ନୂଆଦିଲ୍ଲୀ: ଲର୍ଡ୍ସରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ରୋହିତ ଶର୍ମାଙ୍କ ଦମଦାର ଶତକ । ୮୪ ବଲରେ ଶତକ ହାସଲ କରିଛନ୍ତି ହିଟମ୍ୟାନ୍ । ଅବସର ଚର୍ଚ୍ଚା ମଧ୍ୟରେ ଦମଦାର ପ୍ରଦର୍ଶନ । ଐତିହାସିକ ଲର୍ଡ୍ସରେ ଦିନିକିଆରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି ରୋହିତ ଶର୍ମା । ଯେଉଁମାନେ ତାଙ୍କୁ ସମାଲୋଚନା କରୁଥିଲେ ରୋହିତଙ୍କ ସେମାନଙ୍କୁ ନିଜର ବ୍ୟାଟରେ କଡ଼ା ଜବାବ ଦେଇଛନ୍ତି ।
ପ୍ରଥମ ଦୁଇଟିଯାକ ଦିନିକିଆରେ ରୋହିତ ବିଫଳ ହେବା ପରେ ତାଙ୍କ ଅବସର ନେଇ ହୋଇଥିଲା ଚର୍ଚ୍ଚା । ଏହାସହ ଟିମରେ ସେ ଅଲୋଡା ହୋଇଛନ୍ତି ବୋଲି କୁହାଯାଉଥିଲା । କିନ୍ତୁ ଏବେ ଦଳର ଏହି ଅଭିଜ୍ଞ ଖେଳାଳି ନିଜର ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି ।
କହି ରଖୁଛୁ କି, ତୃତୀୟ ଦିନିକିଆରେ ଭାରତ ଆଗରେ ୩୮୮ ରନର ବିଶାଳ ଲକ୍ଷ୍ୟ ରଖିଛି ଇଂଲଣ୍ଡ । ଯାହାକୁ ପିଛା କରିବାକୁ ଯାଇ ରୋହିତ-ଗିଲ୍ ଯୋଡ଼ି ୧୭୦ ରନର ପାର୍ଟନରସିପ କରିଥିଲେ । ଗିଲ୍ ଆଉଟ୍ ହେବା ପରେ କୋହଲିଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଉଛନ୍ତି ରୋହିତ । ହିଟମ୍ୟାନ୍ ଶତକ ହାସଲ କରିଥିବାବେଳେ ଦଳକୁ ବିଜୟ କରାଇବେ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସ । ପୂର୍ବରୁ ଦ୍ବିଶତକର ରେକର୍ଡ ତାଙ୍କ ନାମରେ ରହିଥିବାବେଳେ ଆଜି ଏକ ବଡ଼ ସ୍କୋର ହେବ ବୋଲି ମଧ୍ୟ ଭାରତୀୟ ପ୍ରଶଂସକମାନେ ଆଶା ବାନ୍ଧିଛନ୍ତି ।
ଏହାସହ ପଢ଼ନ୍ତୁ: Anjana Singh: ଖେସାରୀଙ୍କ ସହ ବିବାଦ ମଧ୍ୟରେ ରାସ୍ତାରେ ଅଞ୍ଜନା, ୟୁଜର୍ସ କହିଲେ...