ହକି ବିଶ୍ବକପ୍ ଟିକେଟ ବ୍ଲାକ କରି ୪ ଯୁବକ ଗିରଫ, ୮ ଟିକେଟ ଜବତ

ଭୁବନେଶ୍ବର, ୨୩।୧ ହକି ବିଶ୍ବକପ୍ ଟିକେଟ ବ୍ଲାକ କରି ୪ ଜଣ ଯୁବକଙ୍କୁ ନୟାପଲ୍ଲୀ ପୋଲିସ ଗିରଫ କରିଛି। ରବିବାର ଇଣ୍ଡିଆ ମ୍ୟାଚ ଟିକେଟ କଳାବଜାରୀ କରୁଥିବା ବେଳେ ୪ ଜଣ ପୋଲିସ ହାତରେ ଧରାପଡିଥିଲେ। ସେମାନଙ୍କ ଠାରୁ ୮ ଟିକେଟ ଓ ୧୧ ହଜାର ଟଙ୍କା ପୋଲିସ ଜବତ କରିଛି। ଏ ନେଇ ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି।