ନୂଆଦିଲ୍ଲୀ,୧୯/୦୭: ଆଜି ଫିଫା ବିଶ୍ୱକପର ମହାମୁକାବିଲା ଖେଳାଯିବ । ମୁହାଁମୁହିଁ ହେବେ ସ୍ପେନ୍ ଏବଂ ଆର୍ଜେଣ୍ଟିନା । ଗ୍ରାଉଣ୍ଡକୁ ଓହ୍ଲାଇବା ସହ ଲିଓନେଲ ମେସିଙ୍କ ନାମରେ ଆଉ ଏକ ରେକର୍ଡ ଯୋଡ଼ି ହୋଇଯିବ । ବିଶ୍ୱକପ ଇତିହାସର ପ୍ରଥମ ଖେଳାଳି ଭାବେ ସେ ୩ଟି ବିଶ୍ୱକପ୍ରେ ଅଧିନାୟକ ଭାବେ ଓହ୍ଲାଇବେ । ପୂର୍ବରୁ ମେସି ଆର୍ଜେଣ୍ଟିନା ଦଳର ଅଧିନାୟକ ଭାବେ ୨୦୧୪ ଓ ୨୦୨୨ ବିଶ୍ୱକପ୍ ଖେଳି ସାରିଛନ୍ତି ।
କିମ୍ବଦନ୍ତୀ ଖେଳାଳି ପେଲେ ୧୯୬୨ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଆହତ ହୋଇଥିଲେ । ଫଳରେ ସେ ଉକ୍ତ ମ୍ୟାଚ ଖେଳିପାରି ନଥିଲେ । ସେ ୧୯୫୮ ଓ ୧୯୭୦ ବିଶ୍ୱକପ୍ ଫାଇନାଲ୍ ଖେଳିଥିଲେ । ରୋନାଲ୍ଡୋ ନାଜାରିଓ ୧୯୯୪ ବିଶ୍ୱକପ୍ରେ ବ୍ରାଜିଲ୍ ଦଳର ସଦସ୍ୟ ରହିଥିଲେ ହେଁ ଗୋଟିଏ ହେଲେ ମ୍ୟାଚ ଖେଳି ପାରି ନଥିଲେ । ସେତେବେଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିଲା । ବ୍ରାଜିଲ୍ ୧୯୯୪ ବିଶ୍ୱକପ୍ ଚାମ୍ପିଅନ ହୋଇଥିଲା । ରୋମାରିଓ ଓ ବେବେଟୋ ପ୍ରମୁଖ ଫରୱାର୍ଡ ଭାବେ ଖେଳିଥିଲେ । ଏହାପରେ ସେ ୧୯୯୮ ଓ ୨୦୦୨ ବିଶ୍ୱକପ୍ ଫାଇନାଲ୍ ଖେଳିଥିଲେ ।
ସ୍ପେନ୍ ବିପକ୍ଷରେ ମେସିଙ୍କ ରେକର୍ଡ କ’ଣ କହୁଛି ? ଲିଓନେଲ୍ ମେସିଙ୍କୁ ଆର୍ଜେଣ୍ଟିନାର ଜଣେ ମହାନ ଖେଳାଳି ଭାବରେ ବିବେଚନା କରାଯାଏ । କିନ୍ତୁ ତାଙ୍କର ଫୁଟବଲ୍ କ୍ୟାରିୟର ମଧ୍ୟ ସ୍ପେନ୍ ସହିତ ଗଭୀର ଭାବରେ ଜଡିତ। ସେ ୧୩ ବର୍ଷ ବୟସରେ ବାର୍ସିଲୋନାରେ ପହଞ୍ଚିଥିଲେ ଏବଂ ଲା ମାସିଆ ଏକାଡେମୀରୁ ବିଶ୍ୱର ଜଣେ ମହାନ ଫୁଟବଲ୍ ଖେଳାଳି ହୋଇଥିଲେ। ଏପରି ଏକ ସମୟ ଥିଲା ଯେତେବେଳେ ତାଙ୍କୁ ସ୍ପେନିସ୍ ଜାତୀୟ ଦଳ ପାଇଁ ଖେଳିବା ନେଇ ଚର୍ଚ୍ଚା ହେଉଥିଲା। ଏବେ, ୨୫ ବର୍ଷରୁ ଅଧିକ ସମୟ ପରେ, ମେସି ଆର୍ଜେଣ୍ଟିନାର ଅଧିନାୟକ ଭାବରେ ଦ୍ୱିତୀୟ ବିଶ୍ୱକପ୍ ଟାଇଟଲ୍ ଖୋଜୁଛନ୍ତି, ଏବଂ କେବଳ ସ୍ପେନ୍ ତାଙ୍କ ରାସ୍ତାରେ ବାଧା ସୃଷ୍ଟି କରିଛି ।
ସ୍ପେନ୍ ବିପକ୍ଷରେ ମେସିଙ୍କ ରେକର୍ଡ
ମୋଚ୍ ମ୍ୟାଚ୍ -୩
ବିଜୟ-୧
ପରାଜୟ-୨
ଡ୍ର-୦
ଗୋଲ୍-୨
ଏହା ବି ପଢନ୍ତୁ...FIFA World Cup 2026: ସୁପର ସନ୍ଡେ'ରେ ଫିଫା ବିଶ୍ୱକପ୍ ଫାଇନାଲ, ଆର୍ଜେଣ୍ଟିନା - ସ୍ପେନ୍ ମଧ୍ୟରେ ଟାଇଟଲ ଟକ୍କର, ମେସି ମ୍ୟାଜିକ୍ ଦେଖିବାକୁ ଅପେକ୍ଷା..
ଜର୍ମାନୀର ଲୋଥର ମାଥ୍ୟୁସ ୧୯୮୨, ୧୯୮୬ ଓ ୧୯୯୦ ବିଶ୍ୱକପ୍ ଫାଇନାଲ୍ ଖେଳିଥିଲେ । ମାତ୍ର ସେ ୧୯୮୨ ବିଶ୍ୱକପ୍ରେ କେବଳ ବଦଳ ଖେଳାଳି ଭାବେ ଖେଳିବାକୁ ସୁଯୋଗ ପାଇଥିଲେ । ପ୍ରାରମ୍ଭିକ ଏକାଦଶରେ ସ୍ଥାନ ପାଇ ନଥିଲେ । ଜର୍ମାନୀର ପିୟର ଲିଟବାର୍ସ୍କି ୧୯୮୨ ଓ ୧୯୯୦ ବିଶ୍ୱକପ୍ ଫାଇନାଲ୍ ଖେଳିଥିଲେ । ୧୯୮୬ ବିଶ୍ୱକପ୍ ଦଳରେ ସେ ରହିଥିଲେ ହେଁ ଫାଇନାଲ୍ ମ୍ୟାଚରେ ଖେଳିବାକୁ ସୁଯୋଗ ପାଇ ନଥିଲେ । ବ୍ରାଜିଲର କାଫୁ ୧୯୯୪, ୧୯୯୮ ଓ ୨୦୦୨ ବିଶ୍ୱକପ୍ ଫାଇନାଲ୍ ଖେଳିଛନ୍ତି । ୧୯୯୪ ବିଶ୍ୱକପ୍ରେ ସେ ପ୍ରାରମ୍ଭିକ ଏକାଦଶରେ ସ୍ଥାନ ପାଇ ନଥିଲେ । କେବଳ ବଦଳ ଖେଳାଳି ଭାବେ ଖେଳିଥିଲେ ।