ଭୁବନେଶ୍ବର ୨୫।୨: ଭୁବନେଶ୍ବର ଆଇଗିଣିଆରେ ହୋର୍ଡିଂ ପଡ଼ି ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି । ଉଭୟ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । CMRFରୁ ଏହି ଅନୁକମ୍ପା ରାଶି ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ‘ଏକ୍ସ’ରେ ଏହା ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ ମଙ୍ଗଳବାର କାଳବୈଶାଖୀରେ ଭୁବନେଶ୍ବର ଆଇଗଣିଆ ନିକଟରେ ଏକ ହୋର୍ଡିଂ ଭୁଶୁଡି ପଡି ଏକ ପାନ ଦୋକାନ ଉପରେ ପଡିଥିଲା। ହୋଡିଂ ତଳେ ଚାପି ହୋଇ ଟୁନା ଗୌଡ ଓ ସଚ୍ଚିଦାନନ୍ଦ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା।