ପ୍ରମୂଖ ଖବର
  • ଭୁବନେଶ୍ୱର : ଷଣ୍ଢକୁ ଧକ୍କା ଦେଲା ବାଇକ୍‌, ଦୁର୍ଘଟଣାରେ ଚାଲିଗଲା ଅନ୍ତର୍ଜାତୀୟ ବଡି ବିଲ୍ଡରଙ୍କ ଜୀବନ
  • ||
  • IPLରୁ କ୍ରିକେଟର୍‌ ରବିଚନ୍ଦ୍ରନ୍ ଅଶ୍ବିନ୍‌ଙ୍କ ଅବସର ଘୋଷଣା
  • ||
  • ଲଗାଣ ବର୍ଷାରେ ବେହାଲ ମାଲକାନଗିରି, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ଅଗ୍ରପୂଜ୍ୟ ଗଜାନନଙ୍କ ଆବାହନ : ଚଳଚଞ୍ଚଳ ପୁରପଲ୍ଲୀ, ରାଜଧାନୀରେ ୩୪୦ରେ ମଣ୍ଡପରେ ବିନାୟକଙ୍କ ପୂଜା
  • ||
  • ଫୁଲୁଛି ସୁବର୍ଣ୍ଣରେଖା ନଦୀ; ବଢୁଛି ଦୁର୍ଦ୍ଦଶା, ସ୍ଥିତି ସମୀକ୍ଷା କଲେ ରାଜ୍ୟପାଳ
  • ||
  • ଆଜି ଆକାଉଣ୍ଟକୁ ଆସିବ ସିଏମ୍‌ କିଷାନ ଟଙ୍କା, ଉପକୃତ ହେବେ ୫୧ ଲକ୍ଷରୁ ଅଧିକ ଚାଷୀ
  • ||
  • ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି
  • ||
  • ଭାରତ ଉପରେ ଆଜିଠୁ ଫୁଟିବ ୫୦% ଟ୍ରମ୍ପଙ୍କ ଟାରିଫ୍ ବୋମା, ସଂଙ୍କଟରେ ୫ଲକ୍ଷ କୋଟିର ରତ୍ପାନୀ
  • ||

ଭିତରେ ଚାଲିଥିଲା ପାର୍ଟି; ଭୁଶୁଡ଼ିଲା ୪ ମହାଲା ବିଲ୍ଡିଂ, ୩ ମୃତ, ୨୦ ଜଣ ଫସିଥିବା ଆଶଙ୍କା

Published By : Ankita S | August 27, 2025 9:26 AM

ନୂଆଦିଲ୍ଲୀ,୨୭/୦୮: ଘର ଭିତରେ ପାର୍ଟି ଚାଲିଥିଲା । ସମସ୍ତେ ମଜାମସ୍ତି, ନାଚଗୀତ ହସଖୁସିରେ ମସଗୁଲ ଥିଲେ । ଏହି ସମୟରେ ଘଟିଲା ଅଘଟଣ । ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇ ପୂର୍ବୀ ବିରାର ଅଞ୍ଚଳରେ ୪ ମହଳା ବିଲ୍ଡିଂ ଭୁଶୁଡ଼ିଛି । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ୨୦ରୁ ୨୫ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ପୂର୍ବ ବିରାରର ରମାବାଇ ଆପାର୍ଟମେଣ୍ଟ ଭୁଶୁଡ଼ି ପଡିଛି । ଘଟଣା ବାବଦରେ ଖବର ପାଇ ପୁଲିସ୍, ଉଦ୍ଧାରକାରୀ ଦଳ ଏନଡିଆରଏଫ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ବିଳମ୍ବିତ ରାତିପ୍ରାୟ ୧ଟାରେ ରମାବାଇ ଆପାର୍ଟମେଣ୍ଟର ୪ ମହଲା ବିଲ୍ଡିଂ ଭୁଶୁଡି ପଡିଥିଲା । ଏବେ ବି ୨୦ରୁ ୨୫ ଜଣ ଫସିରହିଥିବା ଆଶଙ୍କା କରାଯାଉଛି । ଚତୁର୍ଥ ମହଳାରେ ଜନ୍ମଦିନ ପାର୍ଟି ଚାଲିଥିଲା । ସେବେ ଅଚାନକ ଆପାର୍ଟମେଣ୍ଟରେ ଗୋଟିଏ ଭାଗ ଭୁଶୁଡ଼ି ପଡିଥିଲା । ଉଦ୍ଧାରକାରୀ ଟମ୍‌ ୯ଜଣଙ୍କୁ ଉଦ୍ଧାର କରି ବିବିସିଏମସି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହି ବିଲ୍ଡିଂରେ ପ୍ରାୟ ୧୨ ପରିବାର ରହୁଥିଲେ । ପୁଲିସ୍ ଆପାର୍ଟମେଣ୍ଟ ସିଲ କରିଛି । ଲୋକଙ୍କୁ ଅନ୍ୟତ୍ର ସ୍ତାନାନ୍ତର କରାଯାଇଛି ।

ଅଧିକ ପଢନ୍ତୁ...ବୈଷ୍ଣୋଦେବୀରେ ଭୂସ୍ଖଳନ; ୩୧ ଛୁଇଁଲା ମୃତ୍ୟୁସଂଖ୍ୟା, ଉଦ୍ଧାର ଅଭିଯାନ ଜାରି

୧୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା କୋଠା- ଏହି କୋଠା ୧୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା । ନଗର ନିଗମ ଏହାକୁ ଅତି ବିପଦପୂର୍ଣ୍ଣ କୋଠା ଘୋଷଣା କରିଥିଲା । ରମାବାଇ ଆପାର୍ଟମେକୁ ଏବେ ଭାଙ୍ଗି ଦିଆଯାଇଛି । ବିଧାୟକ ସ୍ନେହା ପଣ୍ଡିତ ଦୁବେ ସୂଚନା ଦେଇ କହିଛନ୍ତି ଯେ, ବିରାର ନାରଙ୍ଗୀରେ ୧୦-୧୫ ବର୍ଷ ପୁରୁଣା କୋଠା ଭୁଶୁଡ଼ି ପଡ଼ିବା ଯୋଗୁଁ ଦୁର୍ଘଟଣା ଘଟିଛି । ଏପର୍ଯ୍ୟନ୍ତ ୯ ଜଣଙ୍କୁ ଉଦ୍ଧାର କରାଯାଇଛି । ପ୍ରାୟ ୨୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଏନଡିଆରଏଫ ଦଳ, ପୁଲିସ ଟିମ୍‌ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.