ନୂଆଦିଲ୍ଲୀ,୧୭/୧୨: ଚଳିତ ସପ୍ତାହରେ ଦେଶର ୪ କମ୍ପାନି ଇନିସିଆଲ ପବ୍ଲିକ ଅଫର (ଆଇପିଓ) ଆଣିବେ । ମମତା ମେସିନାରୀ, ଟ୍ରାନ୍ସରେଲ ଲାଇଟିଂ, ସନାତନ ଟେକ୍ସଟାଇଲ ଏବଂ ଭେଣ୍ଟିଭ ହସ୍ପିଟାଲିଟି ଭଳି କମ୍ପାନି ଏହା ମଧ୍ୟରେ ସାମିଲ ରହିଛି । ମମତା ମେସିନାରୀ ବଜାରରୁ ୧୭୯ କୋଟି ଉଠାଇବ । ଏହା ୨୭ ଡିସେମ୍ବରରେ ପୁଞ୍ଜି ବଜାରରେ ସୂଚୀଭୁକ୍ତ ହେବ ।
ସେହିଭଳି ଟ୍ରାନ୍ସରେଲ ଲାଇଟିଂ ଲାଗି ନିବେଶକ ୨୩ ଯାଏ ବିଡିଂ କରିପାରିବେ । ଏହା ୨୭ରେ ବିଏସ୍ଇ ଏବଂ ଏନ୍ଏସ୍ଇରେ ସୂଚୀଭୁକ୍ତ ହେବ । ୨୩ ଡିସେମ୍ବର ଯାଏ ନିବେଶକ ସନାତନ ଟେକ୍ସଟାଇଲ ଆଇପିଓରେ ବିଡିଂ କରିପାରିବେ । ଏହା ୨୭ରେ ପୂଞ୍ଜି ବଜାରରେ ସୂଚୀଭୁକ୍ତ ହେବ । ଏହାବାଦ ଭେଣ୍ଟଭ ହସ୍ପିଟାଲିଟି ଲାଗି ୨୪ ଡିସେମ୍ବର ଯାଏ ବିଡିଂ ସୁଯୋଗ ରହିଛି । ଏହି ଆଇପିଓ ୩୦ରେ ଉଭୟ ବିଏସ୍ଇ ଏବଂ ଏନ୍ଏସ୍ଇରେ ସୂଚୀଭୁକ୍ତ ହେବ ।