍‌ ଗାଡ଼ିକୁ ଆନନ୍ଦପୁର କଲେଜ ଛକ ନିକଟରୁ ପୋଲିସ ଜବତ କରିଥିଲା । ଏହି ଘଟଣାରେ ମୋଟ ୧୧ ଜଣ ଚାଲାଣକାରୀଙ୍କୁ ଅଟକ କରାଯାଇଛି । ୪ ଟି ଗାଡ଼ିରୁ ମୋଟ ୧୧୫ ଟି ଗୋରୁଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଗୋରୁଙ୍କୁ ଉଦ୍ଧାର କରି ଗୋଶାଳାକୁ ପଠାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.