୪ କୁଇଣ୍ଟାଲ ଗଞ୍ଜେଇ ସହ ପିକଅପ ଭ୍ୟାନ, ବୋଲେରୋ ଜବତ : ୧୦ ଗିରଫ

ଧର୍ମଗଡ, ୨୮।୫ ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ମହୁଲପାଟଣା ଘାଟି ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଜୟପାଟଣା ପୁଲିସ ୧୦ଜଣଙ୍କୁ ଗିରଫ କରିଛି l ସେମାନଙ୍କ ଠାରୁ ୪ କୁଇଣ୍ଟାଲ ୨୯ କିଲୋ ଗଞ୍ଜେଇ ଜବତ କରିଛି l
ପୁଲିସ ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ମୁଖୀଗୁଡା ମହୁଲପାଟଣା ଘାଟିରେ ପାଟ୍ରୋଲିଂ କରୁଥିବା ବେଳେ ପୁଲିସ ଟିମ୍ ଏକ ପିକଅପ୍ ଭ୍ୟାନକୁ ସନ୍ଦେହ କରି ପିଛା କରି ପ୍ରତାପପୁର ନିକଟରେ ଉକ୍ତ ଗାଡ଼ିକୁ ଅଟକାଇଥିଲା l ସେଥିରୁ ୪ କ୍ରିଣ୍ଟାଲ ୨୯ କେଜି ଗଞ୍ଜେଇ ଜବତ କରିଥିଲା। ପିକଅପ ଭ୍ୟାନକୁ ଏସ୍କଟ ଦେଉଥିବା ସହଯୋଗୀ ବୋଲରୋ ଓ ମୋଟର ସାଇକେଲକୁ ଧରି ଥିଲା l ଗିରଫ ଅଭିଯୁକ୍ତମାନେ କୋକସରା ଥାନାଞ୍ଚଳ ମାଝୀଗୁଡା, ଦାବ୍ରିଗୁଡା ଓ ତେଣ୍ଡାପାଳର ବୋଲି ଜଣାପଡିଛି । ଏନେଇ ଜୟପାଟଣା ଥାନା ଅଧିକାରୀ ବାସୁଦେବ ଛାତ୍ରିଆଙ୍କ ସୂଚନା ଦେଇଛନ୍ତି l