ପ୍ରମୂଖ ଖବର
  • ପଦରୁ ଇସ୍ତଫା ଦେଲେ ବିଷ୍ଣୁପଦ ସେଠୀ, ମୁଖ୍ୟ ଶାସନ ସଚିବଙ୍କୁ ଦେଲେ ପତ୍ର
  • ||
  • କଂଗ୍ରେସ ସଂକଳ୍ପ ସମାବେଶ ଯାତ୍ରା ବେଳେ ତଳେ ପଡିଗଲେ ପିସିସି ସଭାପତି ଭକ୍ତ ଦାସ
  • ||
  • ଖୁଡ଼ିର ପୁତୁରା ପାପ ସଂପର୍କ ବିରୋଧ କରିବା ପଡିଲା ମହଙ୍ଗା, ସ୍ବାମୀଙ୍କୁ ମାରିଦେଇଥିବା ଅଭିଯୋଗ
  • ||
  • IAS ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ରେଡ୍, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍‌କୁ ନେଇ ଖୋଳତାଡ଼
  • ||
  • ବାହାଘର ଭୋଜି ଖାଇବା ହେଲା କାଳ: ୩୦୦ ଅସୁସ୍ଥ, ୮୦ ଗୁରୁତର ବିଭିନ୍ନ ହସ୍‌ପିଟାଲରେ ଭର୍ତ୍ତି
  • ||
  • ଦେବଗଡ଼: ବିପଦରେ ଗଜରାଜ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତ
  • ||
  • କୁଜଙ୍ଗ ବଜାର ନିକଟରେ ଓଲଟିଲା ମଦ ବୋଝେଇ ଟ୍ରକ୍ , ହେଲପର୍ ମୃତ, ଡ୍ରାଇଭର ଆହତ
  • ||
  • ପୁରୀ: ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌: ଆଜି ଜର୍ମାନୀକୁ ଭେଟିବ ପୁରୁଷ ଭାରତୀୟ ଦଳ, ମହିଳା ଟିମ୍ ସ୍ପେନ୍‌କୁ ଦେବ ଟକ୍କର
  • ||
  • ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିଶନର, ବୁଧବାର ସମ୍ଭାଳିବେ ଦାୟିତ୍ବ, ଆଜି ଅବସର ନେବେ ରାଜୀବ କୁମାର
  • ||
  • ଖରା ପାଇଁ ଉଚ୍ଚଶିକ୍ଷା ବିଭାଗର ମାର୍ଗଦର୍ଶିକା, କଲେଜ ଓ ବିଶ୍ୱବିଦ୍ୟାଳୟରେ ସକାଳୁଆ ପଢ଼ା, ନିଷ୍ପତ୍ତି ନେବେ
  • ||
  • ଆଜିଠୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା: ୧୨୭୬ କେନ୍ଦ୍ରରେ ୩ ଲକ୍ଷ ୯୩ ହଜାର ପରୀକ୍ଷାର୍ଥୀ,କପି ରୋକିବ ୩୫ ସ୍କ୍ୱାଡ ଡିପୋ
  • ||

୪ ଛେଳି ଚୋର ଗିରଫ, ହାତ ବାନ୍ଧି ନିସ୍ତୁକ ଛେଚିଲେ ଗ୍ରାମବାସୀ

Published By : Harapriya Sethi | January 12, 2025 12:58 PM

ବାଙ୍ଗିରିପୋଷି,୧୨/୦୧: ବାଙ୍ଗିରିପୋଷି ବ୍ଲକ ଭୁଆସୁଣୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତିଳା ଗ୍ରାମରୁ ଛେଳି ଚୋରି କରିବାକୁ ଆସି ଗ୍ରାମବାସୀ ହାତରେ ଧରା ପଡିଲେ ୪ ଯୁବକ । ଉତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ବାନ୍ଧି ନିସ୍ତୁକ ମାଡ଼ ମାରି ବାଙ୍ଗିରିପୋଷି ପୁଲିସକୁ ଜିମା ଦେଇଥିଲେ। ଧରା ପଡ଼ିଥିବା ଯୁବକ ମାନେ ହେଲେ ବାରିପଦା ଥାନା ବିଜୟରାମଚନ୍ଦ୍ର ପୁର ଗ୍ରାମର ଜୟନ୍ତ ବେହେରା (୩୨), ବାରିପଦା ଥାନା କଲାଅସ୍ତିଆର ଦିଲ୍ଲୀପ ସିଂ (୨୮), କୁଳିଅଣା ଥାନା କିଶାନଡାହି ଗ୍ରାମର ଲକ୍ଷ୍ମଣ ସିଂ (୨୮) ଓ ଶୁଳିଆପଦା ଥାନା କୋଷ୍ଠା ଗ୍ରାମର ସୁରଜ ମୁଖି (୨୮) ।

ସୂଚନା ମୁତାବକ, ତିଳା ଗ୍ରାମର ସୁରେନ୍ଦ୍ର ପାତ୍ରଙ୍କ ଦୁଇଟି ଛେଳି ଚୋରି କରୁଥିବା ବେଳେ ସ୍ଥାନୀୟଲୋକେ ଏହା ଦେଖି ପାଟି କରିଥିଲେ। ଅଭିଯୁକ୍ତ ଯୁବକ ମାନେ ଏକ କାର (ଓଡି୧୧ଏସି୯୭୭୩) ଯୋଗେ ପଳାଇବାକୁ ଉଦ୍ୟମ କରିଥିଲେ । ଏହା ଦେଖି ଗ୍ରାମବାସୀମାନେ ସେମାନଙ୍କୁ କାବୁ କରିଥିଲେ । ଚୋରଙ୍କ ପାଖରୁ ଦୁଇଟି ଛେଳି ଉଦ୍ଧାର କରି ସେମାନଙ୍କୁ ବାନ୍ଧି ନିସ୍ତୁକ ଛେଚି ଥିଲେ । ପରେ ବାଙ୍ଗିରିପୋଷି ପୁଲିସକୁ ଖବର ଦେଇ ସେମାନଙ୍କୁ ଜିମା ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.