ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଖେଳୁ ଖେଳୁ ଷ୍ଟିଲ୍ ଗରାରେ ମୁଣ୍ଡ ପୁରାଇଦେଲା ୪ ବର୍ଷର ଶିଶୁ

Published By : Rasmita Pradhan | March 8, 2025 10:07 AM

ଭୁବନେଶ୍ଵର, ୦୮/୦୩ : ଖେଳୁ ଖେଳୁ ଷ୍ଟିଲ୍ ଗରାରେ ମୁଣ୍ଡ ପୁରାଇଦେଲା ଶିଶୁ। ବହୁ ଚେଷ୍ଟା ପରେବି ମୁଣ୍ଡରୁ ବାହାରିଲାନି ଗରା। ଶେଷରେ କଟର ଏବଂ କଇଁଚି ସାହାଯ୍ୟରେ ଗରାକୁ କାଟି ବାହାର କଲେ ଡାକ୍ତର। ବଣାଇ ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମରେ ଏଭଳି ଘଟଣା ଘଟିଛି। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ବଣାଇ ଥାନା ଅନ୍ତର୍ଗତ ଜାଙ୍ଗଳା ଗ୍ରାମର ବାବୁଲି ମୁଣ୍ଡା ଓ ସାବିନା ମୁଣ୍ଡାଙ୍କର ୪ବର୍ଷର ପୁଅ ଘରେ ଖେଳୁଥିବା ବେଳେ ଏକ ଷ୍ଟିଲ ଗରା ମୁଣ୍ଡରେ ପୁରାଇ ଦେଇଥିଲେ। ଗରାଟି ମୁଣ୍ଡରୁ ଆଉ ବାହାରି ନଥିଲା। ଘରଲୋକ ବହୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହାପରେ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ମଧ୍ୟ ମେଡିକାଲ କର୍ମଚାରୀମାନେ ଚେଷ୍ଟା କରି ବିଫଳ ହୋଇଥିଲେ। ଶେଷରେ ଡ୍ୟୁଟିରେ ଥିବା ଡାକ୍ତର ପ୍ରଭାତ ରଞ୍ଜନ ସିଂ ଏବଂ ବୀରେନ୍ଦ୍ର ନାଏକ ଗରାଟିକୁ ଏକ କଟର ଏବଂ କଇଁଚି ସାହାଯ୍ୟରେ କାଟି ଶିଶୁଟିକୁ ଉଦ୍ଧାର କରିଥିଲେ। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି। 

ଏହି ଖବରଟିକୁ ପଢନ୍ତୁ-ଟ୍ରେନ୍‌ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.