ଭୁବନେଶ୍ବର, ୧୩।୫ : ରାଜଧାନୀରେ ପୁଣି ଲଜ୍ଜା। ବୟଫ୍ରେଣ୍ଡ୍ ରୁମରେ ଗର୍ଲଫ୍ରେଣ୍ଡକୁ ଗଣଦୁଷ୍କର୍ମ। ଇଞ୍ଜିନିୟରିଂ ଛାତ୍ରୀକୁ ଗଣ ଦୁଷ୍କର୍ମ ଅଭିଯୋଗ ।ଘରୋଇ କଲେଜ ଛାତ୍ରୀକୁ ଗଣ ଦୁଷ୍କର୍ମ ଅଭିଯୋଗ ରେ ହଇଚଇ। ଇନଫୋଭାଲି ଥାନା ଅଞ୍ଚଳରେ ଘଟିଛି ଘଟଣା। ରୁମ୍କୁ ଡକାଇ ଗଣଦୁଷ୍କର୍ମ କଲେ ଅଭିଯୁକ୍ତ।ଚାରି ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ୍।
ଇନଫୋଭାଲି ଥାନା କାଇ ମାଟିଆରେ ଏକ ମେସ ରେ ଘଟିଛି ଘଟଣା।ଦୁଷ୍କର୍ମ ପଛରେ ଛାତ୍ରୀ ଙ୍କ ପୁରୁଷ ବନ୍ଧୁ ଓ ତାର ସାଙ୍ଗ ଥିଲେ ସାମିଲ ।ଚାରି ଅଭିଯୁକ୍ତ ଙ୍କୁ ଗିରଫ କରି କ୍ରାଇମ୍ ସ୍ପଟ ରେ କରାଯାଇଛି ତନାଘନା। ସାଇଣ୍ଟିଫିକ୍ ଟିମ୍ ସହ ତଦନ୍ତ କରୁଛି କମିଶନରେଟ ପୋଲିସ।