ଭଞ୍ଜନଗର,୨୬/୫- ପୃଥକ ବାଇକ୍ ଦୁର୍ଘଟଣା ରେ ୪ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨ ଜଣକୁ ଏଠାରୁ ତୁରନ୍ତ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି।
ବେଲଗୁଣ୍ଠାରେ ଯାତ୍ରା ଦେଖି ଘରକୁ ଫେରିବା ବେଳେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡବୋରସିଙ୍ଗି ନିକଟସ୍ଥ ସନ୍ଧି ପଲ୍ଲୀ ଗ୍ରାମର ସମୀର ଗୈାଡ(୨୫), ଶୁଭମ ପ୍ରଧାନ(୨୦) ନୂଆଗାଁ ହାଇଲେବଲ ବ୍ରିଜ୍ ତଳକୁ ଖସି ପଡିଥିଲେ। ଏମାନଙ୍କ ମଧ୍ୟରୁ ସମୀର ର ଅବସ୍ଥା ଗୁରୁତର ଥିବାରୁ ତା'କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।
ସେହିପରି ଅନ୍ୟ ଏକ ବାଇକ୍ ରେ ଭଞ୍ଜନଗର ଥାନା ଅନ୍ତର୍ଗତ ଡୁମାକୁମ୍ପା ଗ୍ରାମର ୨ ଜଣ ଯୁବକ ବେଲଗୁଣ୍ଠା ରୁ ଯାତ୍ରା ଦେଖି ଘରକୁ ଫେରୁଥିଲେ। ଏହି ସମୟରେ ସାମ୍ନାରେ ବାଇକ୍ ବ୍ରିଜ୍ କୁ ଖସିବା ଦେଖି ହଡବଡେଇ ଯାଇ ନିଜ ବାଇକ୍ ସହ ବ୍ରିଜ୍ ରେ ଘଷି ହୋଇ ରାସ୍ତାରେ କଚାଡି ହୋଇ ପଡ଼ିଥିଲେ। ଏମାନଙ୍କୁ ଅନ୍ୟ କିଛି ଯୁବକ ଉଦ୍ଧାର କରି ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରିଥିଲେ। ରାଜେନ୍ଦ୍ର ପାତ୍ର (୧୮) ଗୁରୁତର ଆହତ ହୋଇ ଏଠାରୁ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ବେଳେ ଅଉ ଜଣେ ଯୁବକ ଦିପଙ୍କର ପାତ୍ର (୧୯) ଏଠାରେ ଚିକିତ୍ସିତ ହେଉଛନ୍ତି।