ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଭୁଲରେ ବି କାହା ଆଗରେ କୁହନ୍ତୁନି ଏହି ୪ଟି ସ୍ୱପ୍ନ, ଶୁଭ ବଦଳରେ ହୋଇପାରେ ଅଶୁଭ

Published By : Prameya | January 15, 2025 1:46 PM

ଭୁବନେଶ୍ୱର ୧୫/୦୧: ଶୋଇବା ସମୟରେ ଆମେ ଅନେକ ପ୍ରକାରର ସ୍ୱପ୍ନ ଦେଖୁ । ସେହି ସ୍ୱପ୍ନଗୁଡିକ ମଧ୍ୟରୁ କେତେକ ଆମକୁ ଭୟଭୀତ କରିଥିବା ବେଳେ ଆଉ କିଛି ସ୍ୱପ୍ନ ଆମକୁ ଖୁସିରେ ପରିପୂର୍ଣ୍ଣ କରିଥାଏ। ସକାଳେ ଉଠିବା ପରେ ଆମେ ପ୍ରାୟତଃ ସେହି ସ୍ୱପ୍ନର ଅର୍ଥ ବୁଝିବାକୁ ଚେଷ୍ଟା କରୁ କିନ୍ତୁ ଏଥିରେ ସଫଳ ହୋଇନଥାଉ। ତେବେ ସ୍ୱପ୍ନ ସହିତ ଜଡିତ ସମସ୍ତ ରହସ୍ୟର ଉତ୍ତର ସ୍ୱପ୍ନ ଶାସ୍ତ୍ରରେ ଦିଆଯାଇଛି । ଏହି ଶାସ୍ତ୍ରରେ ଏହିପରି ଚାରୋଟି ସ୍ୱପ୍ନ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ଭୁଲ୍ ରେ ବି କାହାକୁ କହିବା ଉଚିତ୍ ନୁହେଁ । ଏହା କରିବା ଦ୍ୱାରା ଅଶୁଭ ହୋଇଥାଏ ଯାହା ପରିବାର ପାଇଁ ଅସୁବିଧା ଆଣିଥାଏ । ଆସନ୍ତୁ ଜାଣିବା କେଉଁ ୪ ଟି ସ୍ୱପ୍ନକୁ କାହା ଆଗରେ କହିବା ଉଚିତ୍ ନୁହେଁ।

ପ୍ରକୃତି ସହ ଜଡିତ ଶୁଭ ସ୍ୱପ୍ନ:

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି ଆପଣ ଶୋଇବା ସମୟରେ ପର୍ବତ, ନଦୀ, ବଗିଚା, ବେଳାଭୂମି କିମ୍ବା ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଜଡିତ ସ୍ୱପ୍ନ ଦେଖନ୍ତି, ତେବେ ଏହା ଭବିଷ୍ୟତରେ ଘଟିବାକୁ ଥିବା କିଛି ଶୁଭ ଘଟଣାକୁ ସୂଚାଇଥାଏ। ଏହିପରି ସ୍ୱପ୍ନ ଅନ୍ୟମାନଙ୍କୁ କହିବା ଉଚିତ୍ ନୁହେଁ, ନଚେତ୍ ତାହାର ପ୍ରଭାବ କମ୍‌ ହୋଇପାରେ।

ଆଧ୍ୟାତ୍ମିକ ସ୍ୱପ୍ନ ଦେଖିବା:

ଯଦି ଆପଣ ସ୍ୱପ୍ନରେ କିଛି ଆଧ୍ୟାତ୍ମିକ ଅଭିଜ୍ଞତା ହାସଲ କରୁଥିବା କିମ୍ବା ଦେବା-ଦେବୀଙ୍କୁ ଦର୍ଶନ କରୁଥିବାର ଦେଖନ୍ତି, ତେବେ ଏହାକୁ ନିଜ ମନ ଭିତରେ ରଖନ୍ତୁ। ଏହାକୁ କାହା ଆଗରେ କହିବା ଦ୍ୱାରା ଆପଣଙ୍କ ଆଧ୍ୟାତ୍ମିକ ପ୍ରଗତିରେ ବାଧା ସୃଷ୍ଟି କରିପାରେ । ଆପଣ ଉଦାସୀନତାର ଶିକାର ହୋଇପାରନ୍ତି ।

ସ୍ୱପ୍ନରେ କାହାର ମୃତ୍ୟୁ ଦେଖିବା:

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ସ୍ୱପ୍ନରେ ନିଜର କିମ୍ବା ଅନ୍ୟର ମୃତ୍ୟୁ ଦେଖିବା ସମସ୍ୟାର ସମାପ୍ତିକୁ ସୂଚିତ କରିଥାଏ। କିନ୍ତୁ ଯଦି ଆପଣ ଏହି ସ୍ୱପ୍ନକୁ ଅନ୍ୟମାନଙ୍କୁ କୁହନ୍ତି ତେବେ ଏହା ଅଶୁଭ ହୋଇଯାଏ ଏବଂ ପରିବାରକୁ ଏହାର ପରିଣାମ ଭୋଗିବାକୁ ପଡିପାରେ।

ଧନ-ସମ୍ପତ୍ତି ସହ ଜଡିତ ସ୍ୱପ୍ନ:

ଯଦି ଆପଣ ସ୍ୱପ୍ନରେ ଧନ-ସମ୍ପତ୍ତି ହାସଲ କରିବା କିମ୍ବା ପରିବାରର କୌଣସି ପ୍ରକାରର ଆର୍ଥିକ ସମୃଦ୍ଧି ହେଉଥିବା ଦେଖୁଥାନ୍ତି, ତେବେ ଏହା ଏକ ଶୁଭ ସଙ୍କେତ ହୋଇଥାଏ। ଏପରି ସ୍ୱପ୍ନ କାହାକୁ କହିବା ଉଚିତ୍ ନୁହେଁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.