PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ମୋଦି ସରକାରଙ୍କ ବଡ଼ ଘୋଷଣା, ରେଳବାଇରେ ୪ ଲକ୍ଷଙ୍କୁ ମିଳିବ ନିଯୁକ୍ତି

ନୂଆଦିଲ୍ଲୀ,୨୩ା୧(ଏଜେନ୍ସି): ସରକାରୀ ଚାକିରି ପାଇଁ ଆଶାୟୀ ଥିବା ଯୁବକଯୁବତୀଙ୍କ ନିମନ୍ତେ ମୋଦି ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ ରେଳବାଇରେ ଆସନ୍ତା ୨ ବର୍ଷ ମଧ୍ୟରେ ମୋଟ ୪ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ଦୀର୍ଘଦିନ ଧରି ରେଳବାଇ ଚାକିରିକୁ ଅପେକ୍ଷା କରିଥିବା ଯୁବଗୋଷ୍ଠୀଙ୍କ ପାଇଁ ଏହା ନୂଆ ଆଶାର କିରଣ ଭଳି ହେବ । ଖୋଦ ରେଳମନ୍ତ୍ରୀ ପୀୟୂଷ ଗୋୟଲ୍‌ ବୁଧବାର ଏହି ସୂଚନା ଦେଇଛନ୍ତି ।
ରେଳମନ୍ତ୍ରୀ କହିଛନ୍ତି, ଆଗାମୀ ୨ ବର୍ଷ ମଧ୍ୟରେ ଭାରତୀୟ ରେଳବାଇରେ ୨.୩ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ । କିନ୍ତୁ ଖାଲି ଥିବା ପଦବୀ ଓ ଅବସର ନେବାକୁ ଥିବା କର୍ମଚାରୀଙ୍କୁ ଯଦି ମିଶାଯାଏ, ତେବେ ୨ ବର୍ଷ ମଧ୍ୟରେ ୪ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ।
ତାଙ୍କ କହିବାନୁଯାୟୀ ୨.୩ ଲକ୍ଷ ନୂଆ ନିଯୁକ୍ତି ବାଦ୍‌ ଏବେ ରେଳବାଇରେ ୧.୩୨ ଲକ୍ଷ ପଦବୀ ଖାଲି ପଡ଼ିଛି । ତା’ଛଡ଼ା ଦୁଇବର୍ଷ ମଧ୍ୟରେ ୧ ଲକ୍ଷ କର୍ମଚାରୀ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଏ ସବୁକୁ ମିଶାଇଲେ ଆଗାମୀ ୨ ବର୍ଷ ମଧ୍ୟରେ ରେଳବାଇ ଯୁବଗୋଷ୍ଠୀଙ୍କ ପାଇଁ ୪ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ତେବେ ୧.୫ ଲକ୍ଷ ନିଯୁକ୍ତି ପାଇଁ ପ୍ରକ୍ରିୟା ଆଗେଇଛି ଏବଂ ଏହା ଦୁଇରୁ ଅଢ଼େଇ ମାସ ମଧ୍ୟରେ ଶେଷ ହେବ ।
ରେଳବାଇରେ ସୃଷ୍ଟି ହେବାକୁ ଥିବା ୨.୩ ଲକ୍ଷ ନୂଆ ପଦବି ବାବଦରେ ଅଧିକ ସୂଚନା ଦେଇ ଗୋୟଲ୍‌ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୩୧ ହଜାର ୪୨୮ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଫେବ୍ରୁଆରୀ କିମ୍ବା ମାର୍ଚ୍ଚରେ ବିଜ୍ଞପ୍ତି ଜାରି ହେବ । ସେହିଭଳି ୨୦୨୦ ମେ କିମ୍ବା ଜୁନ୍‌ରେ ୯୯ହଜାର ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯିବ । ସୃଷ୍ଟି ହେବାକୁ ଥିବା ନୂଆ ପଦବି (୨.୩ ଲକ୍ଷ) ମଧ୍ୟରେ ୩୪,୦୦୦ ଏସ୍‌ସି, ୧୭,୦୦୦ ଏସ୍‌ଟି ଏବଂ ୬୨,୦୦୦ ପଦବି ଓବିସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷଣ ରହିବ । ଆର୍ଥିକ ଦିଗରୁ ପଛୁଆ ଥିବା ପ୍ରାର୍ଥୀମାନଙ୍କ ପାଇଁ ୨୩,୦୦୦ ଚାକିରି ସଂରକ୍ଷଣ ରହିବ ।
ଏ ନେଇ ଘୋଷଣା କରିବା ପରେ ରେଳମନ୍ତ୍ରୀ ଗୋୟଲ୍‌ କହିଛନ୍ତି, ଅଧିକରୁ ଅଧିକ ଯୁବକଯୁବତୀ ରେଳବାଇରେ ସାମିଲ ହୋଇ ଦେଶର ସେବା କରନ୍ତୁ ବୋଲି ସରକାର ଚାହୁଁଛନ୍ତି । ଆମେ ସେମାନଙ୍କୁ ସ୍ୱାଗତ କରିବୁ । ଏଥିସହ ଗୋୟଲ୍‌ ପୂର୍ବ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ପୂର୍ବର ଉପା ସରକାର ଯଦି ରେଳବାଇରେ ପର୍ଯ୍ୟାପ୍ତ ନିବେଶ କରିଥାନ୍ତେ, ତେବେ ଆଜି ଏଭଳି ଦିନ ଦେଖିବାକୁ ପଡ଼ିନଥାନ୍ତା । ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖାଯାଇ ନୂଆ ରେଳଲାଇନ୍‌ କଥା ଚିନ୍ତା କରାଯାଉଥିଲା । କିନ୍ତୁ ବର୍ତ୍ତମାନର ମୋଦି ସରକାର ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନେଉଛନ୍ତି ।

ସମ୍ବନ୍ଧିତ ଖବର